ଅମ୍ଳ ମାଟିର ପରିଚାଳନା ପାଇଁ ପରାମର୍ଶ

ମାଟିର ଅମ୍ଳ ପରୀମାପକ ବା ଆମ୍ଲତା ୬.୫ ରୁ କମ ହେଲେ ସେହି ମାଟିକୁ ଅମ୍ଳ ମାଟି କୁହାଯାଏ। ଆମ ଓଡ଼ିଶାର ୭୦ ଭାଗ ମାଟି ଆମ୍ଳୀୟ ହୋଇଥାଏ। ଅମ୍ଳ ମାଟିରେ ଅଧିକ ମାତ୍ରାରେ ଲୁହା, ମାଙ୍ଗାନିଜ ଓ ଆଲୁମିନିୟମ ରହିଥାଏ ଯାହାକି ଗଛ ପାଇଁ ବିଷାକ୍ତ ଅଟେ। ଅମ୍ଳ ମାଟିକୁ ଚାଷ ଉପଯୋଗୀ କରିବା ପାଇଁ ଅନେକ ଗୁଡ଼ିଏ ପଦକ୍ଷେପ ନେଇପାରିବା। ଜୈବିକ ଅଂଶ ବଢ଼ାଇବା ପାଇଁ ଏକର ପ୍ରତି ୫-୬ ଓଢ଼ ସଢ଼ା ଗୋବର ଖତ ପ୍ରତ୍ୟେକ ଫସଲ ଚାଷ ପୂର୍ବରୁ ପ୍ରୟୋଗ କରନ୍ତୁ। ଯବକ୍ଷାରଜାନ ଓ ଜୈବସାର ମାତ୍ରା ବଢ଼ାଇବା ପାଇଁ ସବୁଜ ଖତ ପ୍ରୟୋଗ କରନ୍ତୁ।

ମାଟିରେ ଅମ୍ଳତା ଭାଗ ଅଧିକା ରହିଲେ ଚାଷ ବାଧାପ୍ରାପ୍ତ ହୋଇଥାଏ, ଯାହାପାଇଁ ଚାଷୀଭାଇମାନେ ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି। ଅମ୍ଳ ମାଟିକୁ ସୁଧାର କରିବା ପାଇଁ ଏଥିରେ ମଞ୍ଜି ବୁଣିବାର ୪ ସପ୍ତାହ ଆଗରୁ ମାଟି ପରୀକ୍ଷା ରିପୋର୍ଟ ଅନୁସାରେ ଚୂନ ବା କାଗଜ କଳ ମଇଳା ଗୁଣ୍ଡ ପ୍ରୟୋଗ କରିବା ଉଚିତ୍। ଚୂନ କିମ୍ବା ଚୂନ ଜାତୀୟ ପଦାର୍ଥ ନମିଳିଲେ ରକ ଫସଫେଟ ଗୁଣ୍ଡ ଓ ସିଙ୍ଗଲ ସୁପର ଫସଫେଟ ସାର ମିଶ୍ରଣ ମାଟିରେ ଶେଷ ଓଢ ଚାଷ ସମୟରେ ପ୍ରୟୋଗ କରନ୍ତୁ।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×