ଓଡ଼ିଶାରେ ଏଥର ସ୍ୱାଭାବିକଠାରୁ କମ୍ ବର୍ଷା

0

ଏଥର ଓଡ଼ିଶାରେ ବର୍ଷାର ଅଭାବ ଦେଖାଦେବ। ୪ରୁ ୫ଟି ଜିଲ୍ଲାକୁ ଛାଡ଼ି ଦେଲେ ସାରା ଓଡ଼ିଶାରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ। ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ, କେନ୍ଦୁଝର, ସମେତ ଛତିଶଗଡ ଓ ଝାଡଖଣ୍ଡ ସୀମାନ୍ତ ଜିଲ୍ଲାଗୁଡିକର କିଛି ଅଂଶ, ମାଲକାନଗିରିର କେତେକ ସ୍ଥାନରେ ସ୍ଵାଭାବିକ ଠାରୁ ସାମାନ୍ୟ ଅଧିକ ବର୍ଷା ହୋଇପାରେ। ତେବେ ଦେଶରେ ସ୍ୱାଭାବିକଠାରୁ ଅଧିକ ବର୍ଷାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

nano urea

ଉତ୍ତର – ପୂର୍ବ ରାଜ୍ୟଗୁଡ଼ିକ ସମେତ ଓଡ଼ିଶା, ପଶ୍ଚିମବଙ୍ଗ ଓ ଛତିଶଗଡର କେତେକ ସ୍ଥାନରେ ନିଅଣ୍ଟିଆ ବର୍ଷା ହେବ। ଏଥର ଦକ୍ଷିଣ – ପଶ୍ଚିମ ମୌସୁମୀ ପ୍ରାରମ୍ଭରେ ଏଲ୍ – ନିନୋ କ୍ରମେ ଦୁର୍ବଳ ହୋଇପାରେ। ମୌସୁମୀ ଦିତିୟାର୍ଦ୍ଧ ତଥା ଅଗଷ୍ଟ ମାସ ବେଳକୁ ଲା – ନିନା ସକ୍ରିୟ ହେବାର ସମ୍ଭାବନା ରହିଛି। ଆଇଏମଡି ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ୨୦୨୪ ମୌସୁମୀ ଋତୁ ମଧ୍ୟରେ ସାରା ଦେଶରେ ୧୦୬% ଅଧିକ ବର୍ଷା ହେବ, ଯାହାକି ସ୍ଵାଭାବିକଠାରୁ ଅଧିକ।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Leave A Reply

Your email address will not be published.

20 + three =