ତୃତୀୟ ବର୍ଷରେ ଶ୍ୟାମଳ ସୁବର୍ଣ୍ଣ…

0

ସକାଳର ପହିଲି କିରଣରେ ହସେ ଗାଁ ବିଲର ପରିପାଟୀ । ପବନର ଛୁଆଁରେ ଖିଲି ଖିଲି ହସ ସବୁଜିମାରେ ସୃଷ୍ଟି କରେ ଆନନ୍ଦର ବର୍ଣ୍ଣବିଭା । ଆଉ ସବୁଜ କ୍ଷେତରେ ଆଙ୍କିଦିଏ ଆକର୍ଷଣର ରଙ୍ଗଛିଟା । ଚାଷ ଓ ଚାଷୀର ସର୍ମ୍ପକ ସତରେ ନିଆରା । ଚାଷୀ-ସମାଜର ଅନ୍ନଦାତା ଆଉ ସାଧାରଣ ଜନତାର କ୍ଷୁଧାକବଚ । ତା ପାଇଁ ପେଟରେ ଦାନା ନି ମୁଠେ ପଡେ଼ ତ ଆଉ କେତେବେଳେ ତାର ଅଭାବରେ ସାରା ବିଶ୍ୱକୁ ଭୋକ ଉପାସରେ ରହିବାକୁ ପଡେ଼ । ଭାରତୀୟ ସଭ୍ୟତାର ଏନ୍ତୁଡ଼ିଶାଳ କୃଷି …. ‘ଅନ୍ନାଦ୍‌ ଭବନ୍ତି ଭୂତାନି’ର ବାର୍ତ୍ତା- କୃଷିର ଆଦ୍ୟ ଓଁକାର, ଜୀବନର ଷଠିଘର….. କର୍ଷଣରୁ କୃଷି । ‘କୃଷି’ ମୌସୁମୀ ବାୟୁର ଜୁଆଖେଳ । ସେଇ ଚାଷୀ ନଈପଠାରେ ଧୋବ ଫରଫର ଗାଲିଚା ବିଛାଇ ଶ୍ୟାମଳ କ୍ଷେତର ପରିପାଟିରେ ସୁବର୍ଣ୍ଣର ମାହୋଲ ରଚନା କରିଦିଏ । ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ଭାବେ ବେଶ ଜଣାଶୁଣା । ତିନିଥର କୃଷିକର୍ମଣ ପୁରସ୍ତକାରରେ ବି ପରିଚିତ । ଏହାରି ଭିତରେ ମେଞ୍ଚାଏ ନୂତନତାର ସମ୍ଭାର ଓ କିଛି ନୂତନ ଚେତନାକୁ ସାଥୀ କରି ୨୦୧୮ ଏପ୍ରିଲ ୧ରେ ଜୀବନ୍ୟାସ ପାଇଥିଲା ଶ୍ୟାମଳ ସୁବର୍ଣ୍ଣ । ଆଜି ସଫଳତାର ସହ ଏହା ଦୁଇ ବର୍ଷ ଅତିକ୍ରମ କରିଛି । ଚାଷୀ ଓ ଚାଷର ମହାର୍ଘ୍ୟ ଅନୁଭୂତିକୁ ସାରା ଓଡ଼ିଶାରେ ବଖାଣିବାରେ ସଫଳ ହୋଇଛି ।

ଜୀବନରେ କେବେ ପତ୍ରିକା ସମ୍ପାଦନା କରିବି , ସେ ପୁୁଣି କୃଷି ଭିତ୍ତିକ ଏକଥାକୁ ସ୍ୱପ୍ନରେ ବି ଭାବିନଥିଲି । କିନ୍ତୁ ସେମିତି ଏକ ପରିସ୍ଥିତି ଯାହା ଚାଷୀକୁଳ ନିମନ୍ତେ କାମ କରିବାକୁ ଖୋରାକ ଯୋଗାଇଲା । ଆଉ ସେତେବେଳେ ପତଅିକାର ଅଭାବକୁ ଲକ୍ଷ୍ୟ କରରି ଆରମ୍ଭ କରିଥିଲି ଏ ଯାତ୍ରା । ପ୍ରଥମାବସ୍ଥାରେ ଭୁବନାନନ୍ଦ ଅଧିକାରୀ ଭାଇ ଏ ପତ୍ରିକାର ନାମକରଣ କରିଥିଲେ । ପରେ ପରେ ଆମ ଅଂଚଳର ବିକାଶ ଶତପଥି ସାର , ଭଦ୍ରକର ଅଭୟ ସୂତାର ସାର , ସେସମୟର କୃଷି ମନ୍ତ୍ରୀ ସ୍ୱର୍ଗତ ପ୍ରଦୀପ ମହାରଥି ସାର୍‌ ଏମାନେ ମୁଖ୍ୟ ସାରଥି ସାଜିଥିଲେ । ମୋ ପରିବାରର ଅକୁଣ୍ଠ ସହଯୋଗ ,ଆଶୀର୍ବାଦ ତଥା ସହଯୋଗୀ ମାନଙ୍କର ସାହାଯ୍ୟ ଯୋଗୁଁ ଆଜି ଓଡ଼ିିଶାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ପତ୍ରିକା । ଅନେକ ଜଣ ନିନ୍ଦା ବି କରିଛନ୍ତି , ସମାଲୋଚନା ବି କରିଛନ୍ତି । ଏସବୁ ନରହିଲେ ଆଗକୁ ଯିବା ବୋଧହୁଏ କଷ୍ଟକର । ତେଣୁ ସେମାନଙ୍କୁ ବି ଶୁଭେଚ୍ଛା , ଆମ ପାଇଁ ପ୍ରେରଣାର ଉତ୍ସ ସାଜିଥିବାରୁ । ଛାତ୍ରାବସ୍ଥାରୁ ଏହା ସମ୍ପାଦନା ଓ ପ୍ରକାଶନ କଷ୍ଟସାଧ୍ୟ ହେଲେ ମଧ୍ୟ ନିରନ୍ତର ଭାବେ ବାରଟି ସଂଖ୍ୟା ପ୍ରକାଶିତ କରି ଏହା ଏବେ ସାରା ଓଡ଼ିଶାରେ ବେଶ ଲୋକପ୍ରିୟ ମଧ୍ୟ ହୋଇପାରିଛି । କୋ÷ଣସି ବ୍ୟବସାୟିକ ଉଦ୍ଦେଶ୍ୟ ନୁହଁ ବରଂ ନିଜର ପାରୁପର୍ଯ୍ୟନ୍ତ ଚାଷୀଙ୍କ ପାଖେ ପହଂଚିବାକୁ ଲକ୍ଷ୍ୟ ରଖିଛୁ । ସାରା ଓଡ଼ିଶାରୁ ଚାଷୀ ମାନେ ପଚାରୁଥିବା ସମସ୍ୟାକୁ ସମାଧାନ କରାଇ ପତ୍ରିକା ମାଧ୍ୟମରେ ସେମାନଙ୍କ ପାଖକୁ ପହଂଚାଇବାକୁ ସବୁବେଳେ କାର୍ଯ୍ୟ କରୁଛୁ ।

ଆଗରୁ କୁହାଯାଉଥିଲା ଚାଷ କାମ ଯାହାର କେଡେ଼ ସୁଖ ତାହାର । ଏବେ ସେ ଉକ୍ତି ତାତ୍ପର୍ଯ୍ୟକୁ କେହି ଉପଲବ୍ôଧ କରିପାରୁନାହାନ୍ତି । ସମୟର ସାରାଂଶରେ ସବୁକିଛି ଏବେ ସମାଧିସ୍ଥ ହେବାକୁ ବସିଲାଣି । ଦିନଥିଲା ରାତି ପାହିଲେ ପଖାଳ ମୁଠେ ଖାଇ କାନ୍ଧରେ ଲଙ୍ଗଳ ଧରି କ୍ଷେତକୁ ଯିବା ଏକ ଚାଷୀଭାଇର ନିଶା ଥିଲା । କିନ୍ତୁ ଏବର ସମୟରେ ଚାଷ କଥା ଶୁଣିଲେ ଲୋକେ ମୁହଁ ବୁଲଉଛନ୍ତି । ନିଯୁକ୍ତିକୁ ଆଶା କରି ଶେଷରେ ନିରାଶ ହୋଇ ବେକାର ହୋଇ ବୁଲୁଛନ୍ତି ଆଜିର ଯୁବଗୋଷ୍ଠୀ । ବାହାର ରାଜ୍ୟରେ ଯାଇ ଦାଦନ ଖଟୁଛନ୍ତି । ହେଲେ କେହି ବି କାଦୁଅ କ୍ଷେତରେ ଗୋଡ଼ ପଶେଇବାକୁ ଇଚ୍ଛା କରୁନାହାନ୍ତି । ଚାଷ କିଏ କରିବ ମ?? ଏଇ ଉକ୍ତି ଏବେ ସମସ୍ତଙ୍କୁ ଚାଷ ଠାରୁ ଦୂରେଇଦେଇଛି । ହେଲେ ମାଟି ସହ ମଣିଷର ସେଇ ସମ୍ପର୍କକୁ ପୁଣିଥରେ ଲୋକମାନଙ୍କୁ ଜଣେଇଦେବାସହ ଚାଷୀମାନଙ୍କୁ ସଚେତନତା କରିବା ଦିଗରେ ଶ୍ୟାମଳ ସୁବର୍ଣ୍ଣ ଦ୍ୱାରା ଆରମ୍ଭ ହୋଇଥିଲା ଦିନିକିଆ କୃଷକ ସଚେତନତା ଓ ପ୍ରଶିକ୍ଷଣ ଶିବିର । କେବଳ ଏକ ପତ୍ରିକା ମଧ୍ୟରେ ସୀମିତ ନରହି ଗାଁ ଗାଁରେ ପତ୍ରିକା ପହଁଚେଇବା ସହ ଗ୍ରାମାଂଚଳରେ ଚାଷୀମାନଙ୍କ ସମସ୍ୟା ସହ ଯୋଡ଼ି ହେବା ଥିଲା ଏହାର ପ୍ରମୁଖ ଲକ୍ଷ୍ୟ । ଏଯାବତ ଶ୍ୟାମଳ ସୁବର୍ଣ୍ଣ ଦ୍ୱାରା ପାଖାପାଖି ୧୦ଟି ଜିଲ୍ଲାର ୧୦ଟି ଗାଁରେ ଚାଷୀମାନଙ୍କୁ ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ଦେବା ସହ ସେମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ସଚେତନ ମଧ୍ୟ କରାଇସାରିଛନ୍ତି । ପ୍ରତିଟି ଗାଁରେ ଲୋକଙ୍କ ବେଶ ଉତ୍ସାହ ଓ ଆଗ୍ରହ ସହ ମୋଟ ୫୬୦ ଜଣ ଚାଷୀଙ୍କୁ ପାଂଚ ମାସ ଭିତରେ ପ୍ରଶିକ୍ଷଣ ଦେଇସାରିଛୁ ।

nano urea

ଶ୍ୟାମଳ ସୁବର୍ଣ୍ଣର ପ୍ରତିଟି ସଂଖ୍ୟାରେ ଯୁବ କୃଷି ବିଜ୍ଞାନୀ ମାନଙ୍କୁ ପ୍ରାଥମିକତା ଦିଆଯାଇଥାଏ । ଅନେକ ଯୁବ କୃଷି ବିଜ୍ଞାନୀ ଓ ଗବେଷକ କୃଷି ଭିତ୍ତିକ ବଳିଷ୍ଠ ଲେଖାମାନ ନିଶ୍ଚିତ ଭାବେ କୃଷକ ମାନଙ୍କ ପାଇଁ ଉପଯୋଗୀ ହୋଇଥାଏ । ଏହା ବ୍ୟତୀତ ଏହାର ବ୍ୟୁରୋ ପୃଷ୍ଠା ରେ କିଛି ନୂତନ କୃଷି ଟୋକ୍ନାଲଜିକୁ ବେଶ ନିଖୁଣ ଭାବେ ଉପସ୍ଥାପନ କରାଯାଇଥାଏ । ଏହି ପତ୍ରିକା ଏବେ କୃଷି ସମାଜ ପାଇଁ ଏକ ଆହ୍ୱାନ ଭାବେ ପରିଗଣିତ ହୋଇଛି। ବିଭିନ୍ନ ପ୍ରକାର ଉପାଦେୟ ତଥ୍ୟକୁ ନେଇ ବେଶ ସାବଲୀଳ ଢ଼ଙ୍ଗରେ ବର୍ଣ୍ଣନା କରାଯାଇଥାଏ । ଦୁଇଟି ଭାଷାରେ ପ୍ରକାଶ ପାଉଥିବା ଏହି ପତ୍ରିକାରେ ଅନ୍ୟ ରାଜ୍ୟର କୃଷି ବିଜ୍ଞାନୀ ମାନେ ମଧ୍ୟ ନିଜ ମୋ÷ଳିକ ଚିନ୍ତାଧାରାକୁ ସ୍ଥାନ ଦେବାରେ ସଫଳ ହୁଅନ୍ତି । ଆଜିର ଏହି ଡ଼ିଜିଟାଲ ଯୁଗରେ ପତ୍ରିକା ପଢ଼ିବାକୁ ଇଚ୍ଛା କରୁନଥିବା ଯୁବଗୋଷ୍ଠୀଙ୍କ ପାଇଁ ଶ୍ୟାମଳ ସୁବର୍ଣ୍ଣ ଇ ପତ୍ରିକା ମଧ୍ୟ ଅନଲାଇନରେ ଉପଲବ୍ଧ । ତେବେ ଡ଼ିଜିଟାଲ ପ୍ଲାଟଫର୍ମରେ ବି ଶ୍ୟାମଳ ସୁବର୍ଣ୍ଣ ଏବେ ବେଶ ଆଗରେ । ପାଖାପାଖି ୩୨୦୦୦ରୁ ଉଦ୍ଧ୍ୱର୍ ପାଠକ । ଅଗଷ୍ଟ ୧୫,୨୦୨୦ ରୁ ଆରମ୍ଭ ହୋଇଥିଲା ଏହି ୱେବ ପୋର୍ଟାଲ । ସବୁସମୟରେ କୃଷି ଖବରକୁ ଲୋକଙ୍କ ପାଖରେ ପହଁଚାଇବା ଥିଲା ମୁଖ୍ୟ ଉଦ୍ଦେଶ୍ୟ ।

ଆଜି ଦୁଇ ପୁରି ତିନି ବର୍ଷରେ ପାଦ ଦେଇଛି ପତ୍ରିକା । ଅନେକ ସଂଘର୍ଷ, ନିନ୍ଦା,ପ୍ରଶଂସାକୁ ଏସବୁକୁ ସାଥିରେ ନେଇ ଥକି ପଡ଼ିନି ପତ୍ରିକା । ବରଂ ଆହୁରି ଆଗକୁ ଚାଷୀ ଭାଇ ନିମନ୍ତେ କାମ କରିବାକୁ ସଂକଳ୍ପ ନେବୁ । ତୃତୀୟ ସ୍ୱନକ୍ଷତ୍ର ଉତ୍ସବ ଅବସରରେ ଏତିକି ସଂକଳ୍ପ ।

ଡ଼ି ଶୁଭମ୍‌ , ସମ୍ପାଦକ – ଶ୍ୟାମଳ ସବୁର୍ଣ୍ଣ

Leave A Reply

Your email address will not be published.

three + 7 =