ଆଉ ଦେଖିବାକୁ ମିଳୁନି ଦେଶୀ ଧାନ

କଳାହାଣ୍ଡି ଜିଲ୍ଲାର ଦେଶୀ ଧାନ କେବଳ ଓଡ଼ିଶାରେ ନୁହଁ ବରଂ ଦେଶ ବିଦେଶରେ ଆଦୃତ ଥିଲା, ଯାହାକି ଆଜି ବିଲୁପ୍ତ ହେବାକୁ ବସିଲାଣି। କିଛି ବର୍ଷ ପୂର୍ବେ ପାଖାପାଖି ୧୨୦ ପ୍ରକାର ଦେଶୀ ଧାନ ଦେଖିବାକୁ ମିଳୁଥିଲା, ସେଥିମଧ୍ୟରୁ ଅନେକ ଦେଶୀ ଧାନ ବିଲୁପ୍ତ ହେବାକୁ ବସିଲାଣି। ୨୦୦୪ ମହିହା ସୁଦ୍ଧା ୧୨୦ ପ୍ରଜାତି ଦେଶୀ ଧାନରୁ ୪୪ ପ୍ରଜାତିର ଦେଶୀ ଧାନ ବିଲୁପ୍ତ ହୋଇସାରିଥିଲା, ବର୍ତମାନ ସୁଦ୍ଧା ଏହାକୁ ୨୦ ବର୍ଷ ବିତିସାରିଥିବା ବେଳେ ଆହୁରି ଅନେକ ଦେଶୀ ଧାନ ବିଲୁପ୍ତ ହୋଇଥିବା ଅନୁମାନ କରାଯାଉଛି।

ବର୍ତ୍ତମାନ ଧାନ ଗବେଷଣା କେନ୍ଦ୍ରରେ ନୂତନ ବିଦେଶୀ ଧାନକୁ ଗବେଷଣା କରାଯାଉଛି। ବିଲୁପ୍ତ ଦେଶୀ ଧାନର ସଂରକ୍ଷଣ ଓ ପ୍ରୋତ୍ସାହନ ପାଇଁ ପରମ୍ପରାଗତ ଅର୍ଥ ବ୍ୟୟ କରାଯାଉଛି, କିନ୍ତୁ ରାଜ୍ୟ ସରକାର ଏହାକୁ ସଠିକ୍ ଗୁରୁତ୍ଵ ଦେଉନଥିବା ବେଳେ ଦେଶୀ ଧାନର ସଂରକ୍ଷଣ ଓ ପ୍ରୋତ୍ସାହନକୁ ମଧ୍ୟ ଧ୍ୟାନ ଦେଉନାହାନ୍ତି। ଦେଶୀ ଧାନର ସଂରକ୍ଷଣ ଓ ପ୍ରୋତ୍ସାହନ ଅଭାବରୁ ନୂତନ ବିଦେଶୀ ତଥା ହାଇବ୍ରିଡ ଧାନର ଚାହିଦା ବଢିବାରେ ଲାଗିଛି। ହାଇବ୍ରିଡ ଧାନ ଅଧିକ ଅମଳ ଦେଉଥିଲେ ମଧ୍ୟ ସେଥିରେ ଦରକାର ଠାରୁ ଅଧିକ ପରିମାଣରେ ରାସାୟନିକ ସାର ଓ କୀଟନାଶକ ବ୍ୟବହାର କରାଯାଉଛି, ଯାହାକି ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ। ଏହାଦ୍ବାରା ପ୍ରକୃତି ନଷ୍ଟ ହେବା ସହ ପରିବେଶ ପ୍ରଦୂଷଣ ମଧ୍ୟ ହେଉଛି, ଯାହାକି ଆଗାମୀ ପିଢ଼ି ପାଇଁ ଏକ ବିପଦ ଅଟେ।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×