ଧାନ କିଣା ସମୟର ନିର୍ଦ୍ଦେଶାବଳୀ ଜାରି କଲେ ସରକାର

ରାଜ୍ୟ ସରକାର ନୂତନ ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀଙ୍କ ଠାରୁ ଖରିଫ ଧାନ କିଣିବେ। ପୂର୍ବ ଘୋଷିତ ମୂଲ୍ୟ ୩୧୦୦ ଟଙ୍କାରେ ସରକାର ଧାନ କିଣିବେ। କିପରି ସରକାର ସୁଚାରୁରୂପେ ଧାନ ସଂଗ୍ରହ କରିବେ ଏବଂ ଚାଷୀମାନେ ସେମାନଙ୍କ ଉଚିତ୍ ମୂଲ୍ୟ ସହଜରେ ପାଇପାରିବେ ସେଥିପ୍ରତି ଅଧିକ ଗୁରୁତ୍ବ ଦିଆଯାଇଛି। ଏହି ପ୍ରକ୍ରିୟାକରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ବିଶେଷକରି ଅଧିକ ରୁ ଅଧିକ କ୍ଷୁଦ୍ର ଚାଷୀଙ୍କ ପାଖରୁ ଧାନ ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ସରକାର ଚଳିତ ବର୍ଷ ସର୍ବନିମ୍ନ ସହାୟକ ମୂଲ୍ୟ ସହ ୮୦୦ ଟଙ୍କା ବୋନସ ମଧ୍ୟ ଦେବେ।

ଓଡ଼ିଶାରେ ଧାନ ଦର ବୃଦ୍ଧି ହୋଇଥିବାରୁ ପଡୋଶୀ ରାଜ୍ୟରୁ ମଧ୍ୟ ଧାନ ଓଡ଼ିଶାକୁ ଆସିବାର ସମ୍ଭାବନା ରହିଛି, ତେଣୁ ଏହି ପ୍ରକ୍ରିୟାକୁ ଅଧିକ ଧ୍ୟାନ ଦେବା ସହ ରୋକ୍ ଲଗାଇବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଓଡ଼ିଶାର ପ୍ରତ୍ୟେକ ସୀମାରେ ସ୍କ୍ୱାର୍ଡ ମଧ୍ୟ ନିୟୋଜନ କରାଯିବାର ଲକ୍ଷ୍ୟ ରହିଛି, ଯାହାଦ୍ଵାରା ପଡୋଶୀ ରାଜ୍ୟର ଧାନ ଆମଦାନୀକୁ ରୋକ୍ ଲଗାଯାଇପାରିବ। ରାଜ୍ୟର ଚାଷୀମାନଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଧାନ ଦର ବୃଦ୍ଧି ନିଷ୍ପତ୍ତି ପାଇଁ ସେମାନଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ରହିଛି। ଧାନ କ୍ରୟର ପ୍ରକ୍ରିୟା ସରଳିକୃତ କରିବା ପାଇଁ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କୁ ଗୁରୁଦାୟିତ୍ଵ ଦିଆଯାଇଛି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×