ଚାଷୀଙ୍କ ମନରେ ହସ ଭରିଛି କାଳିଆ

0

ରାଜ୍ୟ ସରକାର କୃଷି ଓ କୃଷକର ବିକାଶ ପାଇଁ କାର୍ଯ୍ୟ କରିଆସୁଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ କୃଷି ଓ କୃଷକର ଉନ୍ନତ ଦିଗରେ ଚେଷ୍ଟା କରିଆସୁଛନ୍ତି । ଆଜି ଆମ ରାଜ୍ୟର ଚାଷୀ ମାନେ ସଶକ୍ତ ହେବା ସହ ସମୃଦ୍ଧ ଓ ସ୍ୱାଲମ୍ବୀ ହେଉଚନ୍ତି । ଚାଷ କରିବା ପାଇଁ ସବୁପ୍ରକାର ସହୟତା ସରାକର ଯୋଗାଇଦେବାକୁ ଚେଷ୍ଟା କରୁଛନ୍ତି । ସରକାରଙ୍କ ଦ୍ୱାରା ଚାଷୀ ମାନଙ୍କ ପାଇଁ କରାଯାଉଥିବା ଯୋଜନା ଗୁଡ଼ିକର କିପରି ସ୍ୱଚ୍ଛତା ବଜାଇ ରଖାଯାଇପାରିବ , ସେ ଦିଗରେ ସରକାର କାମ କରୁଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଦ୍ୱାରା କୃଷକ ମାନଙ୍କ ଉନ୍ନତି ଦିଗରେ କରାଯାଇଥିବା ଏକ ଯୋଜନା ହେଉଛି- କାଳିଆ । ରାଜ୍ୟର ଚାଷୀ ମାନଙ୍କ ମନରେ ଅପାର ଖୁସି ଓ ସମ୍ଭାବନା ଭରିଛି କାଳିଆ ଯୋଜନା । ତେବେ କ୍ଷୁଦ୍ର , ନାମମାତ୍ର ଓ ଭୂମିହୀନ ଚାଷୀଙ୍କ ପାଇଁ ବଜେଟରେ ୧୮୭୯ କୋଟି ଟଙ୍କାର ବ୍ୟବସ୍ଥା ରହିଥିବା ବେଳେ ଚଳିତ ଖରିଫ ଫସଲ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ୮୭୭ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ୪୩ଲକ୍ଷରୁ ଅଧିକ କୃଷକ ପରିବାର ଏହା ଦ୍ୱାରା ଉପକୃତ ହେବା ସହ କୃଷି କ୍ଷେତ୍ରରେ ବେଶ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଚାଷୀଙ୍କ ଜୀବନ ଧାରଣର ସ୍ଥତି ସୁଧାରିବା ସହ ସଂଗଠିତ କରିପାରିଛି ଏହି କାଳିଆ ଯୋଜନା ।

Leave A Reply

Your email address will not be published.

four × one =