ଚାଷ ଜମିର ଗ୍ରାମଭିତ୍ତିକ ଯାଞ୍ଚ ଅବଧି ବୃଦ୍ଧି

ରାଜ୍ୟରେ ଚାଷୀ ଯେପରି ଅଧିକରୁ ଅଧିକ ମାତ୍ରାରେ ଉପକୃତ ହେବେ, ସେନେଇ ରାଜ୍ୟ ସରକାର ନିୟମିତ ପଦକ୍ଷେପ ନେଇ ଆସୁଛନ୍ତି। ବିଶେଷକରି ଧାନକିଣାରେ ଅଧିକ ସ୍ୱଚ୍ଛତା ଆଣିବା ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଥିବା ବେଳେ ଏହି କ୍ରମରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ୨୦୨୮-୨୯ ଖରିଫ୍ ଋତୁ ପର୍ଯ୍ୟନ୍ତ ରାଜ୍ୟର ଧାନ ଚାଷ ଜମିର ଗ୍ରାମଭିତ୍ତିକ ଯାଞ୍ଚ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଉଭୟ ଖରିଫ ଓ ରବି ଫସଲ ଋତୁରେ କୃଷକ ପଞ୍ଜିକରଣ ତଥ୍ୟ, ଜମି ରେକର୍ଡ ଡାଟା (ଆରଓଆର), କାଡାଷ୍ଟରାଲ୍ ମାନଚିତ୍ର ଏବଂ ହାଇ ରେଶୋଲୁସନ୍ ସାଟେଲାଇଟ୍ ଫଟୋ ବ୍ୟବହାର କରି ଧାନ ଫସଲ ଉତ୍ପାଦନ ଅଞ୍ଚଳର ଗ୍ରାମଭିତ୍ତିକ ତଥା ଜମିୱରି ଯାଞ୍ଚ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପକ୍ଷରୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିବା ଜଣାପଡିଛି।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟର ୫୧ ହଜାରରୁ ଅଧିକ ଗାଁ ଥିବାବେଳେ ରାଜ୍ୟର ପ୍ରତି ବର୍ଷ ଲକ୍ଷ ଲକ୍ଷ ଚାଷୀ ଧାନ ଚାଷ କରୁଛନ୍ତି। ତେବେ କେତେକ ଚାଷୀ ଅନ୍ୟମାନଙ୍କ ନାମରେ ସରକାରୀ ସୁବିଧା ସୁଯୋଗ ହାସଲ କରୁଥିବା ବେଳେ ପଡିଆ ପଡ଼ିଥିବା ଜମିରେ ଧାନ ଚାଷ ହେଉଥିବା ନେଇ ରିପୋର୍ଟ ଦର୍ଶାଯାଇଛି। ଅତଏବ ଚାଷୀଙ୍କ ପଞ୍ଜିକରଣ ସତ୍ୟତା ଯାଞ୍ଚ କରିବା ପାଇଁ ଚାଷୀମାନେ ଦେଇଥିବା ଧାନ ଫସଲର ଗ୍ରାମଭିତ୍ତିକ ଜମିୱାରି ଯାଞ୍ଚ ଆରମ୍ଭ କରାଯାଇଛି ।

– ଦିଵ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×