ଆରମ୍ଭ ହେବାକୁ ଯାଉଛି ମତ୍ସ୍ୟ ଓ ପ୍ରାଣୀସମ୍ପଦ ସମାବେଶ

0

ଆସନ୍ତା ଫେବୃଆରିରେ ତିନିଦିନିଆ ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀସମ୍ପଦ ସମାବେଶ ଅନୁଷ୍ଠିତ ହେବାକୁ ଯାଉଛି । ଜିଲ୍ଲାସ୍ତରରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ଓଡ଼ିଶା ମେଳାର ସଫଳତା ଓ ପ୍ରାଣୀପାଳକ ଏବଂ ମତ୍ସ୍ୟଚାଷୀଙ୍କ ମଧ୍ୟରେ ଉତ୍ସାହ ଓ ଆଗ୍ରହକୁ ଦୃଷ୍ଟିରେ ରଖି ଭୁବନେଶ୍ଵରରେ ତିନିଦିନିଆ ଓଡିଶା ମତ୍ସ୍ୟ ଓ ପ୍ରାଣୀସମ୍ପଦ ସମାବେଶର ଆୟୋଜନ କରାଯାଉଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କୃଷି ଭବନଠାରେ ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକରେ କ‌ହିଛନ୍ତି ।

nano urea

ସମାବେଶରେ ବିଭିନ୍ନ ପ୍ରାଣୀପାଳନ ଓ ମତ୍ସ୍ୟ ଚାଷର ପ୍ରଦର୍ଶନୀ ମଣ୍ଡପ ଖୋଲାଯିବା ସହ ଉନ୍ନ‌ତ କିସମର ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ଚାଷର ଲାଇଭ୍ ଡେମୋନ୍‌ଷ୍ଟ୍ରେସନ୍, ବିଭିନ୍ନ ଯନ୍ତ୍ରପାତି ଓ ଉପକରଣର ପ୍ରଦର୍ଶନୀ, ଚାଷୀ ବୈଜ୍ଞାନିକମାନଙ୍କ ମଧ୍ୟରେ ଆଲୋଚନାଚକ୍ର, ସଫଳ ଚାଷୀଙ୍କ ଅନୁଭୂତିର ଆଦାନ ପ୍ରଦାନ, ସଫଳ ପ୍ରାଣୀପାଳନ, ମତ୍ସ୍ୟଚାଷୀ ଏବଂ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସମ୍ବଦ୍ଧନା ସମେତ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ବଦ୍ଧିତ କରାଯିବ । ସମାବେଶରେ ରାଜ୍ୟରୁ ପ୍ରାୟ ୬ହଜାର ଚାଷୀ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଭାଗନେବେ । ପ୍ରତିଦିନ ଜିଲାରୁ ପ୍ରାୟ ୨ହଜାର ଚାଷୀ ଏଥିରେ ଯୋଗଦେବେ । ସମାବେଶରେ ମିଶନ ଶକ୍ତି, ସମବାୟ ନାବାର୍ଡ, ଜୀବିକା ଜଳସମ୍ପଦ ବିଭାଗ, ଓର୍‌ମାସ୍, ଓଡ଼ିଶା ମିଶନ, ପ୍ରାଣୀମଙ୍ଗଳ ଅନୁଷ୍ଠାନ, ମୃତ୍ତିକା ସଂରକ୍ଷଣ, କୃଷି ଓ ଉଦ୍ୟାନ କୃଷି ଆଦି ବିଭାଗର ର ମଧ୍ୟ ଷ୍ଟଲ ପ୍ରଦର୍ଶିତ ହେବ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ସେଞ୍ଚୁରିଆନ୍, ସୋଆ, ଶ୍ରୀଶ୍ରୀ ବିଶ୍ଵବିଦ୍ୟାଳୟ ସମେତ ବିଭିନ୍ନ କର୍ପୋରେଟ୍ ସଂସ୍ଥା ପକ୍ଷରୁ ମଧ୍ୟ ଷ୍ଟଲ ଖୋଲାହେବ । ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀସମ୍ପଦ ସମାବେଶର ଆୟୋଜନ ଦ୍ବାରା ରାଜ୍ୟର ଚାଷୀମାନେ ପ୍ରାଣୀପାଳନ ଓ ମତ୍ସ୍ୟ ଚାଷ କ୍ଷେତ୍ରରେ ନୂତନ ଜ୍ଞାନକୌଶଳ ଓ ଆଧୁନିକ ବୈଜ୍ଞାନିକ ପଦ୍ଧତି ସମ୍ପର୍କରେ ସଚେତନ ହେବେ ବୋଲି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ କହିଛନ୍ତି ।

Leave A Reply

Your email address will not be published.

5 × two =