ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ବିଭିନ୍ନ ଯୋଜନାର ସମୀକ୍ଷା କଲେ କୃଷି ମନ୍ତ୍ରୀ

0

ଆଜି କୃଷି ଭବନଠାରେ ଆୟୋଜିତ ବୈଠକରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ କୃଷିମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ସମୀକ୍ଷା କରିଥିଲେ ।

ବୈଜ୍ଞାନିକ ପଦ୍ଧତି ଓ ନୂତନ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରି ରାଜ୍ୟରେ ଉପଲବ୍ଧ ଜଳଉତ୍ସରୁ ବିପୁଳ ପରିମାଣର ମାଛ ଉତ୍ପାଦନ କରିବାର ସୁଯୋଗ ରହିଛି । ଏହା ଦ୍ୱାରା ଗ୍ରାମୀଣ ଅର୍ଥନୀତିରେ ବିକାଶ ଘଟିବା ସହ ରାଜ୍ୟବାସୀଙ୍କୁ ଅଧିକ ପରିମାଣର ପ୍ରାଣୀଜ ପ୍ରୋଟିନ୍‌ ମିଳିପାରିବ। ଏଥି ସହିତ ମତ୍ସ୍ୟ ଓ ପ୍ରାଣୀପାଳନ ସହ ଜଡ଼ିତ କୃଷକମାନଙ୍କ ସଫଳ କାହାଣୀକୁ ଲୋକଲୋଚନକୁ ଆଣି ସେମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇପାରିଲେ ଅଧିକରୁ ଅଧିକ ଲୋକ ଏହି କ୍ଷେତ୍ର ପ୍ରତି ଆକୃଷ୍ଟ ହେବେ ବୋଲି ଉପସ୍ଥିତ ବ୍ୟକ୍ତିବିଶେଷଙ୍କୁ ସେ ତାଙ୍କ ସମିକ୍ଷା ଦ୍ବାରା ଜଣାଇଥିଲେ ।

nano urea

ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ମତ୍ସ୍ୟ ବିଭାଗର ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ୍‌ ଆଲାମ୍‌, ପ୍ରାଣୀଚିକିତ୍ସା ଓ ପ୍ରାଣୀପାଳନ ନିର୍ଦ୍ଦେଶକ ଶ୍ରୀ ରାମାଶିଷ ହାଜରାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ସିଡିଭିଓ ଏବଂ ଜିଲ୍ଲା ମତ୍ସ୍ୟ ଅଧିକାରୀମାନେ ଯୋଗଦେଇଥିଲେ।

Leave A Reply

Your email address will not be published.

ten + 15 =