ସୂର୍ଯ୍ୟମୁଖୀ ସହିତ ମହୁମାଛି ପାଳନ

1

ଭାରତର ଉପକୂଳରେ ଅବସ୍ଥିତ ଓଡ଼ିଶା ତାର ଉନ୍ନତ ମାଟି ଓ ଚାଷୀ ପାଇଁ ସାରା ବିଶ୍ୱ ଦରବାରରେ ଅନେମ ନାମ କମାଇପାରିଛି । ଓଡ଼ିଶାରେ ଅଧିକାଂଶ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଅଛନ୍ତି ଯେଉଁମାନେ କି ଧାନ ଚାଷ ପ୍ରମୁଖ ଭାବରେ କରିଥାନ୍ତିଚ । କାରଣ ଏହାର ଜଳବାୟୁ ଧାନଚାଷ ପାଇଁ ବେଶ୍‌ ଅନୁକୂଳ । କିନ୍ତୁ ଧାନ ଚାଷ ପରେ ପରେ ସୂର୍ଯ୍ୟମୁଖୀ ଚାଷ ଚାଷୀକୁ ଅନେକ ଲାଭବାନ କରାଇଥାଏ । ରବି ରତୁରେ ହେଉଥିବା ଏହି ଅର୍ଥକାରୀ ତୈଳବୀଜ ଫସଲ ସହିତ ମହୁମାଛି ପାଳନ ଦ୍ୱାରା ଚାଷୀଟିଏ କମ୍‌ ଖର୍ଚ୍ଚକରି ଅଧିକ ଲାଭବାନ୍‌ ହୋଇପାରିଥାଏ । ସୂର୍ଯ୍ୟମୁଖୀ ତେଲ ଏହାର ଫୁଲରେ ଥିବା ମଞ୍ଜିରୁ ବାହାରିଥାଏ । ତେଣୁ ଏହି ତୈଳର ପରିମାଣ ମଞ୍ଜି ଉପରେ ହିଁ ନିର୍ଭର କରିଥାଏ ।

nano urea


କେତେକ ପରୀକ୍ଷାରୁ ଜଣା ଯାଇଛି ଯେ ବୀଜ ଧରିବା ସମୟରେ ଉପଯୁକ୍ତ ପରାଗସଂଗମ ନ ହେବା ଯୋଗୁଁ ୧୦ ରୁ ୨୦% କମ୍‌ ବୀଜ ସୃଷ୍ଟି ହୋଇଥାଏ ଓ ତୈଳର ମାନ ହ୍ରାସ ପାଇଥାଏ । ଅବଶ୍ୟ ଏବେ ନୂତନ ପ୍ରଜାତି ଦ୍ୱାରା ଗଛ ଆପେଆପେ ପରାଗରେଣୁ ଦ୍ୱାରା ବୀଜ ସୃଷ୍ଟ କରିପାରେ । କିନ୍ତୁ ଏହା ଉପକୂଳ ଜଳବାୟୁ ଉପରେ ନିର୍ଭର କରେ । କିନ୍ତୁ ମହୁମାଛି ଦ୍ୱାରା ଅଧିକ ଉତ୍ପାଦନ ସହିତ ଚାଷୀ ବେଶୀ ଲାଭବାନ ହୋଇଥାଏ । ସୂର୍ଯ୍ୟମୁଖୀ ସହ ସଦମାନ ସମୟରେ ମକା , ସୋରିଷ ଓ ଆଳୁ ମିଶ୍ରିତ ଭାବେ ଚାଷ କରାଯାଇପାରିବ । ଏହି ଚାଷ ପାଇର୍ କେତେକ ପ୍ରମୁଖ ଦିଗ ଉପରେ ଧ୍ୟାନ ଦେବାକୁ ପଡ଼ିବ ।
ଜମିଟିକୁ ଦୁଇରୁ ତିନି ଥର ହଳ କରାଯାଇ ମାଟିକୁ ସମତୁଲ କରାଯାଏ ଏବଂ ୨ରୁ୩ ଟ୍ରାାକ୍ଟର ଖତ ହେକ୍ଟର ପିଛିା ପକାଯାଏ । ଯାହା ଦ୍ୱାରା ସାଧାରଣତଃ ହିଡ଼ ଓ ଡଧାର କରିବା ଦ୍ୱାରା ଜଳସେଚନ ସୁବିଧାଜନକ ହୋଇଥାଏ । ଗଛ ଉତ୍ତମ ଭାବେ ବଢ଼ିପାରେ । ଜମିରେ ଯେପରି ଅଧିକ ପାଣି ନରହେ ସେଥିପ୍ରତି ଧ୍ୟାନ ଦେବାକୁ ହେବ । ଏକ ହେକ୍ଟର ଜମି ପାଇଁ ୮ରୁ ୧୦ କିଗ୍ରା ବିହନ ଆବଶ୍ୟକ ହୋଇଥାଏ । ବିହନ ବୁଣିବା ପୂର୍ବରୁ ୧କିଗ୍ରା ବିହନକୁ ୨.୫ଗ୍ରାମ ଥିରାମରେ ବିଶୋଧନ କରିବା ଦରକାର । ଧାଡ଼ିକୁ ଧାଡ଼ି ୨୦ସେମି ଛାଡ଼ି ମଞ୍ଜି ବୁଣାଯାଏ । ମଞ୍ଜି ବୁଣିବା ପରେ ଫୁଲ ହେବା ଯାଏଁ ଏହାର ଯତ୍ନ ନେବା ଆବଶ୍ୟକ । ଅନାବନା ଘାସକୁ ଉପାଡ଼ିଦେବା ଦରକାର । ଖତସାର ପରିଚାଳନା ହିସାବରେ ୟୁରିଆ ୧୩୦କିଗ୍ରା , ଫସଫେଟ୍‌ ୧୮୭କିଗ୍ରା ଓ ପଟାସ୫୦କିଗ୍ରା ହେକ୍ଟର ପିଛା ପକାଯାଏ ।
ଫୁଲ ଧରିବାର ଗୋଟେ ସପ୍ତାହ ପୂର୍ବରୁ ମହୁମାଛି ଛଡ଼ାଯାଏ । ଗୋଟେ ହେକ୍ଟର ପିଛା ୨ ରୁ ୩ କଲୋନୀ ଆବଶ୍ୟକ ହୋଇଥାଏ ।

ବିଜ୍ଞାନ ରଂଜନ ସାହୁ , ନୟାଗଡ଼ , ମୋ -୯୫୫୬୨୫୯୯୧୯

1 Comment
  1. Bignyan Ranjan Sahoo says

    Thanks shyamala subarna hope it will help farmers.🙏

Cancel Reply

Your email address will not be published.

19 + two =