ଆଶା ଓ ଆଶଙ୍କା ରେ ଆଖୁଚାଷୀ

0

ଭାରତ କୃଷି କ୍ଷେତ୍ରରେ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିଆସିଛି । ଫୁଲ , ଫଳ ଓ ପନିପରିବା ଉତ୍ପାଦନରେ ବି ବେଶ ଆଗୁଆ ଆମ ଭାରତ । ଏହି ପରିପ୍ରେକ୍ଷୀରେ ଆଖୁ ଉତ୍ପାଦନରେ ମଧ୍ୟ ଭାରତର ସ୍ଥାନ ସ୍ୱତନ୍ତ୍ର । ସମ୍ପ୍ରତି ନିତିଆୟୋଗ ଦ୍ୱାରା ନିଆଯାଇଥିବା ଏକ ପଦକ୍ଷେପ ଚାଷୀଙ୍କ ମନରେ ନୂତନ ଆକାଂକ୍ଷା ଭରିବ ବୋଲି ଆଶା କରାଯାଉଛି । ଆଖୁର ମୂଲ୍ୟକୁ ଚିନିର ଦାମ ସହ ଆନୁପାତିକ ଭାବେ ଯୋଡ଼ିବାକୁ ନୀତିଗତ ନିଷ୍ପତ୍ତି ନିଆଯାଇଛି । ଏହା ଦ୍ୱାରା ଆଖୁଚାଷୀଙ୍କ ଆର୍ଥିକ ସ୍ଥିତି ଏକ ପ୍ରକାର ସୁଧୁରିବ ବୋଲି ଆଶା କରାଯାଉଛି । ଏହା ବ୍ୟତୀତ ସର୍ବନିମ୍ନ ଚିନିର ମୂଲ୍ୟକୁ କିଲୋ ପ୍ରତି ୩୩ଟଙ୍କାକୁ ବୃଦ୍ଧି କରିବା ଦ୍ୱାରା ଏହା ଚିନି କାରଖାନାର ଆର୍ଥିକ ମାନ୍ଦାବସ୍ଥାକୁ ସୁଧାରିପାରିବ । ଏଥିସହ ଆଖୁ ଉତ୍ପାଦିତ କିଛି ଅଂଚଳକୁ କମ ପାଣିରେ ହେଉଥିବା ଗଛ ଲଗାଇବାକୁ ନିଷ୍ପତ୍ତି ନିଆଯିବା ସହ ଚାଷୀମାନଙ୍କୁ କିଛି ସହାୟତା ଯୋଗାଇଦେବାର ଯୋଜନା ରହିଛି । ଆଖୁ ଓ ଚିନି ଭାରତର ଅର୍ଥନୀତିରେ ଏକ ପ୍ରମୁଖ ଭୂମିକା ନେଇଥାନ୍ତି । କପା ପରେ  ଚିନି କାରଖାନା ଦେଶର ଦ୍ୱିତୀୟ ବୃହତ କୃଷି ଭିତ୍ତିକ ଶିଳ୍ପ ଅଟେ । ବାର୍ଷିକ ହାରାହାରି ଆଖୁ ଉତ୍ପାଦନ ମୂଲ୍ୟ ୩୫.୫ କୋଟି ଟଙ୍କା ଥିବା ବେଳେ  ଏହା ପାଖାପାଖି ୩କୋଟି ଟନର ଚିନି ଉତ୍ପାଦନ କରିଥାଏ।

Leave A Reply

Your email address will not be published.

nineteen − fifteen =