ଯୁବ ଦିବସରେ ଯୁବ ଚାଷୀ ଉପେନ୍ଦ୍ରଙ୍କ କଥା

0

ଯୁବ ଦିବସରେ ଆମେ ଯୁବକ ମାନଙ୍କ କଥା ବିଚାରକୁ ଆଣିଥାଉ। ଯୁବକ ମାନେ ହିଁ ରାଷ୍ଟ୍ର ଗଠନର ମଙ୍ଗୁଆଳ । ଯୁବକ ହିଁ ଦେଶ ପ୍ରଗତିର ମୂଳାଧାର । ଯୂବକ ମାନେ ହିଁ ଦେଶକୁ ଉନ୍ନତିର ପଥରେ ଆଗକୁ ନିଅନ୍ତି । ଯୁବକ ମାନେ ହିଁ ସବୁସମୟରେ ଆମ ପାଇଁ ପ୍ରେରଣାର ଉତ୍ସ । ବିଭିନ୍ନ କ୍ଷେତ୍ର ଯଥା ସାମାଜିକ, ରାଜନୈତିକ ହେଉ ଅବା କୃଷି ,ଶିକ୍ଷା,ସ୍ୱାସ୍ଥ୍ୟ ସବୁଠି ଯୁବକ ମାନଙ୍କର ପାରଦର୍ଶିତା ପରିଲକ୍ଷିତ ହୁଏ । ଆଜି ଏହି ଯୁବଦିବସ ପରିପ୍ରେକ୍ଷୀରେ ଆସନ୍ତୁ ଜାଣିବା ଯୁବଚାଷୀ ଉପେନ୍ଦ୍ର ବିଶ୍ୱାଳଙ୍କ ବିଷୟରେ କିଛି କଥା ..

nano urea

ଉପେନ୍ଦ୍ର ବିଶ୍ୱାଳ – ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ଅନ୍ତର୍ଗତ ଆରୁହା ପଂଚାୟତର ତୁଳମତୁଳା ଗ୍ରାମର ଜଣେ ଶିକ୍ଷିତ ଯୁବକ । ଇତିହାସରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ ପରେ ଚାକିରୀ ମୋହରେ ନପଡ଼ି ନିଜେ ସ୍ୱାବଲମ୍ବୀ ତଥା ଆତ୍ମନିର୍ଭରଶୀଳ ହେବା ପାଇଁ ସଂକଳ୍ପ କରିଥିଲେ । କାଶ୍ମୀର ରେଡ଼ ବେରୀ କୁ ସେ ନିଜ ଗାଁ ମାଟିରେ ଚାଷ କରି ଏବେ ସବୁଆଡେ଼ ପ୍ରଶଂସା ସାଉଁଟୁଛନ୍ତି । ସମନ୍ୱିତ କୃଷି ମାଧ୍ୟମରେ ସେ ନିଜ ଫାର୍ମରେ ବିଭିନ୍ନ ପ୍ରକାର କୃଷି ତଥା ଆନୁଷଙ୍ଗିକ ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି । ଚାଷକୁ ପେଶା ନୁହେଁ ବରଂ ନିଶା ଭାବରେ ଗ୍ରହଣ କରି ଏବେ ଉପେନ୍ଦ୍ର ଯୁବସମାଜ ପାଇଁ ଆଦର୍ଶ ପାଲଟିଛନ୍ତି । ବାସୁଦେବପୁର ଏ ଯୁବଚାଷୀ ଏବେ ସାରା ରାଜ୍ୟ ପାଇଁ ଏକ ଉଦାହରଣ ସାଜିଛନ୍ତି । ଇଣ୍ଟରନେଟରେ ଏହି ଆପଲବେରୀ ଚାଷ ବିଷୟରେ ଶିଖି ତାହାକୁ ନିଜ ମାଟିରେ ଫଳେଇଛନ୍ତି ଉପେନ୍ଦ୍ର। ବିନା ସାର ଓ ବିଷ ପ୍ରୟୋଗ କରି ସମ୍ପୂର୍ଣ୍ଣ ଜୈବିକ ଚାଷ ମାଧ୍ୟମରେ ଚାଷ କରୁଛନ୍ତି । ମିଶ୍ରିତ ଚାଷ ମାଧ୍ୟମରେ ଉପେନ୍ଦ୍ର ଏବେ ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟ କେତେଜଣଙ୍କୁ ବି ରୋଜଗାର ଦେଇପାରିଛନ୍ତି । ସାମ୍ପ୍ରତିକ ସମୟରେ ଯୁବକ ମାନେ ଚାଷକୁ ଅନାଦର ନକରି ବରଂ ଏହାକୁ ଉପଯୋଗ କରି ଲାଭବାନ ହୋଇପାରିବେ ବୋଲି ଆମ ସହ କଥା ହୋଇ ବାର୍ତ୍ତା ଦେଇଥିଲେ ।

ଯୁବ ଦିବସ ଅବସରରେ ଆମେ ଉପେନ୍ଦ୍ରଙ୍କ ନିଆରା ଉଦ୍ୟମକୁ ସାଧୁବାଦ ଜଣାଇବା ସହ ଭବିଷ୍ୟତରେ ସେ ଚାଷର କଥାକୁ ସାରା ଦେଶରେ ବଖାଣନ୍ତୁ , ଏତିକି କାମନା ।

Leave A Reply

Your email address will not be published.

20 − fourteen =