ଫାର୍ମରୁ ପ୍ଲେଟ୍‌ ଯାଏଁ ମାଣ୍ଡିଆର ଜୟଯାତ୍ରା

0

ରାଜ୍ୟ ସରକାରଙ୍କ ମିଲେଟ ମିଶନ୍‌ ଏବେ ସଫଳତାର କଥା କହୁଛି । ମୟୂରଭଂଜରୁ ମାଲକାନାଗିରି ଯାଏଁ ସବୁଠି ଏବେ ମାଣ୍ଡିଆର ପ୍ରଚାର ଆଉ ପ୍ରସାର । ସାଧାରଣ ଲୋକଟିଏ ଏବେ କଥା ଛଳରେ କହୁଛି- ଆରେ ଆଜି ସକାଳୁ କଣ ଜଳଖିଆ ହୋଇଛି, କଣ ମାଣ୍ଡିଆ ଜାଉ ଟି ? ଏମିତିକି ଲୋକ ଏତେ ପରିମାଣରେ ପ୍ରଭାବିତ ହେଲେଣି ସୋସିଆଲ ମିଡ଼ିଆରେ ବି ମାଣ୍ଡିଆର କଥା ସବୁବେଳେ ଶୁଣିବାକୁ ମିଳୁଛି । ସହରରେ ଯୁବ ଉଦ୍ୟୋଗୀ ମାନେ ଆଜି ମିଲେଟର ଷ୍ଟାର୍ଟ ଅପ କଲେଣି । ଆଗାମୀ ନଭେମ୍ବର ୯-୧୦ରେ ଦୁଇ ଦିନିଆ ମିଲେଟ କନଫେରେନ୍ସ ଅନୁଷ୍ଠିତ ହେବ।
କେବଳ ଚାଷୀ ନୁହେଁ କୃଷକ ଉତ୍ପାଦକ ସଂଗଠନ,ମହିଳା ଗୋଷ୍ଠୀ , ମିଶନ ଶକ୍ତି ଠାରୁ ଆରମ୍ଭ କରି ବିଦ୍ୟାଳୟ , ମହାବିଦ୍ୟାଳୟ ସବୁବର୍ଗର ଲୋକ ଏବେ ମାଣ୍ଡିଆ ଖାଉଛନ୍ତି ,ଖୁଆଉଛନ୍ତି ଆଉ ଏହାର ସଫଳତାର କଥାକୁ ଲୋକଙ୍କ ପାଖରେ ପହଁଚାଉଛନ୍ତି । ରାଜ୍ୟର ବଡ଼ ବଡ଼ ହୋଟେଲ ମାନେ ବି ଫୁଡ଼ ମେନୁରେ ଏହାକୁ ସାମିଲ କଲେଣି । ବିଭିନ୍ନ ପ୍ରକାର ଗୁଣରେ ଭରପୁର ମାଣ୍ଡିଆ ଏବେ ଯୁବ ଉଦ୍ୟୋଗୀ ମାନଙ୍କ ଷ୍ଟାର୍ଟଅପରେ ସାମିଲ ହେଲାଣି । ଅନେକ ଆଜି ମିଲେଟରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀକୁ କବେଳ ଓଡ଼ିଶା ନୁହେଁ ବରଂ ବାହାର ରାଜ୍ୟ ଓ ଦେଶ ବିଦେଶରେ ପହଁଚାଇପାରୁଛନ୍ତି । ଆଜି ଯେଉଁ ଦୋକାନ ଯିବେ ଚା ସହ ମାଣ୍ଡିଆ କେକ ଟିଏ ହେଉ ଅବା ମାଣ୍ଡିଆ ଲଡ଼ୁ ସବୁଠି ଆଜି ମାଣ୍ଡିଆର ଜୟଯାତ୍ରା । ମେଳା ମହୋତ୍ସବ ଠାରୁ ଆରମ୍ଭ କରି ସବୁଠି ଏବେ ମାଣ୍ଡିଆର ଷ୍ଟଲ ପ୍ରଦର୍ଶିତ ହେଉଛି । ରାଜ୍ୟ ସରକାର ଏ ଦିଗରେ ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି । ଫାର୍ମରୁ ପ୍ଲେଟ ଯାଏଁ ମାଣ୍ଡିଆ ଆଜି ସଫଳତାର ଗୀତ ଗାଉଛି। ଶୁଷ୍କ ମାଟିର ସୁନା ମାଣ୍ଡିଆକୁ ଚାଷ କରିବା ପାଇଁ ଚାଷୀ ଏବେ ବେଶ ଆଗଭର।

nano urea

ଓଡ଼ିଶା ମିଲେଟ ମିଶନ ଏବେ ଏକ ବିପ୍ଲବରେ ପରିଣତ ହେଲାଣି । ଫାର୍ମରୁ ପ୍ଲେଟ ଯାଏଁ ମାଣ୍ଡିଆ ଆଜି ସଫଳତାର ଗୀତ ଗାଉଛି । ମିଶନ୍‌ ଶକ୍ତି ,କୃଷି ବିଭାଗ, ମହିଳା ଓ ଶିଶୁ ବିକାଶ ପରି ବିଭନ୍ନ ବିଭାଗ ମାନେ ଏବେ ଏହି ସଫଳତାରେ ଯୋଡ଼ି ହୋଇଛନ୍ତି । ୨୦୨୦-୨୧ ସୁଦ୍ଧା ପାଖାପାଖି ୭ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ଏହି ମିଶନ ଦ୍ୱାରା ଉତ୍ପାଦିତ ହୋଇଥିଲା । ଓଡ଼ିଶା ମିଲେଟ ମିଶନ ଜୈବିକ କୃଷିକୁ ପ୍ରାଧାନ୍ୟ ଦେଇ ଚାଷ କରିବା ସହ ଚାଷ ଜମିର ଗୁଣବତ୍ତା ବୃଦ୍ଧି ଉପରେ ଗୁରୁତ୍ୱ ଦିଏ ।

Leave A Reply

Your email address will not be published.

sixteen − 2 =