ମାଣ୍ଡିଆ ଚାଷ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ସଫଳତା

ମାଣ୍ଡିଆ ଚାଷ କରି ଗାଁ ମାନଙ୍କର ଶତାଧିକ ମହିଳା, ସ୍ଵଂୟ ସହାୟକ ଗୋଷ୍ଠୀ ଓ ପୁରୁଷ ଐତିହାସିକ ସଫଳତା ହାସଲ କରିପାରିଛନ୍ତି। ଚାଷୀମାନେ କେବଳ ଲାଭବାନ ହେଉନାହାନ୍ତି, ଜୀବନଧାରଣର ମନକୁ ମଧ୍ୟ ବୃଦ୍ଧି କରିବାର ସଫଳ ଉଦାହରଣ ସୃଷ୍ଟି କରୁଛନ୍ତି। ଶତାଧିକ ଚାଷୀ ହଜାର ହଜାର କୁଇଣ୍ଟାଲ ମାଣ୍ଡିଆ ଉତ୍ପାଦନ କରି ନିଜ ଅଞ୍ଚଳ ପାଇଁ ଗୌରବ ଆଣିପାରୁଛନ୍ତି। ଲୋକମାନେ ଅନ୍ୟ ରୋଜଗାରର ପନ୍ଥା ବଦଳାଇ ମାଣ୍ଡିଆ ଚାଷରେ ଲିପ୍ତ ହେବାରେ ଲାଗିଛନ୍ତି। କେବଳ ଶତାଧିକ ଚାଷୀ ଉପକୃତ ହୋଇ ସଫଳ ମାଣ୍ଡିଆ ଚାଷୀ ଭାବେ ପରିଗଣିତ ହୋଇନାହାନ୍ତି, ଚାଷ ପ୍ରତି ହଟୁଥିବା ଆସ୍ଥାକୁ ଫେରାଇ ଆଣିବା ପାଇଁ ନମୁନା ପ୍ରସ୍ତୁତ କରୁଛନ୍ତି।

କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଳକ୍ ଢେପଗୁଡ଼ା ଗ୍ରାମର ଡଙ୍ଗରଦେଇ ସ୍ଵଂୟ ସହାୟକ ଗୋଷ୍ଠୀ ମାଣ୍ଡିଆ ଚାଷ କରି ଏକ ନୂତନ ସଫଳତା ହାସଲ କରିଛି। ୨୦୨୦ ମସିହାରୁ ଗୋଷ୍ଠୀର ସଦସ୍ୟାମାନେ ମାଣ୍ଡିଆ ଚାଷ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ଦିଗରେ ପ୍ରୟାସ ଆରମ୍ଭ କରିଛନ୍ତି। ଶ୍ରୀ ଅନ୍ନ ଅଭିଯାନ ତଥା ଓଡ଼ିଶା ମିଲେଟ୍ସ ମିଶନ ଅଧୀନରେ ଶ୍ରୀ ପଦ୍ଧତିରେ ମାଣ୍ଡିଆ ଚାଷ କରି ନିଜ ଗାଁ ତଥା ଆଖପାଖ ଗାଁରେ ଉଦାହରଣ ସାଜିଛନ୍ତି। ମାଣ୍ଡିଆ ଚାଷ କ୍ଷେତ୍ରରେ ସେମାନଙ୍କ ସଫଳତାକୁ ଦେଖି ଗାଁର ଅଧିକାଂଶ ଲୋକ ବର୍ତ୍ତମାନ ମାଣ୍ଡିଆ ଚାଷକୁ ଆପଣାଇଛନ୍ତି। ଏତତ୍ ଦ୍ଵାରା ସ୍ୱୟଂ ସହାୟକ ଗୋଷ୍ଠୀର ମା’ ମାନେ ମଧ୍ୟ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×