ଜେ.ଏସ.ଡ଼ବ୍ଲ୍ୟୁ ର ଉଡାଣ ମେଧାବୃତ୍ତିରେ ଉପକୃତ ହେଲେ ୩ ପଂଚାୟତର ଛାତ୍ରଛାତ୍ରୀ

ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୃଜନଶୀଳତାର ବିକାଶ ଏବଂ ଦକ୍ଷତା ବିକାଶ କରିବାରେ ଜେ.ଏସ.ଡ଼ବ୍ଲ୍ୟୁର ଉଦ୍ୟମ ସର୍ବଦା ପ୍ରଶଂସନୀୟ । ଜେ.ଏସ.ଡ଼ବ୍ଲ୍ୟୁର ଉଡାଣ ମେଧାବୃତ୍ତି ମାଧ୍ୟମରେ ୯୪ଜଣ ବିଦ୍ୟାର୍ଥି ମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ଜେ.ଏସ.ଡ଼ବ୍ଲ୍ୟୁ ପ୍ରସ୍ତାବିତ ଉତ୍କଳ ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଏହି ବୃତ୍ତି ପ୍ରଦାନ କରାଯାଇଛି । ଏହି ଉଡ଼ାଣ ମେଧାବୃତ୍ତି ପ୍ରତିବର୍ଷ ବୈଷୟିକ ପାଠ୍ୟକ୍ରମ ଠାରୁ ଆରମ୍ଭ କରି ବୃତ୍ତିଗତ ଶିକ୍ଷା ତଥା ବିଭିନ୍ନ ଉଚ୍ଚଶିକ୍ଷା ପାଇଁ ପ୍ରଦାନ କରାଯାଇଆସୁଛି । ବଗତ ବର୍ଷ ୨୦୨୨-୨୩ରେ ପ୍ରଦାନ କରାଯାଇଥିବା ଏହି ବୃତ୍ତିରେ ତିନୋଟି ପଂଚାୟତର ପାଖାପାଖି ୭୦ଜଣ ରହିଥିବା ବେଳେ ଅନ୍ୟମାନେ ପାରାଦୀପ ଓ ଏହାର ଆଖପାଖ ଅଂଚଳର ରହିଛନ୍ତି । ଏହି ଛାତ୍ରଛାତ୍ରୀ ମାନଙ୍କ ମେଧାକୁ ଅନ୍ୱେଷଣ କରି ସର୍ବନିମ୍ନ ୨୦୦୦ରୁ ୩୦୦୦ ଓ ସର୍ବାଧିକ ୫୦୦୦୦ ଟଙ୍କା ଯାଏଁ ବୃତ୍ତି ପ୍ରଦାନ କରାଯାଇଛି । ଚଳିତବର୍ଷ ସମୁଦାୟ ୨୪ ଲକ୍ଷ ୫୨ହଜାର ଟଙ୍କା ପ୍ରଦାନ କରାଯାଇଛି । ତେବେ ଆସନ୍ତାବର୍ଷ ଏହି ବୃତ୍ତି ୪୦ଲକ୍ଷ ଟଙ୍କା ହେବ ବୋଲି ବଜେଟ ଆକଳନ କରାଯାଇଛି । ତେବେ ଚଳିତ ମାସ ୧୫ ତାରିଖରେ ଏହି ବୃତ୍ତି ରାଶି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ପ୍ରଦାନ କରାଯାଇଛି। ତେବେ ଏହି ଉଡ଼ାଣ ସ୍କଲାରସିପ ଜରିଆରେ ଛାତ୍ରଛାତ୍ରୀ ମାନେ ଭଲ ପାଠ ପଢ଼ି କୃତକାର୍ଯ୍ୟ ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି। ସୁତରାଂ ଜେ.ଏସ.ଡ଼ବ୍ଲ୍ୟୁ ସ୍ଥାନୀୟ ଅଂଚଳରେ ସବୁବେଳେ ଉନ୍ନତିମୂଳକ କାର୍ଯ୍ୟ କରିବା ସହ ଦକ୍ଷତା ବିକାଶ, ଆଲୋକିକରଣ , ବିଶୁଦ୍ଧ ପାନୀୟ ଜଳ ଯୋଗାଣ ତଥା ଅନେକ ବିକାଶ ମୂଳକ କାମ କରିବାକୁ ଯୋଜନା ରହିଛି ବୋଲି ଫାଉଣ୍ଡେସନ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Comment

Your email address will not be published. Required fields are marked *

Scroll to Top
×