ଧାନ ଫସଲରେ ଗନ୍ଧିପୋକ ଦମନ

0

ଧାନ କେଣ୍ଡା ପକାଇଲା ପରେ କ୍ଷୀର ଢୋକିବା ଅବସ୍ଥାରେ ସେଥିରେ ସବୁଜରଙ୍ଗର ଏକ ଇଞ୍ଚ ଲମ୍ବର ସରୁ ଓ ଲମ୍ବା ବଗ୍ ପୋକମାନେ ବସି ଧାନରୁ କ୍ଷୀର ପିଇଦିଅନ୍ତି । ଯେଉଁ ଧାନରୁ ଏହି ପୋକ କ୍ଷୀର ପିଇଦିଏ ସେହି ଧାନଟି ଅଗାଡ଼ି ହୋଇଯାଏ।ଧାନ ଟିକେ ଟାଣ ହୋଇଯାଇଥିଲେ ସେଥିରେ ଏହି ପୋକ ଯଦି କଣା କରେ ତେବେକ୍ଷୀର ପିଇପାରେ ନାହିଁ ଓ ଛାଡ଼ି ପଳାଇଯାଏ, ବରଂ ସେହି କଣାବଟେ ଅନ୍ୟ ଜୀବାଣୁମାନେପଶି ଧାନ ଏବଂ ଚାଉଳକୁ ବିବର୍ଣ୍ଣ କରିଥାନ୍ତି । ତେଣୁ ସେଥୁରୁ ମଲା କିମ୍ବା କଳା ଚାଉଳବାହାରେ।

ଏହି ଗନ୍ଧି ପୋକର ଦମନ ପାଇଁକ୍ଷେତରୁ ଗେଣ୍ଡା, କଙ୍କଡ଼ା, ଶାମୁକା ଆଦିସଂଗ୍ରହ କରି ସେଗୁଡ଼ିକ ଏକ ପାତ୍ରରେରଖି ଲୁଣ ପକାଇ ମାରିଦିଅନ୍ତୁ । ଦିନେଦୁଇଦିନ ପରେ ସେଥିରୁ ମୁଠାଏ କରିନେଇ ପତଳା କନାରେ ବାନ୍ଧି ଏକଏକର ଜମିରେ ୧୦ ଗୋଟିଏ ସ୍ଥାନରେବାଡ଼ିପୋତି ଧାନଗଛ ଉଚ୍ଚାରେ ବାନ୍ଧିଦିଅନ୍ତୁ। ଏହି ଗେଣ୍ଡା ଥୋପକୁ ଆକୃଷ୍ଟହୋଇଆସି ଗନ୍ଧିପୋକମାନେ ଥୋପରେବସି ରସ ଶୋଷନ୍ତି ଓ ଏହା ଭିତରେଧାନ ଟାଣ ହୋଇଯାଏ। ଏତଦ୍‌ବ୍ୟତୀତକ୍ଷେତରେ ହେକ୍ଟର ପ୍ରତି ଗୋଟିଏ ଆଲୋକ ଯନ୍ତା ବସାଇଲେ ସେଥ୍‌କୁ ପୂର୍ଣ୍ଣାଙ୍ଗ କୀଟମାନେଆକୃଷ୍ଟ ହୋଇଆସି ଯନ୍ତାରେ ପଡ଼ି ମରନ୍ତି । ଏହି ପୋକମାନେ ଧାନଛଡ଼ା ସୁଆଁ ଜାତୀୟବହୁତ ପ୍ରକାରର ଅନାବନା ଘାସରେ ବଂଶ ବିସ୍ତାର କରିଥାନ୍ତି । ତେଣୁ ସେଗୁଡ଼ିକୁ କ୍ଷେତରୁଏବଂ ହିଡ଼ରୁ ସଫା କରିଦିଅନ୍ତୁ । ଧାନରେ ଫୁଲ ବା କେଣ୍ଡା ବାହାରିବା ପୂର୍ବରୁ ଥରେ ଓପରେ ଆଉ ଥରେ ନିମ୍ବ ମଞ୍ଜି ଉଦ୍ଧୃତାଂଶ ୫% ସିଞ୍ଚନ କରନ୍ତୁ । ଧାନ କ୍ଷେତରେ ଏକରପ୍ରତି ୨୫ କି.ଗ୍ରା. ନିମ୍ବ ପିଡ଼ିଆ ପ୍ରୟୋଗ କଲେ ମଧ୍ୟ ଫଳପ୍ରଦ ହୋଇଥାଏ।

nano urea

ବୁଦାପ୍ରତି ଗୋଟିଏ ଅର୍ଭକ କିମ୍ବା ପୂର୍ଣ୍ଣାଙ୍ଗ ଗନ୍ଧିପୋକ ଦେଖାଗଲେ ଏହି କୀଟରଆର୍ଥିକ ଦେହଳୀ ସୀମା ଆସିଯାଏ। ତେଣୁ କ୍ଷେତରେ ଏକର ପ୍ରତି ୮-୧୦ କି.ଗ୍ରା.ମାଲାଥିଅନ୍ ୫% ଗୁଣ୍ଡ କିମ୍ବା କ୍ଵିନାଲ୍‌ଫସ୍‌ ୧.୫% ଗୁଣ୍ଡ କିମ୍ବା ଆଲ୍‌ଫାମେଥ୍ରିନ୍ ୧୦%ଗୁଣ୍ଡ କିମ୍ବା ଫେନ୍‌ଭାଲେରେଟ୍ ୦.୪% ଗୁଣ୍ଡ ପାଉଁଶରେ ମିଶାଇ ସିଞ୍ଚନ କରନ୍ତୁ। ଏହାବଦଳରେ ଉପରବେଳା କ୍ଷେତ୍ରରେ ଏକର ପ୍ରତି ୫୦ ମି.ଲି. ଇମିଡ଼ାକ୍ଲୋପ୍ରିଡ୍ ୧୭.୮%ଏସ୍.ଏଲ୍. (କନ୍‌ଫିଡ଼ର, ଟାଟାମିଡ଼ା, ପାରାମିଡ଼ା, ମେଡ଼ିଆ, ଆଟମ୍, ଇମିକନ୍) କିମ୍ବା୪୦ ଗ୍ରାମ୍ ଥାୟାମେଥୋକ୍‌ଜାମ୍ ୨୫% ଡବ୍ଲୁ. ଜି. (ଏକତାରା, ଆରିଭା, ରେନୋଭା,ଅନନ୍ତ, ଏଭିଡ଼େଣ୍ଟ, ସ୍ପାଇକ୍, କ୍ଲିକ, ଘର, ମାକ୍ସିମା, ଟର୍‌ପିଡ୍) କିମ୍ବା ୧୨୦ ମି.ଲି.ଇମିଡାକ୍ଳୋପ୍ରିଡ୍ ୬% + ଲାମ୍ବଡ଼ା ସାଇହାଲୋଥ୍ରୀନ୍ ୪% ଏସ୍.ଏଲ୍‌. (ଇନୋଭେକ୍ସିଆ)୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।

ସୁରଜ କୁୂମାର ବେହେରା , ସହକାରୀ ପ୍ରାଧ୍ୟାପକ , ମିଟ୍‌ସ, ରାୟଗଡ଼ା

Leave A Reply

Your email address will not be published.

nine + 10 =