ରାୟଗଡାର ପାହାଡିଆ ଇଲାକାରେ ଷ୍ଟ୍ରବେରୀ ଚାଷ

0

କୃଷକମାନେ ସାଧାରଣତ ଏପ୍ରିଲରୁ ଅକ୍ଟୋବର ପର୍ଯ୍ୟନ୍ତ ଧାନ ରୋପଣ କରନ୍ତି, ସେମାନେ ନଭେମ୍ବରରେ କିପରି ଷ୍ଟ୍ରବେରୀ ଚାଷ କରିବେ ସେ ପାଇଁ ପ୍ରଶିକ୍ଷଣ ଦିଆଯାଉଛି । ଅନେକ କୃଷକ ସରକାରଙ୍କ ତରଫରୁ ଷ୍ଟ୍ରବେରୀ ଚାଷ ରେ ଲାଗିଛନ୍ତି । ସପୁରି , ଅଦା, କଦଳୀ, ପଣସକୁ ପରମ୍ପରା ଚାଷ ଭାବେ ଚାଷ କରିଆସୁଥିବା ଡଙ୍ଗରିଆମାନେ ନୂତନ ଜ୍ଞାନକୌଶଳରେ ଏବେ ଷ୍ଟ୍ରବେରୀ ଫଳାଇବାକୁ ଚେଷ୍ଟା ଚଳାଇଛନ୍ତି I ସରକାରଙ୍କ ମତରେ ଗଜପତି, ମାଲକାନଗିରି, ରାୟାଗଡା , ଏବଂ କାଲାହାଣ୍ଡି ପରି ଅନ୍ୟାନ୍ୟ ସ୍ଥାନରେ ଅଧିକରୁ ଅଧିକ ଲୋକ ଷ୍ଟ୍ରବେରି ବଢ଼ାଇବେ। ଏହି ସ୍ଥାନଗୁଡିକର ପାଣିପାଗ ଷ୍ଟ୍ରବେରୀ ଚାଷ ପାଇଁ ଉପଯୋଗୀ ।

ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ଅଧୀନରେ ରହିଥିବା ନିୟମଗିରିର କୁର୍ଲ୍ଲୀ ପାହାଡ଼ ଉପରେ ଷ୍ଟ୍ରବେରୀ ଚାଷ ଆରମ୍ଭ ହୋଇଛି। ଏହି ପାହାଡ଼ିଆ ଇଲାକା ଷ୍ଟ୍ରବେରୀ ଚାଷ ପାଇଁ ଅନୁକୂଳ । ତେଣୁ ଚଳିତ ବର୍ଷଠାରୁ ଏହି ପାହାଡ଼ ପାଦଦେଶରେ ଷ୍ଟ୍ରବେରୀ ଫଳିବ ବୋଲି ସମସ୍ତେ ଆଶାବାଦୀ ରହିଛନ୍ତି । ସ୍ଥାନୀୟ ଡଙ୍ଗରିଆ କନ୍ଧ ଉନ୍ନୟନ ଓ ଆଦିମ ଜନଜାତି ସଶକ୍ତିକରଣ (ଓପିଲିପି) ସଂସ୍ଥାର ମିଳିତ ଉଦ୍ୟମରେ ଏହି ପ୍ରୟାସ କରାଯାଇଛି। ବିରଳ ଜନଜାତିଙ୍କୁ ବିଭିନ୍ନ ଉପାୟ ପରେ ସ୍ବାବଲମ୍ବୀ କରାଇବା ଦିଗରେ ଏହି ଦୁଇ ସଂସ୍ଥାର ବେଶ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଆସିଛି ।

nano urea

କୁର୍ଲ୍ଲୀ ସଦର ପଞ୍ଚାୟତର ଡଙ୍ଗରିଆ ଯୁବକ ଲାକୁନା ଜାକାଶିକାଙ୍କୁ ଷ୍ଟ୍ରବେରୀ ଚାଷ ନିମନ୍ତେ ୨ ଲକ୍ଷ ୫୦ହଜାର ଟଙ୍କା ଅନୁଦାନ ଦିଆଯାଇଛି। ଏହି ଟଙ୍କା ରେ ୧ ଏକର ଜମି ମରାମତି କରିବା ପରେ ଲାକୁନା ଷ୍ଟ୍ରବେରୀ ଚାଷ ଆରମ୍ଭ କରିଛନ୍ତି। ସ୍ବତନ୍ତ୍ର ଡଙ୍ଗରିଆ ଉନ୍ନୟନ ସଂସ୍ଥା ଓ ଓପିଲିପି ବରୀ ଚାଷ ପାଇଁ ଚାଷୀ ଉପକରଣ ସହ ମହାରାଷ୍ଟ୍ର ପୁଣେରୁ ଷ୍ଟ୍ରବେରୀ ଚାରା ଯୋଗାଇ ଦେଉଛି। ଏହି ଚାଷ ବୁନ୍ଦା ଜଳସେଚନ ପଦ୍ଧତିରେ ହେଉଛି। ପାହାଡ଼ରେ ବହି ଯାଉଥୁବା ଝରଣା ପାଣିକୁ ପାଇପ୍ ଯୋଗେ ଟ୍ୟାଙ୍କର୍‌ରେ ସଂଗ୍ରହ କରି ବୁନ୍ଦା ଜଳସଚେନ ମାଧ୍ୟମରେ ଏହି ଚାଷ କରାଯାଉଛି। ଚାରାରୋପଣଠାରୁ ୪୫ଦିନ ମଧ୍ଯରେ ଫଳ ଫଳୁଥିବା ବେଳେ ଚାଷୀ ବହୁ ଆଗ୍ରହର ସହ ଷ୍ଟ୍ରବେରୀଗୁଡ଼ିକର ଯତ୍ନ ନେଉଛି। ଲାକୁନା ପୂର୍ବରୁ ବିଭିନ୍ନ ପନିପରିବା ଚାଷ କରି ଆସୁଥିଲେ।

ଆଦିମ ଜନଜାତି ସଶକ୍ତିକରଣ ସଂସ୍ଥାର ପ୍ରକଳ୍ପ ପରିଚାଳକ ସୁଦର୍ଶନ ପାଢ଼ୀ କହିଛନ୍ତି, ଲାକୁନାଙ୍କୁ ଷ୍ଟ୍ରବେରୀ ଚାଷ ନିମନ୍ତେ ପ୍ରଶିକ୍ଷଣ ଦିଆଯାଇଛି ଚାଷ ନିମନ୍ତେ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ସହ ୨୦ହଜାର ଷ୍ଟ୍ରବେରୀ ଚାରା ମଧ୍ୟ ଯୋଗାଇ ଦିଆଯାଇଛି । ସରକାର ବଡ଼ ଖାଦ୍ୟ ଦୋକାନ ସହିତ ସଂଯୋଗ କରି ସେମାନଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଗକୁ ଏଥିରେ ବହୁ ଚାଷୀଙ୍କୁ ସାମିଲ କରାଯିବାର ଯୋଜନା ରହିଛି ବୋଲି ସେ କହିଛନ୍ତି। ତେଣୁ, ଷ୍ଟ୍ରବେରୀ ଚାଷ କେବଳ ଖୁସି ଦେଉନି ବରଂ ଆଦିବାସୀ ଗୋଷ୍ଠୀକୁ ଉନ୍ନତ ଜୀବନଯାପନ କରିବାରେ ସାହାଯ୍ୟ ମଧ୍ୟ କରୁଛି । ଓଡ଼ିଶରେ ବଢ଼ୁଥିବା ଷ୍ଟ୍ରବେରୀ, ଆଦିବାସୀ ଗୋଷ୍ଠୀକୁ ଅଧିକ ଶକ୍ତିଶାଳୀ ଏବଂ ଆତ୍ମନିର୍ଭରଶୀଳ ହେବାରେ ସାହାଯ୍ୟ କରୁଛି।

Leave A Reply

Your email address will not be published.

eleven + 13 =