ରାଜ୍ୟସ୍ତରୀୟ ବୃହତ୍ ତାଳ ତେଲ ବୃ୍ଷରୋପଣ ଅଭିଯାନ ୨୦୨୪

ପରିବାରର ଖାଦ୍ୟ ସାମଗ୍ରୀ ମଧ୍ୟରେ ଖାଇବା ତେଲ ଏକ ଉପଯୋଗୀ ଦ୍ରବ୍ୟ। ବର୍ତ୍ତମାନ ତାଳ ତେଲ ବିଶ୍ୱର ସବୁଠୁ ଅଧିକ ଉତ୍ପାଦିତ ଖାଇବା ତେଲ। ଭାରତ ସରକାର ୧୯୮୬-୮୭ ପରଠାରୁ ତାଳ ତେଲ ଚାଷକୁ ପ୍ରୋତ୍ସାହନ ଦେବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ୨୦୧୪-୧୫ ବର୍ଷ ଠାରୁ ଏନ୍ଏମଓଓପି ମିଶନ୍ ଆରମ୍ଭ ହୋଇଛି। ୨୦୧୬-୧୭ ଆର୍ଥିକ ବର୍ଷ ସୁଦ୍ଧା ଏନ୍ଏମଓଓପି ମିଶନ୍ ଅଧୀନରେ ଅତିରିକ୍ତ ୧.୨୫ଲକ୍ଷ ହେକ୍ଟର ଜମିରେ ତାଳ ତେଲ ଚାଷ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ରାଷ୍ଟ୍ରୀୟ ଖାଦ୍ୟପୋଯୋଗୀ ତେଲ ମିଶନ ଅନ୍ତର୍ଗତ ରାଜ୍ୟସ୍ତରୀୟ ବୃହତ ତାଳ ତେଲ ବୃକ୍ଷ ରୋପଣ ଅଭିଯାନ ଆଜି ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ର ଧନପୁରଠାରେ ଅନୁଷ୍ଠିତ ହେଉଛି I ଏହି ଅଭିଯାନ ଅନ୍ତର୍ଗତ, ଜୁଲାଇ ୧୬ ରୁ ସେପ୍ଟେମ୍ବର ୧୫ ମଧ୍ୟରେ ୧୧୯୭.୭୫ ହେକ୍ଟର୍ କଭରେଜ୍ ଲକ୍ଷ୍ୟ ରହିଛି।

ତାଳ ତେଲ ବା ଅଏଲ୍ ପାମ୍ ଚାଷର ସମ୍ପ୍ରସାରଣ, ଚିରସ୍ଥାୟୀ ପ୍ରଣାଳୀର ପ୍ରୋତ୍ସାହନ ଏବଂ ଅର୍ଥନୈତିକ ବାଧାର ସମାଧାନ ଓ ଚାଷ ବିସ୍ତାରକୁ ତ୍ୱରାନ୍ୱିତ କରିବା ଏବଂ ଲାଭାଂଶକୁ ବୃଦ୍ଧି କରିବା ପାଇଁ ମାନ୍ୟବର ସରକାରଙ୍କ ଲକ୍ଷ୍ୟ ରହିଛି। କୃଷି ବିଭାଗ ୧୧ ଟି ତାଳ ତେଲ କମ୍ପାନୀ ସହ ୨୦ଟି ଜିଲ୍ଲାରେ କାର୍ଯ୍ୟକାରିତା ପାଇଁ ଏମଓୟୁ ସ୍ୱାକ୍ଷର କରିଛି। ଚଳିତ ଆର୍ଥିକ ବର୍ଷ ପାଇଁ ଭାରତ ସରକାର ୪୭୯୧ ହେକ୍ଟର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏତତବ୍ୟତୀତ ଜୁଲାଇ ୧୬ରୁ ସେପ୍ଟେମ୍ବର ୧୫ ମଧ୍ୟରେ ବୃହତ୍ ଅଭିଯାନ ଅନ୍ତର୍ଗତ ୧୧୯୭.୭୫ ହେକ୍ଟରରେ ରୋପଣ ଲକ୍ଷ୍ୟ ରହିଛି।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×