୨୦୦ ଚାଷୀଙ୍କୁ ମିଳିଲା ରାଜ୍ୟପାଳଙ୍କ ଆଶ୍ଵାସନା

0

ରାଜ୍ୟପାଳ ରଘୁବର ଦାସ ବରଗଡ଼ ଜିଲ୍ଲା ଅତାବିରାରେ ଚାଷୀଙ୍କୁ ଭେଟିଥିଲେ । ଅତାବିରା ଆରଏମସି ଗେଟ ନିକଟରେ ରାଜ୍ୟପାଳଙ୍କୁ ଭେଟିବା ପାଇଁ କିଛି ଚାଷୀ ପ୍ରଶାସନକୁ ଅନୁରୋଧ କରିଥିଲେ । ହେଲେ ପ୍ରଶାସନ ମନା କରିଦେଇଥିଲା। ତେବେ ରାଜ୍ୟପାଳ ଚାଷୀମାନଙ୍କୁ ଦେଖି ଗାଡ଼ି ଅଟକାଇ ନିଜେ ଓହ୍ଲାଇ ଆସି ଚାଷୀମାନଙ୍କୁ ଭେଟିଥିଲେ ଏବଂ ସେମାନଙ୍କ ସହ ଆଲୋଚନା କରିଥିଲେ। ସ୍ଥାନୀୟ ଅଞ୍ଚଳରେ ଚାଷ ଓ ଚାଷୀଙ୍କ ସମସ୍ୟା ସମ୍ପର୍କରେ ଚାଷୀମାନଙ୍କ ସହ ରାଜ୍ୟପାଳ ଆଲୋଚନା କରିଥିଲେ । ପରେ ଓଡ଼ିଶା ରାଜ୍ୟ କୃଷକ ସଙ୍ଗଠନ ଅତାବିରା ଶାଖା ପକ୍ଷରୁ ୨ଦଫା ଦାବିପତ୍ର ରାଜ୍ୟପାଳଙ୍କୁ ଦିଆଯାଇଥିଲା। ଚାଷୀଙ୍କ ସମସ୍ୟାକୁ ନେଇ ରାଜ୍ୟ ସରକାର ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ରାଜ୍ୟପାଳ କହିଥିଲେ। ଅତାବିରାରେ ରାଜ୍ୟପାଳ ଦୁର୍ଗାଶକ୍ତି ଏସଏଚଜିର ୨୦୦ଜଣଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ ଏବଂ ଏହାପରେ ସେ ଗୋବିନ୍ଦପୁରରେ ସ୍ଥାନୀୟ ଅଧିବାସୀଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ ଓ ସମାଧାନ ଲାଗି ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ।

nano urea

Leave A Reply

Your email address will not be published.

five − 2 =