ମିଲେଟ ଉତ୍ପାଦନ ବୃଦ୍ଧି କରିବାକୁ ସ୍ଵତନ୍ତ୍ର ଯୋଜନା

ସାମ୍ପ୍ରତିକ ସମୟରେ ମିଲେଟଗୁଡିକର କ୍ରୟରେ 3 ଗୁଣା ବୃଦ୍ଧି କରିବାକୁ ସରକାରଙ୍କ ଦ୍ଵାରା ସ୍ଵତନ୍ତ୍ର ଯୋଜନା କରାଯାଇଛି। ଜନସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍) ରୁ କିଛି ପରିମାଣର ଗହମ ଏବଂ ଚାଉଳ ବଦଳରେ ମିଲେଟ ଉତ୍ପାଦନର ତିନିଗୁଣା ୨ ନିୟୁତ ଟନ୍ କୁ ବୃଦ୍ଧି କରିବାକୁ ସରକାର ଏହି ଆର୍ଥିକ ବର୍ଷରେ ଯୋଜନା କରିଛନ୍ତି। ସର୍ବନିମ୍ନ ସହାୟତା ମୂଲ୍ୟରେ କ୍ରୟ ଦ୍ୱାରା ପରିବେଶ ଅନୁକୂଳ, ଜଳବାୟୁ ପ୍ରତିରୋଧକ ତଥା ପୁଷ୍ଟିକର ଶସ୍ୟର ଗନ୍ତାଘର ମିଲେଟ ଚାଷରେ ବୃଦ୍ଧି ଘଟିବ ବୋଲି ଫସଲ ବିବିଧତା ତଥା ପୁଷ୍ଟିକର ଖାଦ୍ୟପେୟ ଢ଼ାଞ୍ଚା ବୃଦ୍ଧିରେ ଏହି ରଣନୀତି ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଅଧିକାରୀ କହିଛନ୍ତି। ମିଲେଟ ଚାଷ କରିବାକୁ ଉତ୍ସାହିତ କରିବା ପାଇଁ ସରକାର ଅନେକ ରାଜ୍ୟରେ କୋଡୋ, କୁଡକି ଏବଂ କଙ୍ଗନି ଭଳି ୬ ଟି ଛୋଟ ମିଲେଟକୁ ବଜାର ରେ ଉପଲବ୍ଧ କରିବାକୁ ଯୋଜନା କରିଛନ୍ତି।ପ୍ରତ୍ୟେକ ରାଜ୍ୟ ପାଇଁ କ୍ରୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ଏବଂ ପ୍ରକୃତ କ୍ରୟ ଉପରେ ନିର୍ଭର କରି ଜନସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ବଣ୍ଟନ ମଧ୍ୟ କରାଯିବ ବୋଲି ଅଧିକାରୀ କହିଛନ୍ତି। ମିଲେଟର କ୍ରୟ ଏବଂ ବ୍ୟବହାର ବୃଦ୍ଧି ପାଇଁ ସରକାର ମିଲେଟଗୁଡିକର ଅନ୍ତ-ରାଜ୍ୟ ପରିବହନକୁ ଅନ୍ତର୍ଭୁକ୍ତ କରିଛନ୍ତି, ଉନ୍ନତ ସବସିଡି ଯୋଗାଇ ଦେଇଛନ୍ତି ଏବଂ ୬ ଟି ଛୋଟ ମିଲେଟ କ୍ରୟକୁ ସହଜ କରିବା ପାଇଁ ନିର୍ଦ୍ଦେଶାବଳୀକୁ ମଧ୍ୟ ସଂଶୋଧନ କରିଛନ୍ତି। ମିଲେଟ୍ ଚାଷ ଏବଂ ବ୍ୟବହାର ବୃଦ୍ଧି ଉପରେ ସରକାରଙ୍କ ଧ୍ୟାନ ସତ୍ତ୍ୱେ ୨୦୨୨-୨୩ ମସିହାରେ ୧.୩ ନିୟୁତ ଟନ୍ ପ୍ରାପ୍ତ ମଧ୍ୟ ହୋଇପାରି ନାହିଁ।

Spread the love

Leave a Comment

Your email address will not be published. Required fields are marked *

Scroll to Top
×