ଧାନ ମଣ୍ଡିରେ ତଦାରଖ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

  ୨୦୨୩-୨୪ ବର୍ଷ ପାଇଁ ଖରିପ୍ ଧାନ ସଂଗ୍ରହ ଓ କ୍ରୟରେ ଯେପରି କୌଣସି ଅସୁବିଧା ନ ଉପୁଜେ ତାହା ଉପରେ ରାଜ୍ୟ ସରକାର ଧ୍ୟାନ ଦେଉଛନ୍ତି l ଏଥିପାଇଁ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବହୁ ଆଗରୁ ପଦକ୍ଷେପ ନେବା ଆରମ୍ଭ ହୋଇଥିବା ବେଳେ ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏକ ସଚିବସ୍ତରୀୟ ବୈଠକ କରିଛନ୍ତି l ବୈଠକ ପରେ ଖରିଫ୍ ଧାନ ସଂଗ୍ରହ ଓ କ୍ରୟ ପ୍ରକ୍ରିୟା କେମିତି ସ୍ବଚ୍ଛତା ଏବଂ ସହଜରେ ସମ୍ପନ୍ନ ହେବ ସେଥିପ୍ରତି ସରକାର ଗୁରୁତ୍ଵ ଦେଉଛନ୍ତି। ମଣ୍ଡିକୁ ଆସୁଥିବା ଚାଷୀଙ୍କ ପାଇଁ ସବୁ ପ୍ରକାର ସୁବିଧା କରାଯାଇଛି।
    ମନ୍ତ୍ରୀ ଶ୍ରୀ ନାୟକଙ୍କ ଅଧ୍ୟକ୍ଷତାରେ ଲୋକସଭା ଭବନରେ ଉକ୍ତ ବୈଠକ ଅନୁଷ୍ଠିତ ହେବା ସହ ଧାନ ସଂଗ୍ରହ ଉପରେ ବ୍ୟାପକ ଆଲୋଚନା ହେଇଥିଲା । ଆଲୋଚନା ଅନୁଯାୟୀ, ପ୍ରତ୍ୟେକ ଜିଲ୍ଳାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ସହ ମଣ୍ଡିକୁ ଆସୁଥିବା ଧାନକୁ ତୁରନ୍ତ ସ୍ଥାନାନ୍ତରିତ କରାଯିବ,ଯେମିତି ଧାନ ନଷ୍ଟ ନହେବ। ଯଥାଶୀଘ୍ର ଚାଷୀଙ୍କ ପ୍ରାପ୍ୟ ମୂଲ୍ୟ ମଧ୍ୟ ପାଇଯିବେ ଏବଂ ଧାନ ସଂଗ୍ରହରେ ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ସଂଖ୍ୟା ବଢ଼ାଇବା ସହ ନୂତନ ପ୍ରଣାଳୀରେ ଧାନ ସଂଗ୍ରହକୁ ଯାଞ୍ଚ କରାଯିବ। ଖରିଫ୍ ଧାନର ସଂଗ୍ରହ ସୁଚାରୁରୂପେ ହେବା ନିମନ୍ତେ ଜରୁରି ଉପକରଣ ମଧ୍ୟ ଦିଆଯିବ।

Spread the love

Leave a Comment

Your email address will not be published. Required fields are marked *

Scroll to Top
×