ବାଧାପ୍ରାପ୍ତ ହୋଇପାରେ ପନିପରିବା ଚାଷ

0

    ଚଳିତ ମାସ ଶୀତଦିନେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ପାଣିପାଗର ଏମିତି ସ୍ଥିତି ରବି ଫସଲ, ଶୀତଦିନିଆ ପରିବା,ଫୁଲ ଚାଷ ପାଇଁ ଘାତକ ହେଇପାରେ ବୋଲି କୃଷିବିଷେଶକମାନେ ଆଶା ପ୍ରକାଶ କରିଛନ୍ତି। ଫସଲରେ ପୋକ ଦେଖାଯିବାର ଆଶଙ୍କା ମଧ୍ୟ ରଖିଛନ୍ତି।
ସୂଚନା ଅନୁସାରେ, ଚଳିତବର୍ଷ ରାଜ୍ୟରେ ୨୮.୧୪ଲକ୍ଷ ହେକ୍ଟର ଜମିରେ ରବି ଚାଷ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ୧୪.୩୪ଲକ୍ଷ ହେକ୍ଟରରେ ଡାଲି,୩.୭୩ଲକ୍ଷ ହେକ୍ଟେରରେ ତୈଳବୀଜ, ୫.୪୧ଲକ୍ଷ ହେକ୍ଟରରେ ପନିପରିବା, ୧.୧୩ଲକ୍ଷ ହେକ୍ଟରରେ ମସଲା ଏବଂ ୦.୩ଲକ୍ଷ ହେକ୍ଟରରେ ଆଖୁଚାଷ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହା ଜରିଆରେ ୧୯.୩୯ ଲକ୍ଷ ମେଟ୍ରିକ୍ ଟନ୍ ଖାଦ୍ୟଶସ୍ୟ,୭.୫୩ ଲକ୍ଷ ମେଟ୍ରିକ୍ ଟନ୍ ଡାଲି ଏବଂ ୪.୧୮ ଲକ୍ଷ ମେଟ୍ରିକ୍ ଟନ୍ ତୈଳବୀଜ ଉତ୍ପାଦନର ଲକ୍ଷ୍ୟ ରହିଛି।ହେଲେ ଶୀତଦିନର ତାପମାତ୍ରାକୁ ନେଇ ଫସଲ ପ୍ରଭାବିତ ହେଇପାରେ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।      

nano urea

  ଶୀତଦିନ ତାପମାତ୍ରା ଅସ୍ଥିରତା ନେଇ କଞ୍ଚା ପରିବା ଉତ୍ପାଦନ ବାଧାପ୍ରାପ୍ତ ହୋଇପାରେ।ଏଥି ସହ ବିଶେଷକରି ତୈଳବୀଜ ଫସଲ,ଆଳୁ,ପିଆଜ,ମୂଳା ଓ କୋବି ଜାତୀୟ ପନିପରିବା ଉତ୍ପାଦନ ମଧ୍ୟ ହ୍ରାସ ପାଇବ। ଏହାସହ ଫସଲକୁ ରୋଗପୋକ ଗ୍ରାସ କରିପାରନ୍ତି, ଯାହାପାଇଁ ସେ ଫସଲ ବ୍ୟବହାର ଉପଯୋଗ ହୋଇପାରିବ ନାହିଁ। ସେଥିପାଇଁ ଚଳିତ ବର୍ଷ ପନିପରିବା ଯଥା ଆଳୁ,ପିଆଜ,ମୂଳା,କୋବି ଓ ତୈଳବୀଜ ଦରରେ ବୃଦ୍ଧି ଘଟିବ ଏବଂ ଚାଷୀମାନଙ୍କ ସହ ସାଧାରଣ ଲୋକମାନେ ଅନେକ ଅସୁବିଧାରେ ସମ୍ମୁଖୀନ ହେବେ। ।ତେଣୁ ଚାଷୀ ଭାଇ ମାନେ ଫସଲ ଲଗାଇବା ଠାରୁ ଅମଳ ଯାଏଁ ସଠିକ ଭାବରେ ଯତ୍ନ ନେଇ କାର୍ଯ୍ୟ କଲେ ଏଥିରେ ସୁଫଳ ମିଳିପାରିବ ।

Leave A Reply

Your email address will not be published.

5 × one =