ଓଡ଼ିଶା ର ମୃତ୍ତିକା ଓ ଆବଶ୍ୟକୀୟ ପ୍ରତିକାର

0

ଓଡ଼ିଶା ର ସର୍ବମୋଟ ଭୌଗୋଳିକ କ୍ଷେତ୍ରଫଳ ର ପରିମାଣ ପ୍ରାୟ ୧୫.୫୭ ମିଲିୟନ ହେକ୍ଟର। ଏହାର ମଧ୍ୟ ରେ ଓଡ଼ିଶା ରେ ଦେଖାଯାଏ ମଧ୍ୟମ ଧରଣର ବର୍ଷା ଯାହାର ହାରାହାରି ପରିମାଣ ୧୫୦୦ ମି.ମି ଅଟେ। ମଧ୍ୟମ ଧରଣର ତାପମାତ୍ରା ସହିତ ମୋଟ ଉପରେ ଓଡ଼ିଶା ରେ ଆଠ ପ୍ରକାର ର ମୃତ୍ତିକା ଦୃଶ୍ୟମାନ ହୁଏ।

ଲୋହିତ ମୃତ୍ତିକା- ଓଡ଼ିଶା ରେ ପ୍ରାୟ ୭.୧୪ ମିଲିୟନ ହେକ୍ଟର ଅଞ୍ଚଳ ରେ ଏହା ଦେଖାଯାଏ। ଏହାର ରଙ୍ଗ ନାଲି ଓ ଏହା ଅଳ୍ପ ଖଦଡ଼ ମାଟି ହୋଇଥାଏ। ଏହି ମାଟି କମ୍ ପୁଷ୍ଟିସାର ଯୁକ୍ତ ହୋଇଥାଏ। ଏଥିରେ ଫସଫରସ ର ପରିମାଣ କମ୍ o କ୍ୟାଲସିୟମ ର ପରିମାଣ ଅଧିକ ଥାଏ।

ପ୍ରତିକାର – ମାଟିରେ କମ୍ ଚୂନ ପ୍ରୟୋଗ କରିବା -୧୦ ରୁ ୧୫ କି.ଗ୍ରା. ପର୍ଯ୍ୟନ୍ତ ବୋରାକ୍ସ ପାଉଡର ହେକ୍ଟର ପିଛା ପ୍ରୟୋଗ କରିବା, ଏହା ଦ୍ବାରା ମାଟିର ଅମ୍ଲତା କମିବ। ବିଭିନ୍ନ ପ୍ରକାର ଫସଫରସ ଯୁକ୍ତ ସାର ପ୍ରୟୋଗ କରିବା ଦ୍ୱାରା ମାଟିରେ ଫସଫରସ ର ପରିମାଣ ବୃଦ୍ଧି ହୋଇଥାଏ।

ମାଙ୍କଡ଼ା ମୃତ୍ତିକା – ମାଙ୍କଡ଼ା ମୃତ୍ତିକା ପ୍ରାୟ ୦.୭୦ ମିଲିୟନ ହେକ୍ଟର ସ୍ଥାନ ରେ ଅବସ୍ଥିତ।ଏହାର ରଙ୍ଗ କଳଙ୍କିତ ନାଲି। ମୃତ୍ତିକାର କଣିକା ଗୁଡ଼ିକ ବହୁତ ଟାଣ ଅଟେ। ମାଟିରେ ଅଧିକ ପରିମାଣ ର ହାଇଡ୍ରୋକ୍ସାଇଡ୍ ଓ ଆଲୁମିନିୟମ ଥାଏ। ଏଥିରେ କମ୍ ପରିମାଣ ମ୍ୟାଗ୍ନେସିୟମ୍ ଥାଏ। କମ୍ ଅମ୍ଳ ରୁ ଅଧିକ ଅମ୍ଳ ଥାଏ। କମ୍ ପରିମାଣ ର ଜୈବିକ ପଦାର୍ଥ ଥାଏ। ଏହି ମୃତ୍ତିକା ରେ କମ୍ ପରିମାଣ ର ପଟାସ୍ ଥାଏ।

ପ୍ରତିକାର – ଏଥିରେ ଚୂନ ପ୍ରୟୋଗ କରିବା ଆବଶ୍ୟକ। ଜମିରେ ଜୈବିକ ଖତ ପ୍ରୟୋଗ କରିବା ଦରକାର। ଫସଫରସ ଯୁକ୍ତ ସାର ର ବ୍ୟବହାର କରିବା ।

ନାଲି ଏବଂ ହଳଦିଆ ମାଟି – ଏହା ପାଖାପାଖି ୫.୫ ମିଲିୟନ ହେକ୍ଟର ସ୍ଥାନ ରେ ଅବସ୍ଥିତ। ଏହି ମାଟିର ରଙ୍ଗ ମାଟିଆ o ହଳଦିଆ। ଏହି ମୃତ୍ତିକା ରେ କମ୍ ପରିମାଣ ରେ ଯବକ୍ଷାରଜାନ ଓ ମଧ୍ୟମ ଧରଣର ଫସଫରସ ଥାଏ। ଏଥିରେ ଅଧିକ ଜୈବିକ ପଦାର୍ଥ ଥାଏ।

ପ୍ରତିକାର – ଠିକ୍ ସମୟରେ ଜମିରେ ସାର ପ୍ରୟୋଗ କରିବା ଆବଶ୍ୟକ। ଏହାଛଡା ଜୈବିକ ଖତ ମଧ୍ୟ ବ୍ୟବହାର କରିପାରିବା।

କୃଷ୍ଣ ମୃତ୍ତିକା – ଏହା ୦.୯୬ ମିଲିୟନ ହେକ୍ଟର ସ୍ଥାନ ରେ ଅବସ୍ଥିତ। ମାଟିର ରଙ୍ଗ କାଳ ଅଟେ ଓ ଏଥିରେ କାଦୁଆ ର ପରିମାଣ ୩୦ ପ୍ରତିଶତ ଥାଏ। ମାଟିରେ କ୍ଷାର ର ପରିମାଣ ଅଧିକ ଥାଏ।

ପ୍ରତିକାର – ସବୁଜ ପତ୍ର ବା ସବୁଜ ଖତ ର ପ୍ରୟୋଗ କରିବା କରିବା ଦରକାର । ମାଟିରେ ଫସଫରସ ଯୁକ୍ତ ସାର ତଥା ଜୈବିକ ଖତ ପ୍ରୟୋଗ କରିବା ।

nano urea

ନାଲି ଓ କୃଷ୍ଣ ମୃତ୍ତିକା – ଏହା ୦.୧୬ ମିଲିୟନ ହେକ୍ଟର ସ୍ଥାନ ରେ ଅବସ୍ଥିତ। ନାଲି ମାଟି ଉପରେ ହୁଡା ରେ ଥିବା ବେଳେ କଳା ମାଟି ତଳ ହୁଡା ରେ ଥାଏ। ମାଟି ଉପରେ କଳା ରଙ୍ଗ ର ଛୋଟ ଛୋଟ ଛାପ ଥାଏ।

ପ୍ରତିକାର – ଠିକ୍ ସମୟରେ ସାର ର ପ୍ରୟୋଗ କରିବା ସହିତ ଜୈବିକ ଖତ ର ସମନ୍ୱିତ ପରିଚାଳନା କରିବା ଆବଶ୍ୟକ ।

ବାଦାମୀ ଓ ପାହାଡିଆ ମୃତ୍ତିକା – ଏହା ୦.୧୭ ମିଲିୟନ ହେକ୍ଟର ସ୍ଥାନ ରେ ଅବସ୍ଥିତ। ମାଟି ର ରଙ୍ଗ ଧୂସର ବାଦାମୀ ଅଟେ। ଏଥିରେ ଯବକ୍ଷାରଜାନ ପରିମାଣ ଅଧିକ ଥିଲାବେଳେ ପଟାସ୍ ର ପରିମାଣ କମ୍ ଥାଏ।

ପ୍ରତିକାର – କମ୍ ପରିମାଣ ର ରାସାୟନିକ ସାର ପ୍ରୟୋଗ କରିବା। ଜଳସେଚନ ସମୟାନୁଯୋଗୀ ଭାବେ କରିବା ଉଚିତ୍।

ପଟୁ ମୃତ୍ତିକା – ଏହା ୦.୬୭ ମିଲିୟନ ହେକ୍ଟର ସ୍ଥାନ ରେ ଅବସ୍ଥିତ। ନଦୀ ମୁହାଣ ରେ ଏହା ଦେଖାଯାଏ। ଏହି ମାଟି ଅଳ୍ପ ବାଲିଆ ଓ କାଦୁଆ ଅଟେ।ଏହି ମାଟିରେ ଜଳଧାରଣ କ୍ଷମତା ଅଧିକ ଥାଏ। ଏଥିରେ ଯବକ୍ଷାରଜାନ ର ପରିମାଣ କମ୍ ଥାଏ।

ପ୍ରତିକାର – ଯବକ୍ଷାରଜାନ ଜାତୀୟ ସାର ର ପ୍ରୟୋଗ କରିବା । ଜୈବିକ ଖତ ର ପ୍ରୟୋଗ କରିବା।

ଜୀବନ କୁମାର ନାୟକ

କୃଷି ଛାତ୍ର

ଏମ୍. ଏସ୍. ସ୍ୱାମିନାଥନ୍ କୃଷି ବିଶ୍ଵବିଦ୍ୟାଳୟ, ପାରଳାଖେୁଣ୍ଡି

Leave A Reply

Your email address will not be published.

eleven + 1 =