ଶସ୍ୟ ସଂରକ୍ଷଣ- ୧୦

0

ପନିପରିବା ଫସଲରେ ଜଉ ପୋକ ସମସ୍ୟା

ପ୍ରତି ସୋମବାର ରୁଦ୍ର ପ୍ରତାପଙ୍କ ନିୟମିତ ସ୍ତମ୍ଭ – ଶସ୍ୟ ସଂରକ୍ଷଣ

ଏହା ଏକ ଛୋଟ, କଅଁଳିଆ ଓ ନରମଦେହୀ ପୋକ ଅଟେଏବଂ ଏମାନେପନିପରିବା ଆଉ ଡାଲିଜାତୀୟ ଫସଲ କୁ କ୍ଷତି ପହଞ୍ଚାଇଥାନ୍ତି ।ପ୍ରଜାତି ହିସାବରେ ଏମାନେହଳଦିଆ, ବାଦାମୀ, କଳା, ପାଉଁସିଆ ରଙ୍ଗର ହେଇପାରନ୍ତି। ପ୍ରଜନନ ନକରି ମଧ୍ୟ ମାଈପୋକ ମାନେ ଛୁଆ ଜନ୍ମ କରିପାରନ୍ତି । ଉଭୟଛୁଆ ଆଉ ପୁର୍ଣ ବିକଶିତ ପୋକ ମାନେ ଗଛ ପାଇଁ କ୍ଷତିକାରକ ।ତେଣୁ ସୁହାଉ ଥିବା ପରିବେଶ ଆଉ ପ୍ରଚୁର ଖାଦ୍ୟ ଉପଲବ୍ଧ ହେଲେ ଦ୍ରୁତଗତିରେ ଏମାନେ ବଂଶବିସ୍ତାର କରିଥାନ୍ତି। ଏମାନେ ଗଛର ପତ୍ର, କାଣ୍ଡ, ଫୁଲ, ଏବଂ ଫଳ କୋଷରୁ ରସ ଶୋଷଣ କରିଥାନ୍ତି।ଯାହା ଫଳରେ ଗଛଟି ଶୁଖିଯାଏ,ଝାଉଁଳିଯାଏ,ହଳଦିଆ ପଡ଼ିଯାଏ, ଗଛର ରୋଗ ପ୍ରରିରୋଧକ ଶକ୍ତି କମିଯାଏ ଏବଂପତ୍ର, ଫୁଲ, ଫଳ ମୋଡ଼ି ହେଇ ବିକୃତ ହେଇଯାଏ ।ଏମାନେ ରୋଗ ସୃଷ୍ଟିକାରୀ ଭୁତାଣୁର ବାହକ ଅଟନ୍ତି ।ଏମାନେ ରେଚନ ପ୍ରକ୍ରିୟାରେ ଏକ ମଧୁର ରସ ନିଷ୍କାସନ କରିଥାନ୍ତି ଯାହା ଏକ ସ୍ୱତନ୍ତ୍ର ପ୍ରକାରର କବକକୁ ଆକର୍ଷିତ କରେ ଯାହା ଫଳରେ ଗଛର ଆଲୋକ ସଂସଲେସଣ ପ୍ରଭାବିତ ହେଇଥାଏ ।

nano urea

ପ୍ରତିକାର
• ଜମିରେ ଅତ୍ୟଧିକ ସାର ପ୍ରୟୋଗ ଏବଂ ଜଳସେଚନ କରନ୍ତୁ ନାହିଁ ।
• ଜମି ପରିପାଶ୍ୱରେ ବିଭିନ୍ନ କିସମର ଗଛ ଲଗାନ୍ତୁ ।
• ପୂର୍ବ ଫସଲର ଅବଶେଷ ଆଉ ସଂକ୍ରମିତ ଗଛର ଅଂଶକୁ ନଷ୍ଟ କରିଦିଅନ୍ତୁ ।
• ଗଛ ର ଡାଳ କୁକାଣ୍ଟଛାଣ୍ଟ କରନ୍ତୁ ଏବଂ ଅନାବଶ୍ୟକ ଡାଳପତ୍ରକୁ କାଟିଦିଅନ୍ତୁ।
• ଅଳ୍ପ ସଂକ୍ରମଣରେ କମ ବିଷାକ୍ତ ତଥା ସାଧା କୀଟନାଶକ ଯେପରିକି ସାବୁନ ପାଣି, ନିମ୍ବ ତେଲ ଇତ୍ୟାଦି ର ପ୍ରୟୋଗ କରନ୍ତୁ ।
• ଏକ ଭାଗ ଫ୍ଲୋନିକମିଡ଼ କୁ 20 ଭାଗ ପାଣି ରେ ମିଶେଇ ଗଛ ଲାଗେଇବାର 30, 45, 60 ଦିନରେ ପ୍ରୟୋଗ କରନ୍ତୁ ।
• ଜମିରେ ଲେଡିବଗ,ସୈନ୍ୟପୋକ ଓ ଶିକାରୀ ବିରୁଡ଼ି ପରିଅନ୍ୟାନ୍ୟଉପକାରୀ କୀଟମାନଙ୍କୁ ପ୍ରଶ୍ରୟ ଦିଅନ୍ତୁ ।

ରୁଦ୍ର ପ୍ରତାପ ସୁବୁଦ୍ଧି (ସହାକରୀ ପ୍ରାଧ୍ୟାପକ , ମିଟସ୍ , ରାୟଗଡ଼ା)

(ପ୍ରକାଶିତ ଆଲେଖ୍ୟଟି ସମ୍ପୂର୍ଣ୍ଣ ଭାବରେ ଲେଖକଙ୍କ ନିଜସ୍ୱ । ଏଥିପାଇଁ ଶ୍ୟାମଳ ସୁବର୍ଣ୍ଣର ସମ୍ପାଦନା ମଣ୍ଡଳୀ ଦାୟୀ ରହିବେ ନାହିଁ । )

Leave A Reply

Your email address will not be published.

20 − 4 =