ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋକୁ କୃଷି କ୍ଷେତ୍ରରେ ସମ୍ବର୍ଦ୍ଧନା

ଓଡ଼ିଶାର କୃଷି ଓ କୃଷକର ବିକାଶ କ୍ଷେତ୍ରରେ ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ ସବୁବେଳେ କାର୍ଯ୍ୟ କରିଆସୁଛି । ୨୦୧୮ରୁ ଆରମ୍ଭ ହୋଇଥିବା ଏହି ଉଦ୍ୟୋଗ ଏବେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଜୈବିକ କୃଷିର ପ୍ରଚାର ପ୍ରସାର କରିବା ସହ ଜୈବ ଉତ୍ପାଦର ବିପଣନ ଦିଗରେ ମଧ୍ୟ କାର୍ଯ୍ୟ କରୁଛି । କୃଷି ଭିତ୍ତିକ ସୂଚନାକୁ ସହଜରେ ଓ କମ ସମୟରେ ଚାଷୀ ମାନଙ୍କ ନିକଟରେ ପହଁଚାଇବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରେ । ୭ମ ବାସୁଦେବପୁର ସୌରଭ ସମ୍ମାନ ମହୋତ୍ସବରେ ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋକୁ କୃଷି କ୍ଷେତ୍ରରେ ଏହି ସମ୍ମାନ ମିଳିଛି । କୃଷି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ଉଦ୍ୟୋଗ ବର୍ତ୍ତମାନ ସମୟରେ ମହିଳା ସଶକ୍ତିକରଣ , ଡ଼ିଜିଟାଲ ମାଧ୍ୟମରେ କୃଷକ ମାନଙ୍କ ବିକାଶ ଦିଗରେ ମଧ୍ୟ କାର୍ଯ୍ୟକରୁଛି । ୧୮୦୦୦ରୁ ଉର୍ଦ୍ଧ୍ଵ ଚାଷୀ ମାନଙ୍କୁ ସଂଗଠିତ କରି ଜୈବ ଚାଷର ଅଧିକ ପ୍ରସାର ପାଇଁ ରସାୟନ ମୁକ୍ତ ଓଡ଼ିଶାର ଆହ୍ୱାନରେ ଏହା ନିଜର ପାରଦର୍ଶିତା ପ୍ରତିପାଦିତ କରିଛି ।

ଏହି ଉପକ୍ରମରେ ସୂଚନା ଥାଉ କି ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ ବାସୁଦେବପୁର ସହରରୁ ହିଁ ଆରମ୍ଭ ହୋଇଥିଲା । ତେବେ ବାସୁଦେବୁପର ସୌରଭ ସମ୍ମାନ ମହୋତ୍ସବର ଉଦଯାପନୀ ସମାରୋହରେ ମହାକାଳପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌମ୍ୟଶ୍ରୀ ପାଣିଗ୍ରାହୀ, ବିଜେପି ନେତା ବାଣୀକଲ୍ୟାଣ ମହାନ୍ତି ତଥା ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ ତରଫରୁ ପ୍ରଫେସର ଗୌରାଙ୍ଗ ଚନ୍ଦ୍ର ଦାସ ଏହି ସମ୍ମାନ ଗ୍ରହଣ କରିଥିଲେ । ତେବେ ଆଗାମୀ ଦିନରେ ଜୈବ ଓଡ଼ିଶା ଗଠନ ସହ ରାଜ୍ୟର ୧୦ଲକ୍ଷ ଚାଷୀଙ୍କୁ ଡ଼ିଜିଟାଲ ମାଧ୍ୟମରେ ସଶକ୍ତ କରିବା ଆମ ଲକ୍ଷ୍ୟ ବୋଲି ଏହାର ନିର୍ଦ୍ଦେଶିକା ଡ଼ି ସ୍ୱାତୀ କହିଛନ୍ତି ।

Spread the love

Leave a Comment

Your email address will not be published. Required fields are marked *

Scroll to Top
×