ବିହନ ପୋର୍ଟାଲ ସହ ୟୋନୋ କୃଷି ଆପ୍ ର ଏକତ୍ରୀକରଣ

0

କେନ୍ଦ୍ରୀୟ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାର ଙ୍କ ଦ୍ଵାରା ବୁଧବାର ଦିନ ସରକାର ଙ୍କ ଦ୍ଵାରା ପ୍ରଚଳିତ ବିହନ ପୋର୍ଟାଲ କୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର ୟୋନୋ କୃଷି ଆପ ସହ ସଂଯୋଗ କରାଯାଇ ଲୋକାର୍ପିତ କରାଯାଇଛି।

ବେଙ୍ଗାଲୁରୁ ର ଅନଲାଇନ ବିହନ ବିକ୍ରୟ ପୋର୍ଟାଲ କୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର ଅନଲାଇନ କୃଷି ଆପ ସହ ସଂଯୁକ୍ତ କରାଯିବା ଦ୍ଵାରା ଦେଶର କୋଟି କୋଟି କୃଷକ ଭାଇ ମାନେ ବିହନ କିଣିବା ସହିତ ଅନ୍ୟାନ୍ୟ ସରକାରୀ ଯୋଜନା ଗୁଡ଼ିକର ଲାଭ ଉଠାଇପାରିବେ।

nano urea

ୟୋନୋ କୃଷି ଆପ କେବଳ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ନୁହେଁ ବରଂ ଅନ୍ୟାନ୍ୟ ୧୦ ଟି ସ୍ଥାନୀୟ ଭାଷା ରେ ମଧ୍ୟ ଉପଲବ୍ଧ ରହିଛି। ଯେଉଁଥିରେ ପ୍ରଧାନମନ୍ତ୍ରୀ ଧନ ଜନ ଯୋଜନା ତଥା କୃଷି ମିତ୍ର ଭଳି ଅନେକ ସରକାରୀ ଯୋଜନା ସହ ବ୍ୟାଙ୍କ ର ଅନ୍ୟାନ୍ୟ ସୁବିଧା ସୁଯୋଗ ମଧ୍ୟ ଚାଷୀ ଭାଇ ମାନଙ୍କ ପାଇଁ ଉପଲବ୍ଧ ରହିଛି। ଏହା ଦ୍ବାରା ଚାଷ ସହ ସଂଶ୍ଳିଷ୍ଟ ସମସ୍ତ ପ୍ରକାର ସୁବିଧା ସୁଯୋଗ ଚାଷୀ ଭାଇ ଘରେ ବସି ବସି ପାଇପାରିବେ।

ସ୍ମାର୍ଟ୍ ଫୋନ ନଥିଲେ ମଧ୍ୟ ନିକଟସ୍ଥ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ କୁ ଯାଇ ସମସ୍ତ ପ୍ରକାର ଯୋଜନା ଭିତ୍ତିକ ସୁବିଧା ର ଲାଭ ଉଠେଇ ପାରିବେ। ଏଣୁ ଏହି ଏକତ୍ରୀକରଣ କୁ କୃଷକ ଭାଇ ମାନଙ୍କ ର ଉନ୍ନତି ର ଏକ ଉପଯୁକ୍ତ ଦିଗ କହିଲେ ଅତ୍ୟୁକ୍ତି ହେବ ନାହିଁ।

Leave A Reply

Your email address will not be published.

14 + twenty =