ରାଣୀ ଲକ୍ଷ୍ମୀବାଈ କେନ୍ଦ୍ରୀୟ କୃଷି ବିଶ୍ଵବିଦ୍ୟାଳୟ ଉଦଘାଟିତ

0

ଦେଶରେ କୃଷି ଶିକ୍ଷା ଦିଗରେ ଏକ ନୂତନ ଫର୍ଦ୍ଦ ଭାବରେ ଯୋଡ଼ି ହୋଇଯାଇଛି ଆଉ ଏକ କେନ୍ଦ୍ରୀୟ କୃଷି ବିଶ୍ଵବିଦ୍ୟାଳୟ। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଦ୍ଵାରା ଏକ ଅପ୍ରତ୍ୟକ୍ଷ ବୈଠକରେ (virtual meeting) ଝାନସୀ ଠାରେ ରାଣୀ ଲକ୍ଷ୍ମୀବାଈ କେନ୍ଦ୍ରୀୟ କୃଷି ବିଶ୍ଵବିଦ୍ୟାଳୟ ଉଦଘାଟିତ ହୋଇ ଅଛି। ଏହି ଅବସରରେ କେନ୍ଦ୍ରୀୟ କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ତଥା ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାର ଙ୍କ ସହ ଉତ୍ତରପ୍ରଦେଶ ର ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଯୋଗଦାନ କରିଥିଲେ।

nano urea

କୋରୋନା ର ଦ୍ରୁତ ସଂକ୍ରମଣ କୁ ଦୃଷ୍ଟି ରେ ରଖି ଏକ ଅପ୍ରତ୍ୟେକ୍ଷ ବୈଠକ ମାଧ୍ୟମ ରେ ଏହି ଉଦଘାଟନୀ ସମାରୋହ ସମ୍ପନ୍ନ ହୋଇଥିଲା। ଏହି କୃଷି ଶିକ୍ଷା ଦେଶରେ କୃଷି ତଥା କୃଷକ ମାନଙ୍କୁ ସଶକ୍ତ କରିବାକୁ ସାହାଯ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ ନିଜର ମତ ପ୍ରକାଶ କରିଛନ୍ତି। ଏହି ବିଶ୍ଵବିଦ୍ୟାଳୟ ଛାତ୍ର ମାନଙ୍କୁ ପ୍ରୋତ୍ସାହନ ଦେବା ସହ କୃଷିକ୍ଷେତ୍ର ରେ ନୂତନ କୌଶଳ ତଥା ଶସ୍ୟ ଉତ୍ପାଦନ ନେଇ ଅନେକ ନୂଆ ନୂଆ ତଥ୍ୟ ଜାଣିବାରେ ସହାୟକ ହେବ।

ପାଠ୍ୟକ୍ରମ ରେ କୃଷି ଶିକ୍ଷା ର ସଂଯୋଗ କୃଷି ଓ କୃଷକ କୁ ଉଦ୍ୟୋଗ ଭଳି ଆଗକୁ ବଢ଼ିବାରେ ସାହାଯ୍ୟ କରିବ ଏବଂ ସ୍ବାବଲମ୍ବୀ ହେବା ରେ ମଧ୍ୟ ସହାୟକ ହେବ।

Leave A Reply

Your email address will not be published.

twenty − five =