ଓଡ଼ିଶାରେ ମାଣ୍ଡିଆ ଚିକେନ ପତ୍ର ପୋଡ଼ା ପିଠାର ପ୍ରାଧାନ୍ୟତା

ମାଣ୍ଡିଆ ଏକ ପୃଷ୍ଟିକର ଖାଦ୍ୟ ଅଟେ । ଏହା ସ୍ୱାସ୍ଥ୍ୟ ପାଇଁ ଯେତିକି ହୀତକର ପାଟିକୁ ସେତିକି ସୁଆଦିଆ ମଧ୍ୟ ଲାଗେ। ଆଗ କାଳରେ ଲୋକେ ମାଣ୍ଡିଆରେ ଭାତ, ଜାଉ ଆଦି ଖାଦ୍ୟ ତିଆରି କରୁଥିଲେ, ଯାହା ପେଟକୁ ଥଣ୍ଡା ରଖିବା ସଙ୍ଗେ ସଙ୍ଗେ ଦେହକୁ ସୁସ୍ଥ ମଧ୍ୟ ରଖିବାରେ ସାହାଯ୍ୟ କରୁଥିଲା । ମାତ୍ର ଏବେ ସମୟ ବଦଳିବା ସହ ମାଣ୍ଡିଆର ଚାହିଦା ମଧ୍ୟ ବଦଳିବାରେ ଲାଗିଛି। ଏବେ ମଣ୍ଡିଆରେ ଚିକେନ ପତ୍ର ପୋଡ଼ା ପିଠା ମଧ୍ୟ ପ୍ରସ୍ତୁତ ହେଉଛି ଯାହାକି କିଛି ଅଞ୍ଚଳରେ ମୁଖ୍ୟ ଖାଦ୍ୟରୁପେ ବ୍ୟବହାର ହୋଇପାରୁଛି। ମାଣ୍ଡିଆ ପ୍ରସ୍ତୁତ ବ୍ୟଞ୍ଜନକୁ ଏବେ ଅନେକ ପ୍ରାଧାନ୍ୟ ଦିଆଯାଉଛି। ଆଜିକାଲି ଦୈନନ୍ଦିନ ଖାଦ୍ୟ ଥାଳିରେ ମାଣ୍ଡିଆ ବହୁ ପରିମାଣରେ ଯୋଡ଼ିହେବାରେ ଲାଗିଛି।

ଓଡ଼ିଶାର ବହୁ ଗ୍ରାମାଞ୍ଚଳରେ ଚିକେନ୍ ପିଠା ବେଶ୍ ଲୋକପ୍ରିୟ ବ୍ୟଞ୍ଜନ, ଯାହା ବିଭିନ୍ନ ପର୍ବପର୍ବାଣି ସମୟରେ ମୟୁରଭଞ୍ଜ, କେନ୍ଦୁଝର ଏବଂ ବାଲେଶ୍ଵର ଜିଲ୍ଲାର ସାନ୍ତାଳ ଜନଜାତିଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥାଏ। ଗାଁ ମାନଙ୍କରେ ଶୀତ ଋତୁରେ ଏହି ପିଠା ପ୍ରସ୍ତୁତ କରାଯାଏ। ମାଣ୍ଡିଆ ଚୂନା ମିଶ୍ରଣ ସହ ଚିକେନ୍ କିମ୍ବା ମଟନ୍ କୁ ଶାଳ ପତ୍ରରେ ଗୁଡ଼ାଇ ନିଆଁରେ ପୋଡ଼ି ଏହି ପାରମ୍ପରିକ ‘ମାଣ୍ଡିଆ ଚିକେନ ପତ୍ର ପୋଡ଼ା ପିଠା ‘ ପ୍ରସ୍ତୁତ କରାଯାଏ। ପୋଷକତତ୍ତ୍ଵରେ ଭରପୁର ମାଣ୍ଡିଆରେ ତନ୍ତୁ, ପ୍ରୋଟିନ, ଲୌହ, କ୍ୟାଲସିୟମ, ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଥିବାରୁ ଏହା ଶରୀର ପାଇଁ ବେଶ୍ ଉପଯୋଗୀ ହୋଇଥାଏ।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×