ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ପିଏମ କିଷାନ ସହାୟତା

0

ଭାରତର କୃଷକମାନଙ୍କ ପାଇଁ କେନ୍ଦ୍ର ସରକାର ୨୦୧୯ ରେ ପ୍ରଧାନମନ୍ତ୍ରୀ କିସାନ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ମାର୍ଜିତ ଏବଂ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କୃଷକଙ୍କ ଆୟ ବୃଦ୍ଧି କରିବା | ଏହି ଯୋଜନା ଅନୁଯାୟୀ, ପ୍ରତିବର୍ଷ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୬,000 ଟଙ୍କା ଜମା କରାଯାଇଥାଏ। ଏହି ରାଶି ପ୍ରତ୍ୟେକ ୨୦୦୦ ର ୩ ଟି ସମାନ କିସ୍ତିରେ ଦିଆଯାଇଛି। ହିତାଧିକାରୀ ତାଲିକାରୁ ବାଦ୍ ପଡ଼ିଥିବା କୃଷକ ପରିବାରଙ୍କୁ ପିଏମ କିସାନ୍ ଯୋଜନାରେ ସାମିଲ କରାଯିବ ବୋଲି ସରକାର ନିଷ୍ପତି ନେଇଛନ୍ତି। ଏହି ଯୋଜନାର ରାଜ୍ୟର ଲକ୍ଷାଧିକ ପରିବାର ଉପକୃତ ହେବେ ବୋଲି ମାନ୍ୟବର ସରକାର କହିଛନ୍ତି।

nano urea

ରାଜ୍ୟରେ ବଢିବ ପିଏମ କିଷାନ ହିତାଧିକାରୀଙ୍କ ସଂଖ୍ୟା। କୃଷି ବିଭାଗର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବଡ ସୂଚନା ଦେଇଛନ୍ତି। ସେ କହିଛନ୍ତି ରାଜ୍ୟର ଯେଉଁ ଚାଷୀମାନେ କାଳିଆ ଯୋଜନାରେ ଆର୍ଥିକ ସହାୟତା ପାଉଛନ୍ତି ହେଲେ ପିଏମ କିଷାନ ଟଙ୍କା ପାଉନାହାନ୍ତି, ସେମାନଙ୍କୁ ଚିହ୍ନଟ କରାଯାଉଛି। ସେମାନଙ୍କୁ ପିଏମ କିଷାନ ଯୋଜନାରେ ଟଙ୍କା ଦିଆଯିବ। ପିଏମ କିଷାନ ଯୋଜନାରେ ଯେଉଁମାନେ ଯୋଗ୍ୟ ହିତାଧିକାରୀ ଅଛନ୍ତି, କିନ୍ତୁ ସାମିଲ ହୋଇପାରି ନାହାନ୍ତି, ସମସ୍ତଙ୍କୁ ସାମିଲ କରାଯିବ। ଏଥିପାଇଁ ସରକାର ଆବଶ୍ୟକ ବ୍ୟବସ୍ଥା ଓ ନିୟମ ପ୍ରସ୍ତୁତ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Leave A Reply

Your email address will not be published.

2 × two =