ଧାନ ଚାଷ ଏବଂ କଞ୍ଚା କଦଳୀର ରୋଗ ପୋକ ପରିଚାଳନା

ଆସନ୍ତା ୨୨ ତାରିଖ ଠାରୁ ରାଜ୍ୟରେ ଲଘୁଚାପ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ତଳିଆ ଜମିରେ ଜଳମଗ୍ନ ପରିସ୍ଥିତି ସୃଷ୍ଟି ନହେବା ପାଇଁ ଚାଷୀମାନେ ଜମିର ନାଳ ଶେଷ ଭାଗ ଖୋଲା ରଖି ନାଳ ସଫା ରଖିବା ଉଚିତ୍। ଜଳମଗ୍ନ ପରିସ୍ଥିତି ସୃଷ୍ଟି ହେବାଦ୍ବାରା ଧାନ ଚାଷରେ ଅନେକ ପ୍ରକାରର ରୋଗ ପୋକ ଲାଗିବାର ସମ୍ଭାବନା ରହିଛି, ଯାହାର ପରିଚାଳନାକୁ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ବିଶେଷକରି ଧାନ ଚାଷରେ କାଣ୍ଡବିନ୍ଧା ଓ ପତ୍ରମୋଡ଼ା ପୋକ ଆକ୍ରମଣ କରିବାର ସମ୍ଭାବନା ରହିଛି। ଏହାର ନିୟନ୍ତ୍ରଣ ପାଇଁ ୮ ଟି ସଙ୍ଗ ଆକର୍ଷକ ଯନ୍ତା ବ୍ୟବହାର କରିବା ଆବଶ୍ୟକ। ଏହାର ୩ ସପ୍ତାହ ପରେ ଏହି ଯନ୍ତାରେ ଲାଗିଥିବା ଲିଓରକୁ ବଦଳାଇବା ଉଚିତ୍।

ଏହାବ୍ୟତୀତ କଞ୍ଚା କଦଳୀରେ କଦଳୀ ଉକୁଣୀଆ ପୋକ ଲାଗିବାର ସମ୍ଭାବନା ରହିଥାଏ। ଏହି ପୋକ ଆକ୍ରମଣ କରିବା ଦ୍ବାରା କଦଳୀରେ କଳା ଦାଗ ହୋଇଥାଏ। ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ କଦଳୀ କାନ୍ଧିର ପ୍ରାରମ୍ଭିକ ଅବସ୍ଥାରୁ କାନ୍ଧିକୁ ଅଖାରେ ଘୋଡାଇ ରଖିବା ଉଚିତ୍। ଏତଦ୍ ବ୍ୟତୀତ ସର୍ବଦା କଦଳୀ ଚାଷ ହୋଇଥିବା ଜମିରୁ ଘାସ ସଫା କରିବା ଉଚିତ୍। ଏକର ପ୍ରତି ୧୫-୨୦ ଟି ନୀଳ ଅଠାଳିଆ କାର୍ଡ ବ୍ୟବହାର ମଧ୍ୟ କରିବା ନିତାନ୍ତ ଜରୁରୀ। ଆବଶ୍ୟକ ସମୟରେ ଏବଂ କ୍ରମାଗତ ବ୍ୟବଧାନରେ କୀଟନାଶକ ଓ ଔଷଧ ସିଞ୍ଚନ କରିବା ଆବଶ୍ୟକ।

ଉପସ୍ଥାପନା – ମୀରା ମହାନ୍ତି

Spread the love

Leave a Comment

Your email address will not be published. Required fields are marked *

Scroll to Top
×