ହାଇଡ୍ରୋପୋନିକ୍ ଚାଷରେ କୀଟ ପରିଚାଳନା

0

ହାଇଡ୍ରୋପୋନିକ୍ ଚାଷ ପଦ୍ଧତି କ’ଣ?

ଏହା ବିନା ମାଟି ଏବଂ କେବଳ ଜଳ ଦ୍ଵାରା ଚାଷ କରିବାର ଏକ ଆଧୁନିକ ପଦ୍ଧତି ଅଟେ। ଗଛକୁ ସୁଦୃଢ କରିବା ପାଇଁ ଏଥିରେ ପ୍ଲାଷ୍ଟିକ୍ସ,ବାଲି ଏବଂ କୋକ ପିଟ୍ ର ବ୍ୟବହାର କରାଯାଏ।ବୈଜ୍ଞାନିକଙ୍କ ମତରେ ଏହି ପଦ୍ଧତି ଦ୍ଵାରା ଜଳ ମାଧ୍ୟମରେ ସିଧାସଳଖ ଗଛର ମୂଳରେ ପୁଷ୍ଟି ଦିଆଯାଉ ଥିବାରୁ ଗଛର କ୍ଷିପ୍ର ଏବଂ ସୁସ୍ଥ ବୃଦ୍ଧି ଘଟେ।ହାଇଡ୍ରୋପୋନିକ୍ ଚାଷରେ କ୍ଷୁଦ୍ର ସ୍ଥାନରେ ଅନେକ ସଂଖ୍ୟକ ଚାର ଲଗାଯାଉଥିବାରୁ, ସେହିଠାରେ ରୋଗ ପୋକ ବହୁତ ଜଲଦି ବ୍ୟାପି ଯାଆନ୍ତି ଏବଂ ସମୟେ ସମୟେ ରୋଗ ପୋକର ମାତ୍ରାରେ ବହୁଳ ବୃଦ୍ଧି ଘଟେ।

ହାଇଡ୍ରୋପୋନିକ୍ ଚାଷରେ ସାଧାରଣତଃ ବହୁଳ ଭାବେ ଲାଗୁଥିବା କିଛି କୀଟ ସମ୍ଵନ୍ଧରେ ସମ୍ୟକ୍ ବିବରଣୀ

nano urea

ଜଉପୋକ-ଏହାକୁ ଗଛ ଉକୁଣୀ ମଧ୍ୟ କୁହାଯାଏ। ଗଛର ଖାଦ୍ୟରେ ନାଇଟ୍ରୋଜେନ୍ ପରିମାଣରେ ବୃଦ୍ଧି ଘଟିବା ସମୟରେ ହାଇଡ୍ରୋପୋନିକ୍ ରେ ଏହି ପୋକ ବହୁ ସଂଖ୍ୟାରେ ବ୍ୟାପି ଯାଏ। ଏହି ପୋକ ସାଧାରଣତଃ କଳା/ସବୁଜ/ଧୁସର ରଙ୍ଗର ହୋଇ ଗଛର କାଣ୍ଡରେ ଦେଖାଯାଏ।ଏହା ପତ୍ରରସ କୁ ଶୋଷି ଦିଏ ସେଥିପାଇଁ ଗଛ ଦୁର୍ବଳ ହୋଇ ପତ୍ର ହଳଦିଆ ପଡ଼ିଯାଏ।ଧଳାମାଛି-ଏହା ଛୋଟ(୧ମିମି.) ଧଳା ରଙ୍ଗର କୀଟ ଅଟେ।ଧରିବାକୁ ଗଲେ ଏହା ବହୁତ ଜଲଦି ଉଡିଯାଇଥାଏ ଏହା ପତ୍ରକୁ ଶୋଷି ଶୁଖିଲା କରିଦିଏ ଯାହା ଫଳରେ ଧଳା କିମ୍ବା ହଳଦିଆ ଚିହ୍ନ ଦେଖାଯାଏ।ଜଳଅସ୍ତପଡି-ଏହା ଧଳାମାଛି ଠାରୁ ମଧ୍ୟ ଛୋଟ(୧ମିମି.ରୁ କ୍ଷୁଦ୍ର) ଏବଂ ବୁଢିଆଣୀ ଭଳି ଦେଖାଯାଏ। ଏହା ହାଇଡ୍ରୋପୋନିକ୍ ରେ ସବୁଠାରୁ ଭୟଙ୍କର ଭାବରେ ବ୍ୟାପୁଥିବା ପୋକ ଅଟେ। ଏହାର କ୍ଷୁଦ୍ର ଆକାର ହେତୁ ଗଛରେ କିଛି ଲକ୍ଷଣ ଦେଖା ନଯିବା ପର୍ଯ୍ୟନ୍ତ ଏହାକୁ ଠାବ କରିହୁଏ ନାହିଁ।ଏହା ଗଛରେ ଲାଗିଛି ବୋଲି ଜାଣିବାର ଦୁଇଟି ଉପାୟ ଅଛି। ପ୍ରଥମ ହେଲା ବୁଢିଆଣୀ ଜାଲ ପରି ଜାଲ ଦେଖାଯିବା ଏବଂ ଦ୍ଵିତୀୟ ହେଉଛି ଏକ ପତଳା କାଗଜରେ ପତ୍ରର ପଛ ଭାଗ ପୋଛି ଆଣିଲେ ସେଥିରେ ରକ୍ତର ଗାର ଲାଗିକି ଆସିବା।କବକ ମଶା-ଏହି ପୋକର ପ୍ରଥମାବସ୍ଥା ଗଛ ପାଇଁ କ୍ଷତିକାରକ ହୋଇଥାଏ।ଏହା ଗଛର ମୂଳରେ ରହି ମୂଳକୁ ଖାଇଥାଏ ଯାହା ଫଳରେ ବୀଜାଣୁ ବହୁଳ ଭାବରେ ବ୍ୟାପି ଯାଆନ୍ତି ଏବଂ ଗଛର ବୃଦ୍ଧି ରେ ହ୍ରାସ ଘଟେ।ପତ୍ରଉକୁଣି-ଏମାନେ ଛୋଟ ଏବଂ ଜଉପୋକ ଭଳି ଦେଖାଯାଆନ୍ତି।ଏମାନେ ପତ୍ରରୁ ପୁଷ୍ଟି ଶୋଷି ନେଉଥିବାରୁ ପତ୍ର ହଳଦିଆ କିମ୍ବା ମାଟିଆ ପଡ଼ିଯାଏ।

କୀଟ ପରିଚାଳନା-୧.ଅଠାଳିଆ ଫାନ୍ଦର ବ୍ୟବହାର କରିବା-ଏହାକୁ କାନ୍ଥରେ ଲଗାଇଲେ ଏଥିରେ କୀଟ ଲାଗି କରି ରହିଥାଆନ୍ତି ଫଳରେ କୀଟଙ୍କୁ ଚିହ୍ନଟ କରିବା ସହଜ ହୋଇଥାଏ। ନୀଳ ରଙ୍ଗର ଫାନ୍ଦ ପତ୍ରଉକୁଣୀ ଏବଂ ହଳଦିଆ ରଙ୍ଗର ଫାନ୍ଦ କବକ ମଶା ଓ ଧଳାମାଛି ପାଇଁ ବ୍ୟବହାର ହୁଏ।୨-ବିଭିନ୍ନ ସ୍ପ୍ରେ-ରାସାୟନିକ ସ୍ପ୍ରେ ଯଦି ବ୍ୟବହାର କରିବାକୁ ଚାହୁଁନାହାଁନ୍ତି ତେବେ ଜୈବ କୀଟନାଶକ ଯେପରିକି ଆଯାମେକ୍ସ ବ୍ୟବହାର କରିପାରିବେ। ଗଛରେ ବହୁ ମାତ୍ରାରେ କୀଟ ବ୍ୟାପିବା ପୂର୍ବରୁ ପୋଟାସିୟମ ସିଲିକେଟ୍ ସ୍ପ୍ରେ କରିବେ। ନିମ୍ବ ତୈଳ କୁ ପତ୍ରର ପଛଭାଗ ରେ ଏବଂ ଗଛର ମୂଳରେ ସ୍ପ୍ରେ କରିବେ।ପାଇରେଥ୍ରମ୍ ଏକ କୀଟନାଶକ ଯାହା ହେମପୁଷ୍ପ ରୁ ଉତ୍ପାଦିତ ହେଇଥାଏ ତେଣୁ ଏହାର ସଠିକ୍ ପରିମାଣର ବ୍ୟବହାର ଗଛ ନିମନ୍ତେ ନିରାପଦ ହୋଇଥାଏ।ପାଇରେଥ୍ରମ୍ ସାଧାରଣତଃ ଜଳଅସ୍ତପଡି ପାଇଁ ବ୍ୟବହାର ହୁଏ।୩-ଉପକାରୀ କୀଟ-ଜୀବନ୍ତ ଉପକାରୀ କୀଟ ଯେପରିକି ସୂତ୍ର କୃମି କୁ ପାଣିରେ ଛାଡ଼ିଦେଲେ ଏମାନେ କ୍ଷତିକାରକ କୀଟଙ୍କୁ ମାରିଦିଅନ୍ତି।୪-ସଠିକ ପରିମାଣର ପୁଷ୍ଟି ବ୍ୟବହାର-ଉଚ୍ଚସ୍ତରୀୟ ପୁଷ୍ଟି ଯେପରିକି ହାଇଡ୍ରୋପୋନିକ୍ ରେ ଉଦଯାନ ପୂର୍ଣ୍ଣ ସଠିକ୍ ମୂଳ ପୁଷ୍ଟି ବ୍ୟବହାର କରି ଉଦଯାନ ର ଅତ୍ୟୁତ୍ତମ ପରିସର (୫.୫-୬.୩)ରଖିବେ ।ହାଇଡ୍ରୋପୋନିକ୍ କୀଟ ପରିଚାଳନା କରିବାଠୁ କୀଟ ନ ହେବା ପାଇଁ ଉପାୟ କରିବା ଗଛ ନିମନ୍ତେ ନିରାପଦ ହୋଇଥାଏ। ନିମ୍ନରେ କିଛି ନିବାରକ ଉପାୟ ଲିଖିତ-୧-ସଫା ସ୍ଥାନ-ହାଇଡ୍ରୋପୋନିକ୍ ରେ ପ୍ରତି ଗଛରୁ ଗଛ ନିକଟକୁ ଯାଇ କାମ କରିବା ପୂର୍ବରୁ ହାତ ଉତ୍ତମ ରୂପେ ସଫା କରିବେ। ଗଛର ମୃତ କିମ୍ବା ଶୁଖିଲା ଅଂଶ କୁ କାଢି ଯଥାସ୍ଥାନରେ ଫିଙ୍ଗିବେ। ବ୍ୟବହୃତ ହାତଯନ୍ତ୍ରରୁ ଜୀବାଣୁ ମୁକ୍ତ କରିବା ପାଇଁ ଆଇସୋପ୍ରୋପାଇଲ ଆଲକୋହୋଲ୍ କିମ୍ବା ୧୦% ବ୍ଲିଚିଂ ଏବଂ ଜଳ ର ଦ୍ରବଣରେ ବୁଡାଇ ରଖିବେ।୨-ଉପଯୁକ୍ତ ବୃଦ୍ଧି ସର୍ତ୍ତାବଳୀ-୫୦-୬୦% ଆଦ୍ରତା ଏବଂ ୭୫% ଥଣ୍ଡା ରଖିବା ପାଇଁ ଚେଷ୍ଟା କରିବେ। ଉପଯୁକ୍ତ ଭାବରେ ବାୟୁ ଚଳାଚଳ ର ବ୍ୟବସ୍ଥା କରିବେ। ଅତ୍ୟାଧିକ ଜଳ ବ୍ୟବହାର ଅନୁପଯୋଗୀ।ମାଟିଲଗା ଗଛକୁ ଦୂରରେ ରଖିବେ। ଧୂମ୍ରପାନ କରିଥିଲେ ହାତ ନଧୋଇ ହାଇଡ୍ରୋ ଗଛକୁ ଛୁଇଁବେ ନାହିଁ।ସର୍ବଦା ରୋଗ ପ୍ରତିରୋଧକ କ୍ଷମତା ଥିବା ଚାରା ବ୍ୟବହାର କରିବେ।

ପ୍ରିୟଙ୍କା ପ୍ରିୟଦର୍ଶିନୀ (ସ୍ନାତକୋତ୍ତର ଛାତ୍ରୀ), ଭୁବନାନନ୍ଦ ଅଧିକାରୀ (ସହକାରୀ ପ୍ରାଧ୍ୟାପକ)କୀଟତତ୍ତ୍ୱ ବିଭାଗ, କୃଷି ମହାବିଦ୍ୟାଳୟ,ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର

Leave A Reply

Your email address will not be published.

four × two =