ମୁଗ ଫସଲରେ କୀଟ ପରିଚାଳନା

0

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ । ପ୍ରାୟତଃ ୭୦ ଭାଗ ଲୋକ ଜୀବନ ଜୀଇଁବା ପାଇଁ ଚାଷ ଉପରେ ନିର୍ଭର କରିଥାନ୍ତି । ମୁଖ୍ୟତଃ ଧାନକୁ ବେଶୀ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ଧାନ ଅମଳ ପରେ ପରେ ଜମିରେ ମୁଗ , ବିରି , ସୋରିଷ ପ୍ରଭୃତି ଚାଷ କରି ଚାଷୀ ମାନେ ଲାଭବାନ ହୋଇଥାନ୍ତି । ଡ଼ାଲିଜାତୀୟ ଫସଲ ଭିତରୁ ମୁଗକୁ ଉପକୂଳ ଓଡ଼ିଶାରେ ଚାଷୀମାନେ ଅଧିକ ଭାବେ ଚାଷ କରିଥାନ୍ତି । ଶସ୍ୟ ଜାତୀୟ ଫସଲ ଭାବେ ଏହା ତୃତୀୟ ସ୍ଥାନରେ ଅଛି । ଏବେ ଧାନ ଅମଳ ତ ସରିଗଲାଣି । ଆଉ ଚାଷଜମିରେ ଏବେ ମୁଗ ବୁଣିବାରେ ଲାଗିପଡ଼ିଲେଣି ଚାଷୀ । ତେବେ ମୁଗ ଫସଲର ପ୍ରମୁଖ କୀଟ ମାନଙ୍କର ଲକ୍ଷଣ ଓ ସମାଧାନ ବିଷୟରେ ଆସନ୍ତୁ ଜାଣିବା ।

nano urea

ଗୁଣ୍ଡି ପୋକ:
ଲକ୍ଷଣ-ପ୍ରାରମ୍ଭରେ ସାମାନ୍ୟ ବିଛା ଯାଇଥିବା ହଳଦିଆ ଦାଗ ଛୋଟ ପତ୍ରରେ ଦେଖାଯାଏ । ଦାଗଗୁଡ଼ିକ ଧୀରେ ଧୀରେ ବଢ଼ିବା ସହ ଶେଷରେ କିଛି ପତ୍ର ସମ୍ପୂର୍ଣ୍ଣ ହଳଦିଆ ହୋଇଯାଏ ସଂକ୍ରମିତ ପତ୍ର ମଧ୍ୟ ନେକ୍ରୋଟିକ୍‌ (ପତ୍ର ଗୁଡ଼ିକ ଶୁଖି ମରିଯିବା ) ଲକ୍ଷଣ ଦେଖାଯାଏ । ଧଳା ଗୁଣ୍ଡ ଗୁଡ଼ିକ ପତ୍ର ଉପରେ ପଡିଥାଏ ।
ରୋଗଗ୍ରସ୍ତ ଉଦ୍ଭିଦଗୁଡିକ ଛୋଟ, ବିଳମ୍ବରେ ପରିପକ୍ୱ ହୋଇ ବହୁତ କମ୍‌ ଫୁଲ ଏବଂ ଛୁଇଁ ଉତ୍ପାଦନ କରନ୍ତି।ସଂକ୍ରମିତ ଉଦ୍ଭିଦଗୁଡିକର ମଞ୍ଜିଗୁଡିକ ଆକାରରେ ହ୍ରାସ ହୁଏ ।
ପରିଚାଳନା-
ପ୍ରାରମ୍ଭିକ ରୋଗ ଦେଖାଯିବା ଠାରୁ ୧୦ ଦିନ ବ୍ୟବଧାନରେ ଦୁଇଥର ନିମ୍ବପତ୍ର ଉଦ୍ଧୃତାଂଶ ୫% କିମ୍ବା ନିମ୍‌ ତେଲ ୩% ସ୍ପ୍ରେ କରନ୍ତୁ ।
ହଳଦିଆ ମୋଜାଇକ୍‌ ଭୂତାଣୁ:
ଲକ୍ଷଣ-
ଧଳା ମାଛି ଦ୍ୱାରା ଏହି ରୋଗ ସଂକ୍ରମିତ ହୁଏ ।ପ୍ରାରମ୍ଭରେ ସାମାନ୍ୟ ବିଛା ଯାଇଥିବା ହଳଦିଆ ଦାଗ ଛୋଟ ପତ୍ରରେ ଦେଖାଯାଏ । ଦାଗଗୁଡ଼ିକ ଧୀରେ ଧୀରେ ଆକାରରେ ବଢେ଼ ଏବଂ ଶେଷରେ କିଛି ପତ୍ର ସମ୍ପୂର୍ଣ୍ଣ ହଳଦିଆ ହୋଇଯାଏ ।
ପରିଚାଳନା-
ଇମିଡ଼ାକ୍ଲପିଡ଼ ୫ ମିଲି / କେଜି ସହିତ ବିହନ ବିଶୋଧନ କରନ୍ତୁ ।
ସୀମାନ୍ତ ଫସଲ ଭାବରେ ସୋରିଷ କିମ୍‌ବା ହଳଦିଆ ରଙ୍ଗର ଫାଶର ସଂସ୍ଥାପନ କରନ୍ତୁ ।
ମିଥାଇଲ୍‌ ଡିମେଟନ ୫୦୦ ମିଲି / ହେକ୍ଟର କିମ୍ବା ଡାଇମିଥୋଏଟ୍‌ ୩୦ ଇସି ୫୦୦ମିଲି / ସ୍ପ୍ରେ କରନ୍ତୁ ।
ଜଉ ପୋକ
ଏହା ମୁଖ୍ୟତଃ ଗଛରକାଣ୍ଡ, ପତ୍ର, ଡେମ୍ଫ ଓ ଛୁଇଁ ରେ ଲାଗି ରସ ଶୋଷି ଖାଇଦିଅନ୍ତି । ଗଛ ଦୁର୍ବଳ ହୋଇଯାଏ, ପତ୍ର ହଳଦିଆ ପଡିଯାଏ ଏବଂ ଦାନା କଣିଆ ହୋଇଯାଏ । ଫୁଲ ଆସିବା ବିଳମ୍ବ ହୁଏ । ଏହାର ନିୟନ୍ତ୍ରଣ ପାଇଁ ଡାଇମିଥୋଏଟ୍‌ ୩୦% ଇ.ସି. ୨ ମି.ଲି. ପ୍ରତି ଲିଟର ପାଣିରେ କିମ୍ବା ମିଥାଇଲ୍‌ ଡିମେଟନ୍‌ ୨୫% ଇ.ସି. ୨ ମି.ଲି. ପ୍ରତି ଲିଟର ପାଣିରେ କିମ୍ବା ଇମିଡାକ୍ଳୋପ୍ରିଡ ୧୭.୮% ଏସ୍‌.ଏଲ୍‌. ୩ ମି.ଲି. ପ୍ରତି ୧୦ ଲିଟର ପାଣିରେ ମିଶାଇ ସିଂଚନ କରନ୍ତୁ ।
ଧଳା ମାଛ଼ି
ଧଳା ମାଛି ପ୍ରଥମେ ସବୁଜ ପତ୍ରରୁ ରସ ଶୋଷିବା ଫଳରେ ପତ୍ର ଶୁଖିଯାଏ ଓ ଗଛ ଦୁର୍ବଳ ହୋଇଯାଏ । ଏହି ପୋକ ସାହେବୀ ରୋଗର ବାହକ । ଏହାର ନିୟନ୍ତ୍ରଣ ପାଇଁ ଡାଇମିଥୋଏଟ୍‌ ୩୦% ଇ.ସି. ୨ ମି.ଲି. ପ୍ରତି ଲିଟର ପାଣିରେ କିମ୍ବା ମିଥାଇଲ୍‌ ଡିମେଟନ୍‌ ୨୫% ଇ.ସି. ୨ ମି.ଲି. ପ୍ରତି ଲିଟର ପାଣିରେ କିମ୍ବା ଇମିଡାକ୍ଳୋପ୍ରିଡ ୧୭.୮% ଏସ୍‌.ଏଲ୍‌. ୩ ମି.ଲି. ପ୍ରତି ୧୦ ଲିଟର ପାଣିରେ ମିଶାଇ ସିଂଚନ କରନ୍ତୁ ।
ଲାଲ୍‌ ସଂବାଳୁଆ
ଲାଲ ସଂବାଳୁଆ ଫସଲର ପ୍ରାଥମିକ ଅବସ୍ଥାରେ କଅଁଳିଆ ପତ୍ର ଓ ଡାଳକୁ ଖାଇଥାନ୍ତି, ପରେ ସମ୍ପୁର୍ଣ ଗଛକୁ ଖାଇ ଥୁଣ୍ଟା କରିଦିଅନ୍ତି । ଏହି ପୋକର ଦମନ ପାଇଁ ସକାଳ କାକର ପଡିଥିବା ସମୟରେ ମିଥାଇଲ୍‌ ପାରାଥିଆନ୍‌ ୧.୫% ଗୁଣ୍ଡ ଔଷଧ ୧୦ କି.ଗ୍ରା. କିମ୍ବା କ୍ଳୋରୋପାଇରିଫସ୍‌ ୧.୫% ଗୁଣ୍ଡ ଏକର ପ୍ରତି ୧୦ କି.ଗ୍ରା. ପ୍ରୟୋଗ କରନ୍ତୁ ।

  • ସୁଜାତା ସାହୁ , ଚତୁର୍ଥ ବର୍ଷ କୃଷି ଛାତ୍ରୀ , ସେଂଚୁରିଆନ ବିଶ୍ୱବିଦ୍ୟାଳୟ , ପାରଳାଖେମୁଣ୍ଡି

Leave A Reply

Your email address will not be published.

five × 1 =