ଆଜିକାଲିର ଯୁବପିଢୀଙ୍କର ଫାଷ୍ଟଫୁଡ ପ୍ରତି ବଢୁଥିବା ଆଗ୍ରହ ଓ ବଜାରର ବିଭିନ୍ନ ଫାଷ୍ଟଫୁଡ ଦୋକାନୀ ମାନଙ୍କର ଚାହିଦାକୁ ଆଖି ଆଗରେ ରଖି ଆଜି ଆପଣ ମାନଙ୍କୁ ଅହି ଅଭିନବ ଓରେଗାନୋର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଉପସ୍ଥାପନ କରିବାକୁ ଚାହୁଁଛୁ । ଏହି ଓରେଗାନୋ ସାଧାରଣତଃ ବିଭିନ୍ନ ଫାଷ୍ଟଫୁଡ ଯେପରିକି ପିଜ୍ଜା, ପେଟିସ, ବର୍ଗର, ସ୍ୟାଣ୍ଡୱିଚ ଇତ୍ୟାଦିରେ ବ୍ୟବହାର କରଯାଇଥାଏ । ଏହା ଜୁଆଣୀ ଗଛର କୋମଳ ପତ୍ର ଗୁଡିକୁ ଶୁଖାଇ ଏବଂ ଗୁଣ୍ଡ କରି ପ୍ରସ୍ତୁତ କରଯାଇଥାଏ । ଓରେଗାନୋ ବଜାରରେ ୮୦-୧୦୦ ଟଙ୍କ। ପ୍ରତି ୧୦୦ଗ୍ରାମ୍ ଉପଲବ୍ଧ ହୋଇଥାଏ। କିନ୍ତୁ ଆମେ ଘରେ ଏହି ଜୁଆଣୀ ଗଛର ପତ୍ର ସାହାଯ୍ୟରେ ଅତି ସହଜରେ ପ୍ରସ୍ତୁତ କରିପାରିବା । ଜୁଆଣୀ ଗଛଏକ ଔଷଧୀୟ ଗୁଳ୍ମ ଅଟେ ଯାହାକି ଖାଦ୍ୟରେ ସ୍ଵାଦ ବଢାଇବା ସହ ସ୍ୱାସ୍ଥ୍ୟ ର ଉତ୍ତମ ଯତ୍ନ ନେଇଥାଏ । ଗ୍ରୀକମାନେ ଏହି ଗଛକୁ ତାଙ୍କସମୟରେ ପର୍ବତର ଆନନ୍ଦ ବୋଲି ସମ୍ବୋଧନ କରୁଥିଲେ ଓ ଏହା ସ୍ଵଭାବତଃ ସତ୍ୟ ଥିଲା । ଆଜିକାଲି ଏହି ପାରମ୍ପରିକ ଔଷଧିୟ ଗଛ ଯାହାକୁ ରନ୍ଧନରେ ମଧ୍ୟ ଉପୋଯୋଗ କରାଯ।ଇପାରିବ, ତାର ଚାରିଆଡ଼େ ଚାଷ କରାଯାଉଛି ।
ଓରେଗାନୋର ବିଭିନ୍ନ କିସମ
ଏହି ଓରେଗାନୋ ଗଛ ସାଧାରଣତଃ ପଶ୍ଚିମ ଏସିଆ ଓ ଭୂମଧ୍ୟ ସାଗରୀୟ ଅଞ୍ଚଳରେ ମିଳିଥାଏ । ଜଣାଶୁଣା ପ୍ରଜାତି ମଧ୍ୟରେ “ଓରେଗାନୋ ଭଲଗାରେ”ଏବୋଂ “ଓରେଗାନୋ ମିରଜୋରାମ” କିସମ ଅନ୍ୟତମ । ଏହି ଗଛ ବହୁଜିବି ଅଟେ ତଥା ଏହାର ପତ୍ରଗୁଡିକ ଗୋଲାକାର ସବୁଜ ରଙ୍ଗର ଓ ଡାଳ ଗୁଡିକ ଯୋଡ଼ିହୋଇ ରହିଥାଏ। ଗଛ ଗୁଡିକ ସାଧରଣତଃ ୧-୨ ଫୁଟ ଉଛତା ବିଶିଷ୍ଠ ହୋଇଥାଏ । ଏହାକୁ ଗ୍ରୀଷ୍ମ ଓ ବସନ୍ତ ଋତୁରେ ସ୍ୱଳ୍ପ ଅମଳୀୟ ମୃତ୍ତିକାରେ ଚାଷ କରଯାଇଥାଏ । ପଶୁମାନଙ୍କ ନିମନ୍ତେ ବିଷକ୍ତ ହୋଇଥିବାରୁ ଏହାକୁ ଯତ୍ନର ସହିତ ଲଗେଇବାକୁ ପଡିଥାଏ ।“ଓରେଗାନୋ ଭଲଗାରେ”ରୋଷେଇ ପାଇଁ ବ୍ୟବହାର ହୋଇଥାଏ। ଗୋଲ୍ଡେନଓରେଗାନୋ ସାଜସଜ୍ଜା ଓ ଔଷଧ ଭାବେ ବ୍ୟବହାର ହୋଇଥାଏ । ଏହା ମୂଳ ପ୍ରଜାତି ଅପେକ୍ଷା ନରମ ଓ ହାଲୁକା ରଙ୍ଗର ହୋଇଥାଏ। ଗ୍ରୀକ ଓରେଗାନୋ ତୀବ୍ର ବାସ୍ନା ଯୋଗୁଁ, ରୋଷେଇରେ ବ୍ୟବହାର କରଯାଇଥାଏ ।
ଓରେଗାନୋ ବା ଜୁଆଣୀ ଗଛର ଚାଷ ପ୍ରଣାଳୀ
ଓରେଗାନୋ ସାଧାରଣତଃ ବସନ୍ତ ଋତୁରେ ଲଗାଯାଇଥାଏ। ଏଥିନିମନ୍ତେ ଶେଷ ଶୀତର ୨-୩ ସପ୍ତାହ ପୂର୍ବରୁ ମଞ୍ଜି ବୁଣାଯାଇଥାଏ । ଗଛର ଉତ୍ତମ ବୃଦ୍ଧି ନିମନ୍ତେ ଶୁଷ୍କ ଜଳବାୟୁ ଓ ୧୫-୨୦°ସେଲଶିଅସ୍ ତାପମାତ୍ରା ଉତକୃଷ୍ଟ ଅଟେ। ଗଭୀର ସ୍ତାନ, ଅଧିକ ଆଲୋକ, ହାଲୁକା ଓ ସ୍ୱଳ୍ପ ଅମ୍ଳ ଯୁକ୍ତ ମାଟିରେ ଗଛର ଭଲ ବୃଦ୍ଧି ହୋଇଥାଏ । ଉତ୍ତମ ଜଳ ନିଷ୍କାସନ ହେଉଥିବା ଜମିରେ ୨୦-୨୫ ସେଣ୍ଟିମିଟର ବ୍ୟବଧାନେରେ ଚାରା କୁ ଲଗାଇବା ଉଚିତ୍ । ଏଥିପାଇଁ ୨-୩ ଘଣ୍ଟାର ସୂର୍ଯାଲୋକ ସହିତ ବାଲି ରୁ ବାଲିଆ ଦୋରସା ମାଟି ଥିବା ଜମି ଆବଶ୍ୟକ ହୋଇଥାଏ। ମଞ୍ଜି ଦ୍ୱାରା ମଧ୍ୟ ଆମେ ଓରେଗାନୋ ଚାରା ପ୍ରସ୍ତୁତି କରିପାରିବା । ମଞ୍ଜି ଗୁଡିକୁ ମୃଦୁ ଭୂମିରେ ପକାଇବା ଉଚିତ। ଗୋଲ୍ଡେନଓରେଗାନୋ କିଛି ମାତ୍ରାରେ କମ୍ ସୂର୍ଯାଲୋକ ଦରକାର କରିଥାଏ। ପାଣି ଜମୁଥିବା, ଅଧିକ ଜୈବିକ ପଦାର୍ଥ କିମ୍ବା ଶୁଖିଲା କଠିନ ସ୍ତର ଥିବା ମାଟିରେ ଏହି ଗଛ ଭଲ ବଢିପାରେନାହି। ଶୁଷ୍କ ବାତାବରଣ, ଯେପରିକି ମରୁଡି କିମ୍ବା କମ ଜଳରେ ମଧ୍ୟ ବଞ୍ଚିପାରେ। ଅଧିକ ଜଳସେଚନ ଯୋଗୁଁ କାଣ୍ଡ ପୋଡା ଓ ଅନ୍ୟାନ ରୋଗ ଦ୍ଵାରା ଗଛ ଆକ୍ରାନ୍ତ ହୋଇଥାଏ। ଓରେଗାନୋ ଚାଷ ପାଇଁ ଅଧିକ ଖତ କିମ୍ବା ସାର ର ଆବଶ୍ୟକତା ପଡ଼ିନଥାଏ ।
ଓରେଗାନୋ ପ୍ରସ୍ତୁତି ପ୍ରଣାଳୀ
ଗଛଲଗାଇବାର ୪୦-୪୫ ଦିନ ମଧ୍ୟରେ ପତ୍ର ସଂଗ୍ରହ କରଯାଇଥାଏ। ମାଟିରୁ ୪-୭ ଇଞ୍ଚ ଉପରକୁ ଗଛ କଟାଯାଏ। ଗଛରେ ସବୁବେଳେ ୨-୩ ଟି ପତ୍ର ଛାଡି ଅନ୍ୟପତ୍ର ସଂଗ୍ରହ କରଯାଇଥାଏ । ଯାହାକି ଗଛର ଉତ୍ତମ ବୃଦ୍ଧିରେ ସହାୟକ ହୋଇଥାଏ। ପତ୍ର ଛଡା କଅଂଳିଆ ଡାଳକୁ ମଧ୍ୟ ଶୁଖାଇ ଓ ଗୁଣ୍ଡକରି ଓରେଗାନୋ ପ୍ରସ୍ତୁତ କରାଯାଇ ପାରିବ । ଡାଳ ଗୁଡିକୁ ଏକତ୍ର ବାନ୍ଧି ଶୁଖାଇବା ପାଇଁ ଓଲଟା ଟାଙ୍ଗୀ ଖରାରେ ଶୁଖିବା ପାଇଁ ଛାଡିଦାବା। ଶୁଖିଯିବା ପରେ ଏହାକୁ ବାୟୁ ଚଳ।ଚଳ କରିପାରୁନଥିବା ଡବାରେ ରଖିବା। ତାଜା ଓରେଗାନୋ ପତ୍ରକୁ କାଟି ତୁରନ୍ତ ରୋଷେଇରେ ମଧ୍ୟ ବ୍ୟବହାର କରାଯାଇ ପାରିବ। ଏହା ସହିତ ଅନ୍ୟାନ ମସଲା ଯେପରିକି ଗୋଲମରିଚ ଗୁଣ୍ଡ, ଲଙ୍କା ଗୁଣ୍ଡ, ତୁଳସୀ ପତ୍ର ଗୁଣ୍ଡ କୁ ମିଶାଇ ପିଜ୍ଜା, ପେଟିସ, ବର୍ଗର, ସ୍ୟାଣ୍ଡୱିଚ ଇତ୍ୟାଦିରେ ବ୍ୟବହାର କରଯାଇପାରିବ ।
ଓରେଗାନୋର ଉପକାରିତା
ଜୁଆଣୀର ପତ୍ର ବା ଓରେଗାନୋ ଗୁଣ୍ଡ ଶରୀର ପାଇଁ ଦରକାରୀ ବହୁମୂଲ୍ୟ ପଦାର୍ଥରେ ଭରପୁର ଅଟେ । ଦେଖିବାକୁ ଗଲେ ଓରେଗାନୋରେ ଥିବା ଆଣ୍ଟିଅକ୍ସିଡାଣ୍ଟ ହୃଦୟକୁ ସୁସ୍ତ ରକିବାରେ ତଥା କ୍ୟାନସର ପରି ଭୟଙ୍କର ରୋଗରୁ ରକ୍ଷା କରିବାରେ ସହୟକ ହୁଏ । ତତ୍ ସହିତ ଏହାର ପତ୍ରରେ ଭିଟାମିନ-କେ ପ୍ରଚୁର ପରିମାଣରେ ଅଛି । ଓରେଗାନୋ ଶରୀରରେ ରେ।ଗ ପରତିରୋଧକ ଶକ୍ତି ବଢେଇବାରେ ସହାୟକ ଅଟେ। ଏଥିରେ ଥିବା ଏସେନଶିୟାଲ ତେଲ ଭୋକ ବଢେଇବା ସହିତ ଖାଦ୍ୟ ହଜମ କରିବାରେ ସାହାଜ୍ୟ କରିଥାଏ ।ନିଜ ଘରେ ପ୍ରାକୃତିକ ଉପାୟରେ ଓରେଗାନୋଗୁଣ୍ଡ ତିଆରି କରନ୍ତୁ ଓ ସୁସ୍ଥ ରୁହନ୍ତୁ।
ଆଶୁତୋଷ ପଣ୍ଡା, ଶୁଭ୍ରଜ୍ୟୋତି ମିଶ୍ର
ଶିକ୍ଷା ‘ଓ’ ଅନୁସନ୍ଧାନ ଇଉନିଭର୍ସିଟି, ଭୁବନେଶ୍ବର, ଓଡ଼ିଶା
subhrajyoti.ss235@gmail.com, 7504050240