‘ ମିଲି ’ ଆସିଛି ମାଣ୍ଡିଆ ନେଇ …

0

ଏବେ ଓଡ଼ିଶା ମାଣ୍ଡଆ , ଚାଖିବ ସାରା ଇଣ୍ଡିଆ । ରାଜ୍ୟ ସାରା ସବୁଠି ଏବେ ସମସ୍ୱରରେ ସମସ୍ତେ ଏହାକୁ ଦେହାରୁଛନ୍ତି । ଏବେ ସବୁଆଡେ଼ ମାଣ୍ଡିଆର ପ୍ରଶଂସା । ଆଖି ବୁଲେଇଲେ ମାଣ୍ଡିଆ ଫିଭର । ସତେଯେମିତି ରାଜ୍ୟ ସାରା ମାଣ୍ଡିଆର ଚମକ ଜଳଜଳ କରି ଦେଖାଯାଉଛି । ଯୁଆଡେ଼ ଆଖି ବୁଲେଇ ଆଣିଲେ ମାଣ୍ଡିଆ ବିଷୟରେ ଆଲୋଚନା । ରାଜଧାନୀର ଜାକଜମକ ପ୍ରଦର୍ଶନୀ ହେଉ ହେଉ ଅବା ଗାଁର କେଉଁ ମେଳା ସୁବଠି ଏବେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ପରସାଯାଉଛି । ସୁଦୂର ସୁନ୍ଦରଗଡ଼ ଠୁ ଆରମ୍ଭ କରି ସାମାନ୍ତ ମୟୂରଭଂଜ ଯାଏଁ ସବୁଠି ଏବେ ମାଣ୍ଡିଆର ମହକରେ ମହକିତ ହେଉଛି । ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଶା ମିଲେଟ ମିଶନ ଯୋଗଁ ଏବେ ଅନେକ କର୍ମସଂସ୍ଥାନ ସ୍ଥାପନ ହେବା ସହ ମାଣ୍ଡିଆ ଉତ୍ପାଦନରେ ଓଡ଼ିଶା ବି ବେଶ ନାଁ କମେଇଛି। ପ୍ରାଥମିକତାକୁ ଲକ୍ଷ୍ୟ କଲେ କୃଷିକୁ ବାଦ ଦେଇ ଜନଜୀବନର ଅନୁଭବ କରିବା ଏକ ଅନିଶ୍ଚିତ କଥା । ସବୁରି ଭିତରେ ବି ଚାଷ କେବେ ବନ୍ଦ ହୁଏନି ଆଉ ଚାଷୀ କେବେ ବସେନି। ଶୁଷ୍କ ମାଟିର ସୁନା ଭାବରେ ମାଣ୍ଡିଆ ବେଶ ପରିଚିତ । ସେ ମାଣ୍ଡିଆ ସୁପ୍‌ ହେଉ କି କେକ୍‌ ଅବା ମାଣ୍ଡିଆ ପିଠା ଏସବୁଥିରେ ଓଡ଼ିଆ ମାଟି, ପାଣି ଆଉ ପବନର ବାସ୍ନା ବେଶ ସହଜରେ ବାରି ହୋଇପଡେ଼ । ସେଇଥି ପାଇଁ ତ ମାଣ୍ଡିଆ ପାଖରେ ଭିଡ଼ର ଆସର ଜମେ ।ଚଳିତ ବର୍ଷ ନଭେମ୍ବର ୧୦ ମାର୍ଗଶିର ମାସର ପ୍ରଥମ ଗୁରୁବାର । ଆଉ ଏହି ଦିନ ଠାରୁ ପ୍ରଥମ ଥର ପାଇଁ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ପାଳନ କରୁଛି ମାଣ୍ଡିଆ ଦିବସ । ରାଜ୍ୟ ସରକାର ମାଣ୍ଡିଆ ଚାଷ ଓ ଚାଷୀଙ୍କୁ ବଭିନ୍ନ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦେବାଠାରୁ ଆରମ୍ଭ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ଦିଗରେ ସାହାଯ୍ୟ କରୁଛନ୍ତି । ଆଉ ଏଥରର ଅଫିସିଆଲ ମାସ୍କଟ ହେଉଛି ମିଲି । ସେହି ପାଇଁ କୁହାଯାଉଛି ବହୁଗୁଣ ସମ୍ପନା ମାଣ୍ଡିଆ ଆଉ ସର୍ବଗୁଣ ସମ୍ପନ୍ନା ମିଲି ।

nano urea

ଆସନ୍ତୁ ମାଣ୍ଡିଆର ବହୁମୁଖୀ ଉପକାରିତାକୁ ଲକ୍ଷ୍ୟ କରନ୍ତୁ । ମାଣ୍ଡିଆକୁ ନିଜ ଭୋଜନରେ ସାମିଲ କରନ୍ତୁ। ନିଜେ ନୀରୋଗ ରୁହନ୍ତୁ ଅନ୍ୟକୁ ନୀରୋଗ ରହିବାକୁ ପ୍ରେରଣା ଦିଅନ୍ତୁ ।ସତରେ ଆମ ଓଡ଼ିଶାର ମାଣ୍ଡିଆ କଥା , ଜଗତ ଜାଣିବ ମନେ ରଖିଥା ।

Leave A Reply

Your email address will not be published.

four + eleven =