ଚାଷୀଙ୍କ ସ୍ବପ୍ନ ସାକାର କରିବ ସୁକ୍‌ତେଲ

0

ବଲାଙ୍ଗିର ଜିଲ୍ଲାବାସୀଙ୍କ ବହୁ ପ୍ରତୀକ୍ଷିତ ଲୋୟର ସୁକ୍‌ତେଲ ପ୍ରକଳ୍ପ କାର୍ଯକାରୀ ହେବ । ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପକୁ ଲୋକାର୍ପଣ କରିବେ । ଏହା ଦ୍ବାରା ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ୮୦ ହଜାରରୁ ଊର୍ଦ୍ଧ୍ବ ଚାଷୀଙ୍କ ଲକ୍ଷାଧକ ଏକର ଜମି ଜଳସେଚିତ ହୋଇ ପାରିବ ଏବଂ ବଲାଙ୍ଗୀର ଜିଲ୍ଲାର ଦୁଇଟି ସହରାଞ୍ଚଳର ଲକ୍ଷାଧିକ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ ଏବଂ ଗୁରୁତ୍ବପୂର୍ଣ କଥା ହେଉଛି ଏହି ପ୍ରକଳ୍ପରୁ ଭୂତଳ ପାଇପ ଯୋଗେ ଜଳସେଚନ ବ୍ୟବସ୍ଥା କରାଯିବ , ଯାହା ଦ୍ବାରା ଜଳସେଚନ ସମୟରେ ଜଳ ଅପଚୟ ହେବ ନାହିଁ । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ଦ୍ବାରା ବଲାଙ୍ଗିର ଜିଲ୍ଲାର ଜଳସେଚନ କ୍ଷେତ୍ରରେ ମାଇଲଖୁଣ୍ଟ ସ୍ଥାପନ ହେବ । ବିଭିନ୍ନ ସମୟରେ ବିରୋଧ ଓ ବିବାଦ ଏହି ପ୍ରକଳ୍ପକୁ ବିଳମ୍ବିତ କରି ଚାଲିଥିଲା। ମାତ୍ର ପ୍ରଥମ ପାଳିରୁ ଏହାର କାର୍ଯ୍ୟାନ୍ଵୟନ ପାଇଁ ନବୀନ ସରକାର ଉଦ୍ୟମ କରି ଆସୁଛନ୍ତି । ବଲାଙ୍ଗୀର ଜିଲ୍ଲାବାସୀ ଙ୍କ ସୁକତେଲ ସ୍ବପ୍ନ ଭାଙ୍ଗିଯିବା ଆଶଙ୍କା ସୃଷ୍ଟି ହୋଇଥିବାବେଳେ ତକ୍ରାଳୀନ ‘୫-ଟି’ ସଚିବ ତଥା ଏବର ‘୫-ଟି’ ଓ ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ଷିକ ପାଣ୍ଡିଆନଙ୍କ ହସ୍ତକ୍ଷେପ ଓ ଏହି କାର୍ଯ୍ୟକୁ ‘୫-ଟି’ ଉପକ୍ରମରେ ସାମିଲ କରିବାର ନିଷ୍ପର୍ତ୍ତି ସୁକତେଲ ପ୍ରକଳ୍ପକୁ ଦେଇଥିଲା ନୂଆ ଜୀବନ । ଶ୍ରୀ ପାଣ୍ଡିଆନଙ୍କ ନିର୍ଦ୍ଦେଶକ୍ରମେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଲୋୟର ସୁକତେଲ ପ୍ରକଳ୍ପ ନିର୍ମାଣ କାମକୁ ଅଗ୍ରାଧିକାର ଦେଇ ବିସ୍ଥାପିତଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ । ବିସ୍ଥାପିତଙ୍କୁ କ୍ଷତିପୂରଣ ରାଶି ପ୍ରଦାନ ଓ ଥଇଥାନର ଉଚିତ ବ୍ୟବସ୍ଥା ପରେ ପ୍ରକଳ୍ପ ପ୍ରତି ସୃଷ୍ଟି ହୋଇଥିଲା ସକାରାତ୍ମକ ବାତାବରଣ । ଦୀର୍ଘ ଦିନ ଧରି ପଡ଼ି ରହିଥିବା ପ୍ରକଳ୍ପ ‘୫-ଟି’ ଅଧୀନକୁ ଆସିବା ପରେ ମାତ୍ର ତିନି ବର୍ଷରେ ଶେଷ ହେବାକୁ ସକ୍ଷମ ହୋଇଥିଲା ।

nano urea

ଲୋୟର ସୁକତେଲ ପ୍ରକଳ୍ପରୁ ଭୂତଳ ପାଇପରେ ଜଳସେଚନର ବ୍ୟବସ୍ଥା ରାଜ୍ୟରେ ପ୍ରଥମ । ଚାଷୀଙ୍କ ଜମି ଅଧିଗ୍ରହଣ ସମସ୍ୟାକୁ ବାଦ୍ ଦେବାକୁ ରାଜ୍ୟ ସରକାର ଏଭଳି ବ୍ୟବସ୍ଥା କରିଛନ୍ତି । ଚାଷୀଙ୍କ ଚାଷଜମିରେ ମାଟି ଖୋଳି ପାଇପ ବିଛାଯାଉଛି । ଲୋୟର ସୁକତେଲ ଡ୍ୟାମରେ ପାଣି ସଂଗ୍ରହ କରି ରଖିବା ପରେ ସେହି ପାଣିକୁ ଏହି ପାଇପ ମାଧ୍ୟମରେ ଛଡାଯିବ । ଏହାଦ୍ବାରା ଜଳର ଅପଚୟକୁ ରୋକିହେବ । ଏହା ସହିତ ଭୂତଳ ଜଳସ୍ତର ମଧ୍ୟ ବୃଦ୍ଧିପାଇବ ବୋଲି କୁହାଯାଉଛି । ଲୋୟର ସୁକତେଲ ରେ ଏଭଳି ଜ୍ଞାନକୌଶଳ ର ବ୍ୟବହାର ଏହାକୁ ରାଜ୍ୟ ତଥା ଦେଶର ଅନ୍ୟ ଜଳଅମଳ ପ୍ରକଳ୍ପ ଠାରୁ ସ୍ବତନ୍ତ୍ର କରିବ ବୋଲି ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ପ୍ରକାଶ କରିଛନ୍ତି ।

ବଲାଙ୍ଗିର ଜିଲ୍ଲାରେ ଜଳସେଚନ ବ୍ୟବସ୍ଥାକୁ ସୁଦୃଢ କରିବା ସହ ଭୂତଳ ଜଳସ୍ତର ବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିବ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ । ମରୁଡ଼ି ପ୍ରପୀଡିତ ବଲାଙ୍ଗିର ଜିଲ୍ଲା ଶସ୍ୟଶ୍ୟାମଳା ହେବ । ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରୁ ବଲାଙ୍ଗିର ଓ ସୋନପୁର ଜିଲ୍ଲାର ୨୦୦ ରୁ ଉର୍ଦ୍ଧ୍ବ ଗାଁର ୮୦ ହଜାର କୃଷକ ପରିବାରର କ୍ଷେତକୁ ଜଳସେଚନ ବ୍ୟବସ୍ଥା କରାଯାଇପାରିବ। ସେହିଭଳି ବଲାଙ୍ଗିର ଜିଲ୍ଲାର ଦୁଇଟି ସହରାଞ୍ଚଳର ୭୦ ହଜାର ଲୋକଙ୍କ ପାଇଁ ପାନୀୟଜଳର ବ୍ୟବସ୍ଥା ହୋଇପାରିବ । ପ୍ରକଳ୍ପର ଉଦ୍‌ଘାଟନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ସ୍ବାଗତ ପାଇଁ ଲୋୟର ସୁକତେଲ ଡ୍ୟାମ ସଜେଇ ହୋଇଛି ।

Leave A Reply

Your email address will not be published.

2 × 2 =