ରାଜ୍ୟରେ ମହିଳା ସଶକ୍ତିକରଣକୁ ଗୁରୁତ୍ବ – ଆସନ୍ତା ସାଧାରଣତନ୍ତ୍ର ଦିବସରେ ଦେଖିବାକୁ ମିଳିବ ଝଲକ୍

0

ଆସନ୍ତା ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ କର୍ତବ୍ୟ ପଥରେ ଗଢାହେବ ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ଗଣତନ୍ତ୍ର ଦିବସରେ ଓଡ଼ିଶା ପ୍ରଜ୍ଞାପନ ମେଢ଼ ମଡେଲ ମନୋନିତ ହୋଇଥିବା ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଚିଠି ଲେଖାଯାଇଛି । ସାରା ବିଶ୍ଵ ଦେଖିବ ଓଡ଼ିଶାର କଳା-ସଂସ୍କୃତିର ଝଲକ ଓ ମହାନ ପରମ୍ପରା, ଐତିହ୍ୟ ।

nano urea

ତେବେ ଶିଳ୍ପୀ କୀର୍ତି କିଶୋର ମହାରଣାଙ୍କ ନିକଟକୁ ଛୁଟିଛି ପ୍ରଶଂସା ଓ ଶୁଭେଚ୍ଛାର ସୁଅ । ତାଙ୍କୁ ଏହି କାର୍ଯ୍ଯରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସହଯୋଗ ମିଳିଥିଲା । ଏ ସଫଳତା ପାଇଁ କୀର୍ତି ସମସ୍ତ ଶ୍ରେୟ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଦେଇଛନ୍ତି । ସେ ପଠାଇଥିବା ୪ଟି ଡିଜାଇନ୍‌ ମଧ୍ୟରୁ ‘ରଘୁରାଜପୁର ଚିତ୍ର କଳାମାଧ୍ଯମରେ ନାରୀ ସଶକ୍ତିକରଣ’ ମଡେଲଟି ଚୟନ ହୋଇଥିଲା । ସାରା ଭାରତରୁ ୩୦ ଜଣଙ୍କ ମଧ୍ୟରୁ ୩ନମ୍ବର ସ୍ଥାନରେ ରହିଥିଲା ଏହି ମଡେଲ I ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ପରମ୍ପରା ସହ ନାରୀଶକ୍ତିକରଣକୁ ରଘୁରାଜପୁର ପଟ୍ଟଚିତ୍ର ମାଧ୍ୟମରେ ପ୍ରଦର୍ଶିତ କରିବାକୁ ଚେଷ୍ଟା କରିଥିଲେ କୀର୍ତି । ବର୍ତ୍ତମାନ ରାଜ୍ୟ ସରକାରଙ୍କ ମିଶନଶକ୍ତି ମହିଳାମାନେ ଏକତ୍ରିତ ହୋଇ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ଏବଂ ମହିଳା ସଶକ୍ତିକରଣକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଥିବାର ଏହି ଚିତ୍ର ମାଧ୍ୟମରେ ଦର୍ଶାଯାଇଛି । ୩ବର୍ଷ ପରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ କିଭଳି ସାମିଲ କରାଯିବ ସେଥିପାଇଁ ସମସ୍ତେ ଲାଗିଥିବାର କହିଛନ୍ତି କୀର୍ତି I ତେବେ ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମଡ଼େଲ ଚୁଡ଼ାନ୍ତ ନେଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି ଲେଖାଯାଇଥିଲା ।

Leave A Reply

Your email address will not be published.

sixteen − fifteen =