ମହିଳାଙ୍କ ପାଇଁ କୃଷି ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ

0

ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ମହିଳାଙ୍କ ହାତ ମୁଠାକୁ ସଶକ୍ତ କରିବା ସହ ଜନଜୀବନର ବିକାଶ ଦିଗରେ ଏକ ନୂଆ ପରିଚୟ ସୃଷ୍ଟି କରିଛି । ଏହି ଉପକ୍ରମରେ ଆସନ୍ତା ତା ୦୬.୦୧.୨୦୨୪ ରୁ ୦୯.୦୩.୨୦୨୪ ରିଖ ପର୍ଯ୍ୟନ୍ତ ସପ୍ତାହର ପ୍ରତି ଶନିବାର ଦିନ ପାଲ୍ ଚ୍ୟାରିଟି ଇଣ୍ଡିଆ ଫାଉଣ୍ଡେସନର କୃଷି ଉଦ୍ୟୋଗ ପ୍ରତିଷ୍ଠାନ ତରଫରୁ କୃଷି ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ ଆରମ୍ଭ ହେଉଛି । ଏହି କାର୍ଯ୍ୟକ୍ରମ ରେ ମିଶନ୍ ଶକ୍ତି ଡାଏରୀ କ୍ଲଷ୍ଟର ର ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ହିତାଧିକାରୀଙ୍କ ପାଇଁ ‘ଉତ୍ତମ ଡାଏରୀ ପାଳନ ଅଭ୍ୟାସ’ ପ୍ରଶିକ୍ଷଣ ଦିଆଯିବ । ପ୍ରଶିକ୍ଷଣର ସମୟ ସୀମା ଦିନ ୧୦ ଟା ରୁ ମଧ୍ୟାହ୍ନ ୧:୩୦ ରହିଥିବା ବେଳେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଅଞ୍ଚଳର ପ୍ରାଣୀ ଚିକିତ୍ସା ଡାଏରୀ କ୍ଲଷ୍ଟର ସିଦ୍ଧେଶ୍ୱର ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଗଠନ ରେ କରାଯିବ ।

nano urea

ଏହି କାର୍ଯ୍ୟକ୍ରମ ରେ ଉତ୍ତମ ପ୍ରାଣୀ ଚିକିତ୍ସା , ନବଜାତ ଶିଶୁ ପ୍ରାଣୀ ର ଯତ୍ନ ଓ ସେମାନଙ୍କ ପାଇଁ ଭ୍ୟାକ୍ସିନେସନ ବ୍ୟବସ୍ଥା , ପ୍ରାଣୀର ରୋଗ ନିରାକରଣ , ସେମାନଙ୍କର ଖାଦ୍ୟ ପ୍ରଣାଳୀ ସହ ସେମାନଙ୍କର ସୁରକ୍ଷା ପାଇଁ ବ୍ୟବସ୍ଥା ପ୍ରସଙ୍ଗରେ ପ୍ରଶିକ୍ଷଣ ଦିଆଯିବ । ଏହି କୃଷିକାର୍ଯ୍ୟ ରେ ସରକାର ଙ୍କ ଦ୍ଵାରା ନିର୍ମିତ ମିଶନ ଶକ୍ତି ର ମହିଳା ମାନଙ୍କ ଯୋଗଦାନ, ସେମାନଙ୍କ ଦକ୍ଷତା ଏବଂ ପରିବାରର ଭରଣ ପୋଷଣ କରିବା ସହ କୃଷି କ୍ଷେତ୍ର ରେ ଉନ୍ନତି ଆଣିପାରୁଛି ।

Leave A Reply

Your email address will not be published.

18 − seven =