ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ହେବ ଆତ୍ମନିର୍ଭରଶୀଳ

ବିଶ୍ୱ ମତ୍ସ୍ୟଜୀବୀ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତ୍ସ୍ୟଜୀବୀ ସମ୍ପ୍ରଦାୟର ସଶକ୍ତିକରଣ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (MMKY) ଆରମ୍ଭ କରିଥିଲେ। ଏହି ଆର୍ଥିକ ବର୍ଷରେ ଖର୍ଚ୍ଚ ହେବାକୁ ଥିବା ୧୬ଟି କାର୍ଯ୍ୟକ୍ରମ ଯୋଜନା ପାଇଁ ରାଜ୍ୟ ସରକାର ୪୪୮ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ରାଜ୍ୟର ୫-ଟି ନୀତି ଅନୁସାରେ ଏହି ନୂତନ ଯୋଜନା କାର୍ଯ୍ୟକାରୀ ହେବ ବୋଲି ନବୀନ କହିଛନ୍ତି। ମତ୍ସ୍ୟ ଉତ୍ପାଦନ ବୃଦ୍ଧି ଏବଂ ଏହି କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି। ସେ କହିଛନ୍ତି ୧୧,୦୦୦ ରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ୫୦,୦୦୦ ମତ୍ସ୍ୟ କୃଷକ ଏବଂ ଏକ ଲକ୍ଷରୁ ଅଧିକ ମତ୍ସ୍ୟଜୀବୀ ଏଥିରୁ ଉପକୃତ ହେବେ। ଗ୍ରାମ ପଞ୍ଚାୟତ ପୋଖରୀରେ ମାଛଚାଷ ପାଇଁ ମହିଳା ମାନଙ୍କୁ ପ୍ରାଧାନ୍ୟ ଦିଆଯାଉଛି । ରାଜ୍ୟରେ ମାଛ ଉତ୍ପାଦନ ବୃଦ୍ଧି ପାଇଁ ନୂତନ ମାଛ ପୋଖରୀ ଖନନ , ବାୟୋଫ୍ଲକ ପଦ୍ଧତିରେ ମାଛଚାଷ ଏବଂ ଆଧୁନିକ ଜ୍ଞାନ କୌଶଳ ମାଧ୍ୟମରେ ମାଛଚାଷ ପାଇଁ ସରଞ୍ଜାମ ଓ ଯନ୍ତ୍ରପାତି କିଣିବା ପାଇଁ ସରକାର ଆର୍ଥିକ ସହାୟତା ଯୋଗାଉଛନ୍ତି । ଏହି ହସ୍ତକ୍ଷେପ ଦ୍ୱାରା ଏହି କ୍ଷେତ୍ରର ବିକାଶ ଘଟିଵ ଏବଂ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ମାଛଚାଷ କ୍ଷେତ୍ରରେ ସ୍ବାବଲମ୍ବୀ ହୋଇପାରିବ । ଅର୍ଥନୈତିକ ବିକାଶ ପାଇଁ ରାଜ୍ୟର ଜଳ ସମ୍ପଦକୁ ବ୍ୟବହାର କରାଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି କ୍ଷେତ୍ରର ବିକାଶକୁ ଆଲୋକିତ କରି ନବୀନ କହିଛନ୍ତି ଯେ ଗତ ୨୦ ବର୍ଷ ମଧ୍ୟରେ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ଚାରି ଗୁଣ ବୃଦ୍ଧି ପାଇଛି। ସାମୁଦ୍ରିକ ରପ୍ତାନି ୪୫୦୦ କୋଟିରେ ପହଞ୍ଚିଛି ବୋଲି ସେ କହିଛନ୍ତି।କୃଷି ମନ୍ତ୍ରୀ ରାଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି ଯେ ଏହି ହସ୍ତକ୍ଷେପ ମାଧ୍ୟମରେ ଓଡ଼ିଶା ମତ୍ସ୍ୟ ବିଭାଗରେ ଆତ୍ମନିର୍ଭରଶୀଳ ହେବାକୁ ଯାଉଛି । ଏହି ଯୋଜନାର ସୁଯୋଗ ନେବାକୁ ସରକାର ମତ୍ସ୍ୟଜୀବୀ ସମ୍ପ୍ରଦାୟକୁ ଅନୁରୋଧ କରିଥିଲେ।

Spread the love

Leave a Comment

Your email address will not be published. Required fields are marked *

Scroll to Top
×