ବାଂଲାଦେଶରେ ପହଞ୍ଚିଲା ଓଡିଶା କାଜୁ

0

୨୩ ନଭେମ୍ବର ୨୦୨୩ ଜାତୀୟ କାଜୁ ଦିବସ ଅବସରରେ ପ୍ରଥମ କରି ଓଡ଼ିଶା ବାଙ୍ଗଲାଦେଶକୁ କାଜୁ ରପ୍ତାନୀ କରିଛି । ଭାରତ ସରକାରଙ୍କ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରଣାଳୟ ଅଧିନସ୍ଥ ଆପେଡ଼ା ସଂସ୍ଥା, ଓଡ଼ିଶା ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗ ଓ ବିଶ୍ୱ ବାଣିଜ୍ୟ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର କାଜୁ ଟ୍ରକ୍‌କୁ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଡିନ୍‌ ବୈଷୟିକ କୌଶଳ ଯୋଗାଇଦେବା ବିଷୟରେ ସୂଚନା ଦେଇଥିଲେ । କାଜୁ ଚାଷ, କାଜୁ ପ୍ରୋସେସିଂ ପାଇଁ ଓୟୁଏଟି କଷ୍ଟମ୍‌ କମିଶନର ଶ୍ରୀ ମାଧବ ମିଶ୍ର ମଧ୍ୟ ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।ଟେକ୍‌ନୋଲୋଜିକାଲ୍‌ ସହାୟତା ଦେଉଛି ଓ ଆଗାମୀ ଦିନରେ କାଜୁ ଚାଷର ଅନ୍ୟାନ୍ୟ ଦିଗ ପ୍ରତି ସହାୟତା ଦେବ ବୋଲି କହିଥିଲେ ।

ଏହି ଅବସରରେ ଶ୍ରୀ ଶାଶ୍ୱତ ମିଶ୍ର ଏକ୍ସପୋର୍ଟ ଓ ମାର୍କେଟିଂ ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ ଯେକୌଣସି ଉତ୍ପାଦର ରପ୍ତାନୀ ଓ ବାଣିଜ୍ୟ ପାଇଁ ଅନୁ୍ୟନପକ୍ଷେ ୩ ଗୋଟି ମାର୍କେଟ ରହିଥିବା ଦରକାର । କାରଣ ଗ୍ରାହକଙ୍କ ଚାହିଦା ଯଦି ବିପରୀତମୁଖୀ ହୁଏ ତେବେ ଯେକୌଣସି ସମୟରେ ମାର୍କେଟ୍‌ ବନ୍ଦ ହୋଇଯିବାର ସମ୍ଭାବନା ଥାଏ । ସେଥି ପାଇଁ ଉଭୟ ରାଜ୍ୟ, ଅନ୍ୟ ରାଜ୍ୟ ଓ ବିଦେଶକୁ ଉତ୍ପାଦ ରପ୍ତାନୀ କରିବା ବାଣିଜ୍ୟ ପାଇଁ ଶୁଭଙ୍କର ଅଟେ ।ରାଜ୍ୟର ମୁଖ୍ୟତଃ କୋରାପୁଟ, ଗଞ୍ଜାମ ଓ ବ୍ରହ୍ମଗିରି ସ୍ଥାନରେ କାଜୁ ପୁଞ୍ଜ ଥିବାରୁ ସେହିସ୍ଥାନରେ ଓଡ଼ିଶା ସରକାରଙ୍କ କମନ୍‌ ଫାସିଲିଟି ସେଣ୍ଟରର ଉପଯୋଗିତା କରାଯିବା ଉଚିତ । ପ୍ରୋସେସିଂ ମେସିନ୍‌ ସ୍ଥାପନ, ଏୟାର କାର୍ଗୋ ରପ୍ତାନୀ ଓ ନିଜେ ରପ୍ତାନୀ କରିବା ଭଳି ଆହ୍ୱାନମୂଳକ ପଦକ୍ଷେପକୁ ସାମ୍‌ନା କରି ଆଗକୁ ବଢ଼ିଚାଲିଲେ ଘରୋଇ ରପ୍ତାନୀ ଓ ବିଦେଶ ରପ୍ତାନୀ ଲାଭଜନକ ହୋଇଥାଏ ବୋଲି ଶ୍ରୀ ମିଶ୍ର କହିଥିଲେ ।

nano urea

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ରାଜ୍ୟରେ ଧାନ, କପା, ମାଣ୍ଡିଆର ଉତ୍ପାଦନ ଓ ବ୍ୟବସାୟ ସଂପର୍କରେ ଉଲ୍ଲେଖ କରି ପ୍ରୋତ୍ସାହନମୂଳକ ବକ୍ତବ୍ୟ ରଖି କହିଥିଲେ ଯେ ଉତ୍କୃଷ୍ଟ ମାନର କାଜୁ ଚାଷ ହେବା ଆବଶ୍ୟକ । କୋରାପୁଟ, ଗଞ୍ଜାମ ସମେତ ଦକ୍ଷିଣ ଓଡ଼ିଶାରେ ମାଟି ଓ ଜଳବାୟୁ କାଜୁ ଚାଷ ପାଇଁ ବେଶ୍‌ ଉପଯୋଗୀ ଅଟେ । ସେଥିପାଇଁ ଯୋଜନାମୂଳକ ଭାବେ ଚାଷ କରିବା ଉଚିତ । ହେକଫର ପିଛା ୭୬୦ କିଗ୍ରା କାଜୁ ଉତ୍ପାଦନ ରପ୍ତାନୀ ପ୍ରକ୍ରିୟା ପାଇଁ ଯଥାର୍ଥ ଅଟେ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଉଦ୍ୟୋଗୀମାନଙ୍କୁ ଏକ କୋଟି ସବ୍‌ସିଡି ମଧ୍ୟ ପ୍ରଦାନ କରାଯାଏ । ତେଣୁ କାଜୁ ଚାଷ ପାଇଁ ମଧ୍ୟ ସବ୍‌ସିଡି ପ୍ରଦାନ କରାଯାଉଛି । ଓଡ଼ିଶାର କାଜୁ ସିଙ୍ଗାପୁର, ବ୍ୟାଙ୍କକ୍‌ ଓ ଦୁବାଇକୁ ରପ୍ତାନୀ ହେଉଛି । ବାର୍ଷିକ ୧୨୦୦ କୋଟିର କାଜୁ ବ୍ୟବସାୟ ହେଉଛି ବୋଲି ଡ. ପାଢ଼ୀ ସୂଚନା ଦେଇଥିଲେ ।

ଓଡ଼ିଶା କାଜୁ ଉନ୍ନୟନ ନିଗମ ଓ ଓଡ଼ିଶା କାଜୁ ପ୍ରସ୍ତୁତି ସଂଘର ସୂଚନା ଅନୁସାରେ ଓଡ଼ିଶାରେ ୨.୨୩ ଲକ୍ଷ ହେକ୍ଟର ଜମିରେ କାଜୁ ଚାଷ କରାଯାଉଛି । ସେଥି ମଧ୍ୟରୁ ୬୦ ହଜାର ହେକ୍ଟର ଜମି ସରକାରୀ ଜମି । ବାର୍ଷିକ ପ୍ରାୟ ୧ ଲକ୍ଷ ୪୦ ହଜାର ମେଟ୍ରିକ୍ ଟନ୍‌ କାଜୁ ଉତ୍ପାଦିତ ହେଉଥିବାବେଳେ ୫୦୦ଟି କାଜୁ ପ୍ରୋସେସିଂ ୟୁନିଟ୍‌ ସଫଳତାର ସହ ଚାଲୁରହିଛି।

Leave A Reply

Your email address will not be published.

18 − one =