ଆନ୍ତର୍ଜାତିକ ବାଣିଜ୍ଯ ମେଳାରେ ଓଡ଼ିଶା ପାଭିଲିୟନ ଉଦଘାଟିତ

0

ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ୧୪ ରେ ଆରମ୍ଭ ହୋଇଥିବା ୪୨ତମ ଭାରତ ଆନ୍ତର୍ଜାତିକ ବାଣିଜ୍ଯ ମେଳା ଆସନ୍ତା ୨୭ ନଭେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ଓଡିଶା ପାଭିଲିୟନକୁ ଓଡିଶାର ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦଘାଟନ କରିଛନ୍ତି । ଚଳିତ ବର୍ଷ ମେଳାର ଥିମ୍ “ବସୁଧୈବ କୁଟୁମ୍ବକମ୍ବକମ୍: ୟୁନାଇଟେଡ୍ ବାଇ ଟ୍ରେଡ୍” ରହିଥିବା ବେଳେ ଓଡିଶା ପାଭିଲିୟନ୍ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ବୈବଭକୁ ନେଇ ଅଂଶଗ୍ରହଣ କରିଛି।

nano urea

ଓଡ଼ିଶାର ୭ ଗୋଟି ବିଭାଗର ୨୪ ଗୋଟି ଷ୍ଟଲ୍ ରହିଛି , ଯଥା – ମିଶନ ଶକ୍ତି, କୃଷି ଓ କୃଷକ ସଶକ୍ତିକରଣ, ଏମ୍‌ଏସଏମଇ, ପର୍ଯ୍ୟଟନ, ଅନୁସୂଚିତ ଜାତି ଓ ଜନଜାତି, ପଞ୍ଚାୟତିରାଜ ଓ ପାନୀୟ ଜଳ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ଅଂଶଗ୍ରହଣ କରିଛନ୍ତି। ମିଶନ ଶକ୍ତିର ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ପ୍ରସ୍ତୁତ ଦ୍ରବ୍ଯ, ମିଲେଟ୍ ମିଶନ ପକ୍ଷରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ଏବଂ ଓରମାସ୍‌ ପକ୍ଷରୁ ବିଭିନ୍ନ ଘରକରଣା ଓ ସାଜସଜ୍ଜା ସାମଗ୍ରୀ ସ୍ଥାନିତ ହୋଇଛି। ମିଲେଟ୍ ଉତ୍ପାଦ ଓ କୋରାପୁଟର କଫିଥେ ମହକୁ ଥିବା ପାଭିଲିୟନକୁ ସୁନ୍ଦରତା ପ୍ରଦାନ କରୁଛି କୋଟପାଡ୍‌ ଶାଢୀ ଓ ଟସର ସିଲକ୍ ଶାଢୀ। କାଠ ତଥା ପ୍ରସ୍ତର ତିଆରି ମୂର୍ତ୍ତି, ପଟ୍ଟଚିତ୍ର, ସବାଇ ଘାସ ତିଆରି ସାଜସଜ୍ଜା, ଚାନ୍ଦୁଆ, ତାରକସୀ ଭଳି ହସ୍ତଶିଳ୍ପ ସାମଗ୍ରୀରେ ଓଡିଶା ପାଭିଲିୟନ୍ ସୁନ୍ଦର ଦିଶୁଛି । ଏହା ଛଡା ଆଦିମ ଜନଜାତି ଗୋଷ୍ଠୀର ଦୁଇଗୋଟି ଦଳ ଦ୍ବାରା ହସ୍ତଶିଳ୍ପର ନୈପୁଣ୍ୟ ପ୍ରଦର୍ଶନ ଆକର୍ଷଣର କେନ୍ଦ୍ର ହୋଇଛି।

ପାଭିଲିୟନର ମଧ୍ଯ ଭାଗରେ ଏକ ବିଶାଳ ବୋଇତ ତିଆରି ହୋଇଛି। ଏଥିରେ ବାନ୍ଧ ଶିଳ୍ପ, ପଥର ମୂର୍ତ୍ତି କାରିଗରି, ପଟ୍ଟଚିତ୍ର ଅଙ୍କନ, ବର୍ଜ୍ୟ କାଗଜରୁ ସାଜସଜ୍ଜା ସାମଗ୍ରୀ ଆଦି ପ୍ରସ୍ତୁତିର ଲାଇଭ୍ ଡେମୋ ପ୍ରଦର୍ଶନ କରାଯାଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ, ନୂଆଦିଲ୍ଲୀରେ ଅବସ୍ଥାପିତ ଓଡିଶାର ଆବାସିକ ଆୟୁକ୍ତ ଶ୍ରୀ ରବିକାନ୍ତ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ଓରମାସ୍ ସିଇଓ ଶ୍ରୀମତୀ ଗୁହା ପୁନମ୍ ତାପସ୍ କୁମାରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ମେଳାରେ ଉପସ୍ଥିତ ଥିଲେ। ଭାରତ ସରକାରଙ୍କ ବାଣିଜ୍ଯ ମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀରେ ପ୍ରତିବର୍ଷ ଏହି ଆନ୍ତର୍ଜାତିକ ବାଣିଜ୍ଯ ମେଳା ଆୟୋଜିତ ହୋଇଥାଏ ।

Leave A Reply

Your email address will not be published.

eighteen + 6 =