ନଭେମ୍ବର ୧୯ରୁ ଦେବଗଡ଼ରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା

ମତ୍ସ୍ୟ ଓ ପ୍ରାଣୀସମ୍ପଦ ସାଂପ୍ରତିକ ସମୟରେ ଏକ ବଡ ଆହ୍ବାନ । ଅଧୁନା ଅନେକ ଚାଷୀ ତଥା ଯୁବ ଉଦ୍ୟୋଗୀ ଏହାକୁ ସାଥ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତା ୧୯ ଓ ୨୦ ନଭେମ୍ବର ରେ ଦେବଗଡ଼ ଜିଲ୍ଲାର ପ୍ରଧନପାଟ ଗ୍ରାମରେ ଥିବା ବଡ଼ ବଗିଚା ପଡ଼ିଆରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହେବ । ଏହାର ମୁଖ୍ୟ ବିଷୟବସ୍ତୁ ରହିବ ” ମତ୍ସ୍ୟ ଓ ପ୍ରାଣୀସମ୍ପଦ ର ବିକାଶ , ଚାଷୀଙ୍କ ଓଠରେ ଫୁଟିବ ହସ ” ।

ଏହି ମେଳା ଦ୍ୱାରା ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦର ସଂରକ୍ଷଣ, ବିକାଶ ହେବା ସହ ଚାଷୀ ମାନେ ମଧ୍ୟ ଉପକୃତ ହେବେ ବୋଲି ଜିଲ୍ଲା ମତ୍ସ୍ୟ ଅଧିକାରୀ କହିଛନ୍ତି। ରାଜ୍ୟ ସରକାରଙ୍କ ଅନେକ କୃଷକ କଲ୍ୟାଣ ଯୋଜନା ଦ୍ବାରା ମାଛ ଚାଷୀ ତଥା ପ୍ରାଣୀ ପାଳନ କରୁଥିବା ଚାଷୀ ମାନେ ଲାଭବାନ ହେବା ସହ ଏକ ସଶକ୍ତ ଓଡ଼ିଶା ଗଠନ ରେ ଭାଗିଦାରୀ ହେବେ ଏଥିରେ ଦ୍ଵିମତ ନାହିଁ।

Spread the love

Leave a Comment

Your email address will not be published. Required fields are marked *

Scroll to Top
×