ବାଣିଜ୍ଯ ମେଳା ରେ ଓଡିଶା ପୁରସ୍କୃତ

0

ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ୪୨ତମ ଭାରତ ଆନ୍ତର୍ଜାତିକ ବାଣିଜ୍ଯ ମେଳା ଗତ ୧୪ – ୨୭ ନଭେମ୍ବର ପର୍ଯ୍ୟନ୍ତ ହୋଇଥିଲା । ସେଥିରେ ଓଡିଶା ପାଭିଲିୟନ୍ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ବୈବଭକୁ ନେଇ ଅଂଶଗ୍ରହଣ କରିଥିଲା । ଓଡ଼ିଶାର ୭ ଗୋଟି ବିଭାଗର ୨୪ ଗୋଟି ଷ୍ଟଲ୍, ଯଥା – ମିଶନ ଶକ୍ତି, କୃଷି ଓ କୃଷକ ସଶକ୍ତିକରଣ, ଏମ୍‌ଏସଏମଇ, ପର୍ଯ୍ୟଟନ, ଅନୁସୂଚିତ ଜାତି ଓ ଜନଜାତି, ପଞ୍ଚାୟତିରାଜ ଓ ପାନୀୟ ଜଳ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ଅଂଶଗ୍ରହଣ କରିଥିଲେ । ମିଶନ ଶକ୍ତିର ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ପ୍ରସ୍ତୁତ ଦ୍ରବ୍ଯ, ମିଲେଟ୍ ମିଶନ ପକ୍ଷରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ଏବଂ ଓରମାସ୍‌ ପକ୍ଷରୁ ବିଭିନ୍ନ ଘରକରଣା ଓ ସାଜସଜ୍ଜା ସାମଗ୍ରୀ ସ୍ଥାନିତ ହୋଇଥିଲା। ତେବେ ଏହି ଆନ୍ତର୍ଜାତୀୟ ମେଳାର ସମାପ୍ତି ଅବସରରେ ଓଡ଼ିଶା ଶ୍ରେଷ୍ଠ ପାଭିଲିୟନ୍ ପାଇଁ ପୁରସ୍କାର ଜିତିବା ଟିମ୍ ଓଡିଶା ପାଇଁ ଏକ ଗର୍ବିର ଗାଥା ଗାନକରୁଛି । ଓଡ଼ିଶାର ସଂସ୍କୃତି, ମିଲେଟସ୍, କରୁଣା ରେଶମ, ହସ୍ତତନ୍ତ, SHG ଉତ୍ପାଦ, ପ୍ରଦର୍ଶନ ଇତ୍ୟାଦି ଜିନିସ ସମସ୍ତଙ୍କ ଦ୍ୱାରା ପ୍ରଶଂସିତ ମଧ୍ୟ ହୋଇଛି ।

Leave A Reply

Your email address will not be published.

six + 12 =