ଚାଷ ଜମିରେ ମହକ ବୁଣୁଛି ମାଣ୍ଡିଆ

0

ଏକ ପାରମ୍ପରିକ ପୁଷ୍ଟିଶସ୍ୟ ବା ଆଦିବାସୀଙ୍କ ଖାଦ୍ୟ ମିଲେଟ ଏବେ ଏକ ସୁନ୍ଦର ମଡେଲ ଭାବେ ମାର୍କେଟ ରେ ଉପଲବ୍ଧ ହେଉଛି । ଏଥିରେ ପୋଷକତତ୍ତ୍ଵ ଅଧିକ ଥିବାରୁ ଛୋଟଠାରୁ ବୁଢ଼ା ଯାଏ ସମସ୍ତେ ଖାଇବା ଯୋଗ୍ୟ ହେଇଛି । ସମସ୍ତେ ପସନ୍ଦ କରୁଥିବାରୁ , ତାହାର ଚାହିଦା ବଢ଼ିବାରେ ଲାଗିଛି । ତା’ର ସ୍ବାଦ ବି ସେମିତି ନିଆରା ଲାଗୁଛି । ବଜାରରେ ଦୋକାନୀ ହେଉ କିମ୍ବା ଘରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ଏଥିରୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଇ ବିକ୍ରି କରାଯାଉଛି । ବଡ଼ବଡ଼ ହୋଟେଲମାନଙ୍କ ମେନୁ ରେ ମଧ୍ୟ ରଖାଗଲାଣି । ଏହି ଯୁଗାନ୍ତକାରୀ ପରିବର୍ତ୍ତନ ପଛରେ ଓଡ଼ିଶା ସରକାରଙ୍କ ‘ମିଲେଟ୍‌ ମିଶନ୍’ର ଏକ ବଡ଼ ଭୂମିକା ଅଛି। ମିଲେଟ୍ସ ପାଇଁ ବଜାର ଚାହିଦା, ସରକାରୀ ପ୍ରୋତ୍ସାହନ ଓ ଆୟ ବୃଦ୍ଧି ଯୋଗୁଁ ଅଧିକରୁ ଅଧିକ ଚାଷୀ ଏବେ ମିଲେଟ୍ସ ଚାଷ ପାଇଁ ଆଗଭର ହେଉଛନ୍ତି । ଫଳରେ କମ୍ ପାଣି କିମ୍ବା ଜଳସଚେତନ ଅଭାବରୁ ଚାଷ ହୋଇ ନପାରି ବର୍ଷବର୍ଷ ଧରି ପଡ଼ିଆ ପଡୁଥିବା କ୍ଷେତରେ ଏବେ ମାଣ୍ଡିଆ, ଯଅ , ବାଜରା , ସୁଆଁ, ଗଙ୍ଗେଇ ଭଳି ଫସଲ ହସୁଛି।

nano urea

‘ମିଲେଟ୍‌ ମିଶନ୍‌’ର ସଫଳତା ନେଇ ରାଜ୍ୟରେ ପୁଳାପୁଳା ଉଦାହରଣ ରହିଥିବା ବେଳେ ଏବେ ସେଥିରେ ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ୍ ଯୋଡ଼ି ହୋଇଯାଇଛି। ଆଦିବାସୀ ଅଧ୍ୟଷିତ ଏହି ବ୍ଲକ୍‌ର ପାହାଡ଼ିଆ ତଥା ଅଣ-ଜଳସେଚିତ ଅଞ୍ଚଳରେ ଥିବା ୨୫ଟି ଗ୍ରାମରେ ପଡ଼ିଆ ପଡ଼ିଥିବା ପ୍ରାୟ ୨୦୦ ଏକର ଜମିରେ ଏବର୍ଷ ବେଢ଼ଶହ ଚାଷୀ ଗଙ୍ଗେଇ (ସର୍‌ଗମ୍) ଚାଷ କରିଛନ୍ତି। ଶିଳ୍ପହୀନ ଦେବଗଡ଼ ଜିଲ୍ଲାର ପ୍ରାୟ ୯୦ ପ୍ରତିଶତ ଲୋକ ଚାଷ ଉପରେ ସମ୍ପୂର୍ଣ ନିର୍ଭରଶୀଳ । ସେମାନଙ୍କ ପାଇଁ ଚାଷ ହିଁ ଏକମାତ୍ର ବିକଳ୍ପ କିନ୍ତୁ ତିଲେଇବଣି ବ୍ଲକ୍‌ରେ ରହିଛି ଅଧାରୁ ଅଧିକ ଅଣଜଳସେଚିତ ଜମି | ପାଣି ଅଭାବରୁ ଏକର ଏକର ଜମି ବନ୍ଧ୍ୟା ହୋଇପଡ଼ିବା ସହ ପଡ଼ିଆ ପଡ଼ୁଥିଲା। କିନ୍ତୁ ଚଳିତ ବର୍ଷ ସେହି ପଡ଼ିଆ ଭୂଇଁରେ ଗଙ୍ଗେଇ ଚାଷ କରି ସୁନାର ଫସଲ ଫଳାଇଛନ୍ତି । ବିନା ସାର ଓ ପିଡ଼ିଆରେ ଚାଷ କରି ନିଜେ ବ୍ୟବହାର କରିବା ସହ ବିକ୍ରି କରିବାର ଲକ୍ଷ୍ୟ ରଖୁଛନ୍ତି ଚାଷୀ, ଗଙ୍ଗେଇରେ ଅଧିକ ପୋଷଣତତ୍ତ୍ୱ ଥିବାରୁ ଏଥିପ୍ରତି ଲୋକଙ୍କ ଚାହିଦା ବଢ଼ିଛି | ଅଳ୍ପ ପରିଶ୍ରମ, ଅଳ୍ପ ଖର୍ଚ ଏବଂ କମ୍ ସମୟ ମଧ୍ୟରେ ଅମଳ ହେଉଥିବାରୁ ଗଙ୍ଗେଇ ଚାଷ ପ୍ରତି ଚାଷୀ ଆକୃଷ୍ଟ ହୋଇଛନ୍ତି।

ଅନ୍ୟପକ୍ଷରେ ଗଙ୍ଗେଇ ଚାଷର ଉନ୍ନତି ପାଇଁ ସରକାର ମଧ୍ୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଚାଷୀଙ୍କୁ ଏକର ପ୍ରତି ୬ କିଗ୍ରା ବିହନ ଏବଂ ୪ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି। କୃଷି ବିଭାଗ ପକ୍ଷରୁ ଉନ୍ନ‌ତମାନର ଜ୍ଞାନକୌଶଳ ଓ କୃଷି ଯନ୍ତ୍ରପାତି ଯୋଗାଇ ଦେବାର ବ୍ୟବସ୍ଥା ମଧ୍ୟ ରହିଛି। କୃଷି ବିଭାଗ ପକ୍ଷରୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସିଏସ୍‌ଡିଆର୍’କୁ ଏହାର ପରିଚାଳନା ଦାୟିତ୍ବ ଦିଆଯାଇଛି । ଚାଷର ଉପକାରିତା, ଅମଳ ଶସ୍ୟର ବ୍ୟବହାର ଏବଂ ତତ୍‌ଜନିତ ଲାଭ ଉପରେ ଚାଷୀଙ୍କୁ ବୁଝାସୁଝା କରିବା ସହ ‘ସିଏସ୍‌ଡିଆର’ ପକ୍ଷରୁ ଗଙ୍ଗେଇ ଚାଷର ପରିଚାଳନା ହୋଇପାରିଛି। ଗଙ୍ଗେଇ ଆଦିବାସୀମାନଙ୍କ ଏକ ପାରମ୍ପରିକ ଖାଦ୍ୟ । ତେବେ ଏଥିରୁ ପ୍ରସ୍ତୁତ କ୍ଷୀରି ଭାତର ବିକଳ୍ପ । ଧାନରୁ ଯେପରି ଲିଆ (ଖଇ) ପ୍ରସ୍ତୁତ ହୁଏ ସେପରି ଗଙ୍ଗେଇରୁ ମଧ୍ଯ ଲିଆ ପ୍ରସ୍ତତ କରାଯାଇଥାଏ । ଚଳିତ ବର୍ଷ ଦେବଗଡ଼ ଜିଲ୍ଲାରେ ‘ମିଲେଟ୍ସ ମିଶନ’ର ଶୁଭାରମ୍ଭ ହୋଇଥିବା ବେଳେ ଆଗାମୀ ଦିନରେ ଅଧିକ ଚାଷୀଙ୍କୁ ଏଥିରେ ସାମିଲ କରିବାର ଲକ୍ଷ୍ୟ ରଖାଯାଇଛି।

Leave A Reply

Your email address will not be published.

eight − 6 =