ଅର୍ଥନୈତିକ ବିକାଶ ଲକ୍ଷ୍ୟରେ ଜାତୀୟ ବାଉଁଶ ମିଶନ

0

ଜାତୀୟ ବାଉଁଶ ମିଶନ ଅଧିନରେ ରେ ଓଡ଼ିଶା ସମେତ ୯ ଟି ରାଜ୍ୟ ରେ ୨୨ ଟି ନୂତନ ବାଉଁଶ କ୍ଳଷ୍ଟର ର ଶୁଭାରମ୍ଭ କରାଯାଇଛି।ଏହା ସହିତ ଜାତୀୟ ବାଉଁଶ ମିଶନ ର ଲୋଗୋ ମଧ୍ୟ ଉନ୍ମୋଚନ କରାଯାଇଛି। କରୋନା ର ଦ୍ରୁତ ସଂକ୍ରମଣ କୁ ଦୃଷ୍ଟି ରେ ରଖି ଏହି କାର୍ଯ୍ୟକ୍ରମ ଅପ୍ରତ୍ୟକ୍ଷ ବୈଠକ ଦ୍ବାରା ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରୀୟ କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସଭାରେ ଓଡ଼ିଶା ସମେତ ଗୁଜରାଟ , ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆସାମ , ନାଗାଲାଣ୍ଡ, ତ୍ରିପୁରା, ଉତ୍ତରାଖଣ୍ଡ ତଥା କର୍ଣ୍ଣାଟକ ଠାରେ ୨୨ ଟି ବାଉଁଶ କ୍ଲଷ୍ଟର ର ଉଦଘାଟନ କରିବା ସହ ଜାତୀୟ ବାଉଁଶ ମିଶନ ର ଲୋଗୋ ଉନ୍ମୋଚନ କରିଥିଲେ।

ବାଉଁଶ ରୁ ନିର୍ମିତ ବିଭିନ୍ନ ସୌଖିନ ସାମଗ୍ରୀ ଗୁଡିକ ର ରପ୍ତାନି ଦେଶ ର ଅର୍ଥନୀତି ରେ ଏକ ଉନ୍ନତିର ମାର୍ଗ ଖୋଲିବ ବୋଲି ଶ୍ରୀ ତୋମର ମତ ପ୍ରକାଶ କରିଛନ୍ତି। ଏହା ଦ୍ବାରା ବାଉଁଶ ଶିଳ୍ପ ର ଉନ୍ନତି ହେବା ସହ ଅନେକ କାରିଗର ରୋଜଗାରକ୍ଷମ ହୋଇପାରିବେ।

nano urea

୨୦୧୭ ରେ ସରକାର ଙ୍କ ଦ୍ଵାରା ସଂଶୋଧିତ ଜାତୀୟ ଜଙ୍ଗଲ ଆଇନ ରୁ ବାଉଁଶ ଗଛ କୁ ବାଦ୍ ଦିଆଯାଇଥିବାରୁ ଯେ କୌଣସି ବ୍ୟକ୍ତି ଅନାୟସରେ ବାଉଁଶ ଚାଷ କରି ପାରିବେ। ତେଣୁ ବାଉଁଶ ଚାଷୀ ତଥା ଶିଳ୍ପୀ ମାନେ ଏହି ଜାତୀୟ ବାଉଁଶ ମିଶନ ଦ୍ବାରା ଅଧିକ ଲାଭବାନ ହୋଇପାରିବେ।

ଜାତୀୟ ବାଉଁଶ ମିଶନ ର ଏହି ପଦକ୍ଷେପ ବାଉଁଶ ଶିଳ୍ପୀ ଓ କାରିଗର ତଥା ଦେଶ ର ଅର୍ଥନୈତିକ ବିକାଶ ପାଇଁ ସ୍ବାଗତଯୋଗ୍ୟ ଅଟେ।

Leave A Reply

Your email address will not be published.

20 + 17 =