ଆଜିର ସମୟରେ ଛତୁ ଚାଷ ଏକ ନୂଆ ସମ୍ଭାବନା – କୃଷି ମନ୍ତ୍ରୀ

0

ରାଜ୍ୟରେ ଛତୁ ଚାଷ ଏବେ ଅନେକ ଯୁବ ତଥା ମହିଳା ମାନଙ୍କୁ ସ୍ୱାବଲମ୍ବ କରାଇଛି । ଛତୁ ଚାଷ ଏକ ଲାଭଜନକ ବ୍ୟବସାୟ ଭାବରେ ଏବେ ପରିଗଣିତ ହୋଇଛି । ଭୁବନେଶ୍ୱର ସ୍ଥିତ ଓୟୁଏଟି ଠାରେ ଆୟୋଜିତ ଛତୁ ସମ୍ମିଳନୀରେ ଯୋଗଦେଇ ଆଜିର ସମୟରେ ଓଡ଼ିଶାରେ ଏକ ନୂତନ ସୁଯୋଗ ସୃଷ୍ଟି କରିଛି ଛତୁ ଚାଷ ଏହି ସୁଯୋଗର ସଦୁପଯୋଗ ସମସ୍ତେ କରିପାରିଲେ ଛତୁ, ଛତୁ ଚାଷ ଓ ଛତୁ ଉଦ୍‌ୟୋଗର ବିକାଶ ହୋଇପାରିବ ବୋଲି କୃଷି ମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

nano urea

ଏହି ସମ୍ମିଳନୀରେ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ, କୃଷି ବିଭାଗର ନିର୍ଦ୍ଦେଶକ ପ୍ରେମଚାନ୍ଦ ଚୌଧୁରୀ, ଉଦ୍ୟାନ କୃଷିର ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, ଓୟୁଏଟିର ଗବେଷଣା ନିର୍ଦ୍ଦେଶାଳୟ ଅଧ୍ୟକ୍ଷ, ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ, କୁଳସଚିବ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସମେତ ଛତୁ ଉତ୍ପାଦନକାରୀ, ଛତୁ ଉଦ୍‌ଯୋଗୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ । ରାଜ୍ୟରେ ଛତୁ ଚାଷର ପ୍ରଚାର ପ୍ରସାର ଦିଗରେ ଆଲୋଚନା କରାଯାଇଥିଲା ।

Leave A Reply

Your email address will not be published.

three × 5 =