ମୁଖ୍ୟମନ୍ତ୍ରୀଙ୍କ ସହିତ ମା’ମାନଙ୍କ ଶକ୍ତି ରହିଛି

ପ୍ରତି ନିର୍ବାଚନରେ ମା’ମାନଙ୍କ ଶକ୍ତି ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ରହିଛି। ମହିଳାଙ୍କ ବିକାଶ ପ୍ରତି ବିଜେଡିର ପ୍ରତିବଦ୍ଧତା ଏକ ଐତିହାସିକ ସତ୍ୟ। ମହିଳାଙ୍କ ସଶକ୍ତିକରଣ ଓ କଲ୍ୟାଣ ପାଇଁ ଦଳ ପ୍ରତିଶ୍ରୁତିବଦ୍ଧ। ମହିଳାଙ୍କ ସଶକ୍ତିକରଣ ପାଇଁ ମୂଖ୍ୟ ବାହକ ହେଉଛି ମିଶନ ଶକ୍ତି। ୬ ଲକ୍ଷ ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ରାଜ୍ୟର ୭୦ ଲକ୍ଷ ମହିଳା ସଶକ୍ତ ହୋଇପାରିଛନ୍ତି।

ଆଜି ଧାନ କିଣା ଠାରୁ ଆରମ୍ଭ କରି ବ୍ୟାଙ୍କ୍ ମିତ୍ର ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟ ମିଶନ ଶକ୍ତିର ମହିଳାମାନେ ତୁଲାଉଛନ୍ତି। ମିଶନ ଶକ୍ତି ମା’ଙ୍କୁ ୟୁନିଫର୍ମ ଓ ବ୍ଲେଜର୍ ବାବଦରେ ୭୩୦ କୋଟି ବଜେଟ ସହାୟତା ପ୍ରଦାନ କରାଯାଇଛି। ସରକାର ସଂପୂର୍ଣ୍ଣ ସୁଧ ରିହାତି ଦେଇଛନ୍ତି। କୃଷି ବିଭାଗ ସହଯୋଗରେ ମିଶନ ଶକ୍ତି ଉଦ୍ୟୋଗ ପ୍ରତିଷ୍ଠା ହୋଇଛି। ୫୦,୦୦୦ କୋଟିର ବ୍ୟାଙ୍କ୍ ଋଣ, ଆନ୍ତର୍ଜାତୀୟ ବଜାରରେ ଏସଏଚଜି ଉତ୍ପାଦନ ପହଞ୍ଚାଇବା, ୫୦୦ ମିଶନ ଶକ୍ତି ବଜାର ମଧ୍ୟ ପ୍ରତିଷ୍ଠା ହେବ।

Spread the love

Leave a Comment

Your email address will not be published. Required fields are marked *

Scroll to Top
×