ମହିଳାଙ୍କୁ ନୂଆ ଦିଶା ଦେଖାଇଛି ମିଶନ ଶକ୍ତି

0

ମହିଳାମାନଙ୍କ ଉନ୍ନତିରେ ଦେଶର ଉନ୍ନତି ହୋଇଥାଏ । ସେ ପ୍ରତି ଧ୍ୟାନ ଦେଇ ସରକାର ବହୁ ପଦକ୍ଷେପ ମଧ୍ୟ ହାତକୁ ନେଇଛନ୍ତି । ରାଜ୍ୟ ସରକାରଙ୍କ ଦ୍ଵାରା ପରିଚିତ ମିଶନ ଶକ୍ତି, ମହିଳା ମାନଙ୍କ ସଶକ୍ତିକରଣ ଦିଗରେ କାର୍ଯ୍ୟରତ ରହିଆସିଛି । ଏହି ମିଶନ ଶକ୍ତି ପ୍ରତ୍ୟେକ ଗ୍ରାମ ବା ଗ୍ରାମପଞ୍ଚାୟତର ମହିଳା ମାନଙ୍କୁ ନିଜର ଅଭିଜ୍ଞତା ଓ ଦକ୍ଷତା ଅନୁସାରେ କାମକରି ନିଜର ପେଟ ପୋଷିବାକୁ ସୁଯୋଗ ଦେଇଛି । ଘରେ ବସି ରହୁଥିବା ମାଆ ମାନେ ବର୍ତ୍ତମାନ ସବୁ କ୍ଷେତ୍ରରେ ଆଗକୁ ବାହାରି ପାରିଛନ୍ତି ଏବଂ ନିଜର ରୁଚି ରହିଥିବା କାର୍ଯ୍ୟ ରେ ପ୍ରତିଭା ଦେଖାଉଛନ୍ତି । ବହୁ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଏବଂ ମହିଳା କୃଷକମାନେ ମଧ୍ୟ ମିଶନ ଶକ୍ତି ମାଧ୍ୟମରେ ବିଭିନ୍ନ ଚାଷ ବା ବିଭିନ୍ନ ପ୍ରକାରର କାର୍ଯ୍ୟରେ ନିୟୋଜିତ ହୋଇ ସଫଳ ହେଉଛନ୍ତି ଏବଂ ସରକାରଙ୍କ ଦ୍ଵାରା ସେମାନଙ୍କୁ ସମ୍ମାନିତ କରାଯାଉଛି ।

nano urea

ସେହିପରି ଦେବଗଡ଼ ଜିଲ୍ଲା ତିଲେଇବଣିି ବ୍ଲକର ଢୋଲପଡ଼ା ଗ୍ରାମପଞ୍ଚାୟତର ତିଳୋତ୍ତମା ଅଦାବର ଜଣେ ସଶକ୍ତ ମହିଳା, ଦକ୍ଷ ନଥିପତ୍ର ପରିଚାଳିକା (ଏମବିକେ) ଭାବେ ମିଶନ ଶକ୍ତି ସହ କାମକରି ନିଜର ପଞ୍ଚାୟତକୁ ଏକ ପାଦ ଆଗକୁ ନେଇପାରିଛନ୍ତି । ସେ ଏହି ଗରିବ ନିସହାୟ ମାଆ ମାନଙ୍କୁ ଆଗକୁ ନେବା ଉଦ୍ଦେଶ୍ୟରେ ପ୍ରଚେଷ୍ଟା ଜାରୀ ରଖିଛନ୍ତି । ମିଶନ ଶକ୍ତି ଜରିଆରେ ସେ କେବଳ ଚାଷ ପାଇଁ ପ୍ରେରଣା ଦେଉନାହାନ୍ତି ବରଂ ଜୈବ ଚାଷ, ଜିଆ ଖତ ପ୍ରସ୍ତୁତି, ଜିବାମୃତ, ବିଜାମୃତ , ବ୍ରହ୍ମାସ୍ତ୍ର ତିଆରି କରିବା ସହ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ କିପରି ମାଆ ମାନଙ୍କର ଉନ୍ନତି ହେବ ସେଥିପାଇଁ ମଧ୍ୟ ସଚେତନତା ସୃଷ୍ଟି କରୁଛନ୍ତି । ମିଶନ ଶକ୍ତି ମାଧ୍ୟମରେ ସେ ଆହୁରି ମଧ୍ୟ ଉନ୍ନତ ଧରଣର ଚାଷ ତଥା ମହୁ ଚାଷ, ଛତୁ ଚାଷ , କୁକୁଡ଼ା ଓ ଛେଳି ଚାଷ , ଡାଏରି କ୍ଲଷ୍ଟର ରେ ଗାଈ ପାଇଁ ଋଣ ପ୍ରଦାନ କରାଯିବାର ସୁବିଧା ଯୋଗାଇ ଦେଉଛନ୍ତି । ତେଣୁ ମହିଳା ମାନଙ୍କ ଉନ୍ନତି ପାଇଁ ଏହିପରି ଉନ୍ନତ ଧରଣର ବ୍ୟବସ୍ଥା କରିଥିବାରୁ ସେ ମିଶନ ଶକ୍ତିକୁ ଧନ୍ୟବାଦ ଅର୍ପଣ କରିବା ସହ କୃତଜ୍ଞତା ଜ୍ଞାପନ କରୁଛନ୍ତି ।

Leave A Reply

Your email address will not be published.

14 + one =