ମନ ଜିଣୁଛି ମିଶନ୍‌ ଶକ୍ତି କାଫେ

0

ମା’ ମାନେ ଆଜି ଉଦ୍ୟୋଗର ଗାଥା ଗାଉଛନ୍ତି । ଘରର ଚାରିକନ୍ଥ ଭିତରେ ଦିନ କାଟୁଥିବା ମା’ ମାନେ ଆଜି କେବଳ ରାଜ୍ୟ ନୁହେଁ ସାରା ଦେଶରେ ନିଜର ନିଆରା ପରିଚୟ ସୃଷ୍ଟି କରୁଛନ୍ତି । ଆଉ ଏହାକୁ ସହଜ ଆଉ ସାବଲୀଳ କରୁଛି ରାଜ୍ୟ ସରାକରଙ୍କ ମିଶନ୍‌ ଶକ୍ତି ବିଭାଗ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ଚିନ୍ତାଧାରା ତଥା ମହିଳା ମାନଙ୍କ ବିକାଶ ପାଇଁ ମିଶନ୍‌ ଶକ୍ତି ଏବେ ମହିଳା ମାନଙ୍କ ହାତରେ ହାତ ମିଶାଇ ଏକ ନୂଆ ଦିଶା ଦେଖାଉଛି । ମହିଳା ମାନଙ୍କ ଦ୍ୱାରା ଗଠନ ହୋଇଛି ମିଶନ୍‌ ଶକ୍ତି କାଫେ । ମା’ ମାନଙ୍କର ହାତ ରନ୍ଧା ସୁସ୍ୱାଦୁ ଖାଦ୍ୟ ଏବେ ମିଶନ୍‌ ଶକ୍ତି କାଫେରେ ମିଳୁଛି । ବଡ଼ ବଡ଼ ହୋଟେଲରେ ଏ ମିଶନ୍‌ ଶକ୍ତି କାଫେ ଏବେ ଲୋକଙ୍କ ମନ ଜିଣୁଛି । ଏହାକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ମିଶନ୍‌ ଶକ୍ତି । ଆଜି ରାଜ୍ୟର ୨୮ଟି ଜିଲ୍ଲାରେ ୧୨୮ଟି ମିଶନ୍‌ ଶକ୍ତି କାଫେ ମା’ ମାନଙ୍କ ଦ୍ୱାରା ସଫଳ ତଥା ଶୃଙ୍ଖଳିତ ଭାବେୁ ପରିଚାଳିତ ହେଉଛି । ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଏବଂ SHG ରୁ SME ପରିଣତ କରିବା ଦିଗରେ ମିଶନ୍‌ ଶକ୍ତି କାଫେ ବଳିଷ୍ଠ ଭୂମିକା ନେଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମହିଳା ସଶକ୍ତିକରଣ ର ବାର୍ତ୍ତାକୁ ମା’ ମାନେ ମିଶନ୍‌ ଶକ୍ତି କାଫେ ଦ୍ୱାରା ଏକ ସଫଳ ରୂପାୟନ ଦେଇଛନ୍ତି ।

Leave A Reply

Your email address will not be published.

one + four =