ଖରିଫ ଧାନ ସଂଗ୍ରହକୁ କ୍ରିୟାଶୀଳ କରିବା ପାଇଁ ମନ୍ତ୍ରୀ ଓ ସଚିବସ୍ତରୀୟ ସମୀକ୍ଷା ବୈଠକ

ଚାଷୀଙ୍କ ସୁବିଧା ପାଇଁ ଧାନ ସଂଗ୍ରହ ବ୍ୟବସ୍ଥାକୁ ଆହୁରି କ୍ରିୟାଶୀଳ କରାଯାଉଛି। ଖରିଫ ଧାନ ସଂଗ୍ରହ ବ୍ୟବସ୍ଥା ନେଇ ମନ୍ତ୍ରୀ ଓ ସଚିବସ୍ତରୀୟ ସମୀକ୍ଷା ବୈଠକ ହୋଇଥିବାବେଳେ ଚଳିତ ବର୍ଷ ୨୦୦ ବୃହତ ମଣ୍ଡି ବ୍ୟବସ୍ଥା ସହ ୪ ହଜାର ମେଟ୍ରିକ ଟନରୁ ଅଧିକ ଧାନ ସଂଗ୍ରହ କ୍ଷମତା ସମ୍ପନ୍ନ ବ୍ୟବସ୍ଥା ସୁନିଶ୍ଚିତ କରାଯାଉଛି। ଆସନ୍ତା ୨୦ ତାରିଖରୁ ବରଗଡ଼ ଜିଲ୍ଲାରୁ ଧାନ ସଂଗ୍ରହ ହେଉଥିବା ବେଳେ, ୨୨ ତାରିଖରେ ସମ୍ବଲପୁର ଜିଲ୍ଲାରୁ ଧାନ ସଂଗ୍ରହ କରାଯିବାର ଯୋଜନା ରହିଛି। ଧାନ ସଂଗ୍ରହ ପ୍ରକ୍ରିୟା କିପରି ତ୍ଵରାନିତ କରାଯିବ, ବାହାର ରାଜ୍ୟରୁ ଯେପରି ଧାନ ରାଜ୍ୟ ଭିତରକୁ ପ୍ରବେଶ କରିପାରିବ ନାହିଁ, ଦଲାଲି ଏବଂ କଟନି ଛଟନିକୁ ଅଧିକ ଧ୍ୟାନ ଦିଆଯାଉଛି।

ଚଳିତ ବର୍ଷ ପ୍ରଥମ ଥର ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସହ ୮୦୦ ଟଙ୍କା ଅଧିକ ଦିଆଯିବ। ଏହି ଅତିରିକ୍ତ ମୂଲ୍ୟ ଦେବା ପ୍ରକ୍ରିୟା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆସନ୍ତା ଡିସେମ୍ବର ୮ ତାରିଖରେ ବରଗଡ଼ ଜିଲ୍ଲାରୁ ଆରମ୍ଭ କରିବେ। ଚାଷୀଙ୍କ ସୁବିଧା ପାଇଁ ଜିଲ୍ଲାର ସମସ୍ତ ମଣ୍ଡିରେ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିବା ସହ କଟନି ଛଟନିକୁ ଧ୍ୟାନ ଦେବା ପାଇଁ ମଣ୍ଡିରେ ମିଲର୍ ମାନେ ମଧ୍ୟ ଉପସ୍ଥିତ ରହିବେ। ରାଜ୍ୟରେ ପ୍ରତିଷ୍ଠା ହେବାର ଥିବା ୨୦୦ ବୃହତ୍ ମଣ୍ଡିଗୁଡ଼ିକ ପାଇଁ ୪ ହଜାର ଟନ୍ ରୁ ଅଧିକ ଧାନ ସଂଗ୍ରହ କ୍ଷମତା ରହିଥିବାରୁ, ମଣ୍ଡିଗୁଡ଼ିକୁ ଅଟୋମେଟିକ ଗ୍ରେନ୍ ମେସିନ ପ୍ରଦାନ କରାଯାଇଛି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×