ମହିଳା ଙ୍କୁ ସଶକ୍ତ କରୁଛି ମାଣ୍ଡିଆ ଚାଷ

ରାଜ୍ୟରେ ଥିବା ଅନେକ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ମାଣ୍ଡିଆ ଚାଷ କରି ଏବଂ ପୁଷ୍ଟିଶସ୍ୟଭିତ୍ତିକ ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରି ସୁପ୍ରତିକ୍ଷୀତ ହେବା ସହ ନିଜର ରୋଜଗାରକୁ ସୁଦୃଢ କରିବାରେ ସଫଳ ହେଉଛନ୍ତି। ଏହିପରି ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାର ମା ମଙ୍ଗଳା ସ୍ଵଂୟ ସହାୟକ ଗୋଷ୍ଠୀ ଏକ ଉଦାହରଣ ସୃଷ୍ଟି କରିଛି। ପୂର୍ବରୁ ସେମାନଙ୍କ ପାଖରେ କୌଣସି ସୁବିଧା ନଥିବାରୁ ସେମାନେ ମାଣ୍ଡିଆ ଚାଷ କରି ମଧ୍ୟ ବିଶେଷ ଲାଭବାନ ହୋଇପାରୁନଥିଲେ। କିନ୍ତୁ ବର୍ତ୍ତମାନ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ କ୍ରମେ ସେମାନଙ୍କ ଉତ୍ପାଦିତ ମାଣ୍ଡିଆକୁ ବିକ୍ରି କରି ଉପଯୁକ୍ତ ମୂଲ୍ୟ ପାଇ ପାରୁଛନ୍ତି।

ମାଣ୍ଡିଆ ଚାଷ ବ୍ୟତୀତ ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟାମାନେ ପୁଷ୍ଟିଶସ୍ୟଭିତ୍ତିକ ଖାଦ୍ୟ ପ୍ରସ୍ତୁତି ମଧ୍ୟ କରୁଛନ୍ତି। ଶ୍ରୀ ଅନ୍ନ ଅଭିଯାନ ତରଫରୁ ପ୍ରସାରିତ କରାଯାଉଥିବା ସ୍ଵତନ୍ତ୍ର ୟୁ ଟ୍ୟୁବ୍ ଚ୍ୟାନେଲରୁ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଜ୍ଞାନ ଆହରଣ କରି ବିଭିନ୍ନ ପ୍ରକାର ମାଣ୍ଡିଆଯୁକ୍ତ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି। ନିଜ ଅଞ୍ଚଳରେ ଅନୁଷ୍ଠିତ ଫୁଡ୍ ଫେଷ୍ଟିଭାଲ, ବ୍ଲକ୍ ସ୍ଥରିୟ ଇଭେଣ୍ଟ ଆଦିରେ ମଣ୍ଡିଆଭିତ୍ତିକ ଖାଦ୍ୟ ଯୋଗାଇ ଦେଇଛନ୍ତି। ଯାହାଦ୍ବାରା ଗୋଷ୍ଠୀର ସଦସ୍ୟାମାନେ ବହୁ ପ୍ରଶଂସା ସାଉଁଟି ପାରିଛନ୍ତି। ଏହିପରି ସେମାନେ ରୋଜଗାରକ୍ଷମ ହେବା ସହ ଆତ୍ମନିର୍ଭରଶୀଳ ମଧ୍ୟ ହୋଇପାରିଛନ୍ତି।

ତଥ୍ୟ ସଂଗୃହିତ – ଶ୍ରୀ ଅନ୍ନ ଅଭିଯାନ

Spread the love

Leave a Comment

Your email address will not be published. Required fields are marked *

Scroll to Top
×